ସମ୍ପତ୍ତି ପାଇଁ ବିବାଦ: ମୃତ୍ୟୁର ୧୪ ଘଣ୍ଟା ପରେ କରାଗଲା ଅନ୍ତିମ ସଂସ୍କାର                   

ଦିଗପହଣ୍ଡି, ୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ପାଇଁ ବିବାଦ କାରଣରୁ ଗ୍ରାମର ନିଃ ସନ୍ତାନ ମହିଳା ଏସ. ସାକିଲି ରେଡ୍ଡୀ ମୃତ୍ୟୁବରଣ କରିବା ପରେ ମରଶରୀରକୁ ସଂସ୍କାର କରାନଯାଇ ସକାଳ ୬ ଟାରୁ ରାତି ୮ ଯାଏଁ ଘରେ ପକାଇ ରଖାଯାଇଥିଲା।

ସ୍ବାମୀ ପରୁତ୍ୟକ୍ତା ଏସ. ସାକିଲି ନିଃସନ୍ତାନ ଥିବାରୁ ତାଙ୍କ ଭାଇ ଏସ. ଦୂର୍ଯୋଙ୍କ ପୁଅ ଏସ.ବୁଦ୍ଧିଆଙ୍କୁ ପୋଷ୍ୟ ପୁଅ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ବିବାଦ କାରଣରୁ ଲାଡ଼ି ଗାଁ ବିଜୟ ପଦ୍ମନାଭପୁର ଗ୍ରାମରେ ରହୁଥିବା ସାନ ଭଉଣୀ ଏସ. ପଦି ରେଡ୍ଡୀ ବଡ଼ ଭଉଣୀ ଏସ. ସାକିଲିଙ୍କୁ ନେଇ ପାଖରେ ରଖିଥିଲେ। ରବିବାର ଭୋର ପ୍ରାୟ ୬ ଟାରେ ଏସ. ସାକିଲି ଗାଁ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ହୃଦଘାତ ରେ ତାଙ୍କ ମୃତ୍ୟୁ ଘଟିଥିଲା।

ସେ ମୃତ୍ୟୁବରଣ କରିବା ପରେ ସାନ ଭଉଣୀ ତାଙ୍କ ମୃତଦେହକୁ ସଂସ୍କାର ନିମନ୍ତେ ବି. ତୁରୁବୁଡି ଗାଁ କୁ ଆଣିଥିଲେ। କିନ୍ତୁ ପୋଷ୍ୟ ପୁଅ ତାଙ୍କୁ ସମ୍ପତ୍ତି ନଦେଲେ ମୃତଦେହ ସଂସ୍କାର କରିବି ନାହିଁ ବୋଲି କହିଥିଲେ।ଏନେଇ ବିବାଦ ଉପୁଜିଥିଲା। ଗ୍ରାମର ଜାତି ଭଦ୍ରଲୋକ ମାନେ ଏଥିରେ ହସ୍ତକ୍ଷେପ କରି ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ।

ଘଟଣା ଦିଗପହଣ୍ଡି ଥାନାରେ ପହଞ୍ଚିଥିଲା। ପୋଲିସ ଟିମ୍ ଗାଁ ରେ ପହଞ୍ଚି ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିବା ପରେ ସରପଞ୍ଚ ଲିଙ୍ଗରାଜ ଦୋରାଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା। ମୃତକଙ୍କ  ବ୍ୟାଙ୍କ ଜମାଖାତାରେ ଥିବା ୨ ଲକ୍ଷ ୬୦ ହଜାର ଟଙ୍କା ସ୍ଥାୟୀ ଜମା ରାଶି,ତାଙ୍କ ଆଧାର କାର୍ଡ,ଘର ପଟ୍ଟା ପୋଷ୍ୟ ପୁଅ ଏସ.ବୁଦ୍ଧିଆଙ୍କୁ ହସ୍ତାନ୍ତର କରାଯିବା ପରେ ସେ ଗାଁ ଶ୍ମଶାନରେ ତାଙ୍କ ପାଳିତ ମାଆଙ୍କ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?