ଚର୍ଚ୍ଚାରେ ଦିଶା

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନୀ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ଫଟୋ ଶୁଟ୍‌କୁ ନେଇ । ହେଲେ ଏଥର ସେ ଚର୍ଚ୍ଚାକୁ ଆସିଛନ୍ତି ନିଜ ପୁରୁଷ ବନ୍ଧୁ ଟାଇଗର ଶ୍ରଫଙ୍କ ପାଇଁ । ବଲିଉଡ୍ ଅଭିନେତା ଭାବେ ଟାଇଗରଙ୍କର ରହିଛନ୍ତି ବହୁ ପ୍ରଶଂସକ । ଇନଷ୍ଟାଗ୍ରାମରେ ଟାଇଗରଙ୍କର ପ୍ରାୟ ୨ କୋଟି ୮୦ ଲକ୍ଷ ଫଲୋୟର୍ସ ରହିଥିବା ବେଳେ ଟାଇଗର ବି ସବୁବେଳେ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରି ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ନିକଟରେ ସେ ଏକ ପିଙ୍କ ସର୍ଟସ ପିନ୍ଧିଥିବାର ଫଟୋ ଶେୟାର କରିଥିଲେ । ଯାହାକୁ ତାଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଥିଲେ । କାରଣ ଏଥିରେ ତାଙ୍କ ବଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ହେଲେ ଏହି ଫଟୋକୁ ଦେଖି ଦିଶା ଏହାକୁ ବ୍ରୋ ଜୋନରେ ପକାଇ ଦେଇଥିଲେ । ଅର୍ଥାତ୍ ଏହି ଫଟୋରେ କମେଣ୍ଟ ଦେବାକୁ ଯାଇ ଦିଶା ଲଖିଥିଲେ ୟୋ ବ୍ରୋ ୟେ କୁଛ କ୍ୟୁଟ ସର୍ଟସ୍ । ଏହାକୁ ଦେଖିବା ପରେ ୟୁଜର୍ସ ଦିଶାଙ୍କ ଟିପ୍ପଣି ଉପରେ ମଜାଦାର କମେଣ୍ଟ ଦେଇଛନ୍ତି । ଜଣେ ଲେଖିଛନ୍ତି ଦିଶା ପାଟନୀ ଭାଇଙ୍କୁ ଭାଇ ଡାକ । ଅନ୍ୟ ଜଣେ କାନ୍ଦୁଥିବା ଇମୋଜି ଶେୟାର କରିଛନ୍ତି ଆଉ ଲେଖିଛନ୍ତି ଦୁଖଭି ଜିନ୍ଦେଗୀ ହେ ଭାଇ । ସୂଚନାଯୋଗ୍ୟ, ଟାଇଗର-ଦିଶା ସେମାନଙ୍କ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସୁଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏମାନେ ରିଲେସନଶିପରେ ଅଛନ୍ତି କି ନା ସେମାନେ ତାହା ସ୍ପଷ୍ଟ କରୁ ନାହାନ୍ତି । ତେବେ ଟାଇଗରଙ୍କ ଏହି ଫଟୋକୁ ୧୭ ଘଣ୍ଟାରେ ପାଖାପାଖି ୧୨ ଲକ୍ଷ ଲାଇକ୍ସ ମିଳିସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri