ଅଙ୍ଗନୱାଡି କେନ୍ଦ୍ର ଖୋଲିବା ଆଲୋଚନା ବିଫଳ

ଅମରପାଲି,୩ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମପଞ୍ଚାୟତର ରାମ୍ଭିପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଦୀର୍ଘ ଦେଢ଼ବର୍ଷ ହେଲା ତାଲା ପଡିଛି l କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ରରେ ଗ୍ରାମର କେତେକ ମହିଳା ତାଲା ପକାଇ ଦେଇଛନ୍ତି। ଫଳରେ ଛାତ୍ରୀଛାତ୍ର ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏନେଇ ପୂର୍ବରୁ ଅନେକ ଥର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ନିକଟରେ ସିଡିପିଓ ଜ୍ୟୋତ୍ସାମୟୀ ପଣ୍ଡା ଓ ସୁପରଭାଇଜର ସୌମ୍ୟସିମା ସାହୁ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ଓ ମହିଳାମାନଙ୍କ ସହ ଏନେଇ ଆଲୋଚନା କରିଥିଲେ l ଆଲୋଚନା ବେଳେ ଗ୍ରାମରେ ଥିବା ୪୬ ପରିବାର ମଧ୍ୟରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଓ ସରକାରୀ ସ୍ବାସ୍ଥ୍ୟ ସେବା ସୁବିଧା ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଥିଲେ । ପରେ ସିଡିପିଓ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କୁ ଡକାଇ ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ l ଉକ୍ତ ଅଙ୍ଗନବାଡି କର୍ମୀ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଥିବା ବେଳେ ରନ୍ଧନ ଖାଦ୍ୟ, ଛତୁଆ ଓ ଅଣ୍ଡା ସଠିକ ଭାବରେ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ l ଅଙ୍ଗନୱାଡି କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରା ନ ଗଲେ ତାଲା ଖୋଲାଯିବ ନାହିଁ ବୋଲି ଅଡି ବସିଥିଲେ ା l ମାତ୍ର ଅଙ୍ଗନୱାଡି କର୍ମୀ ବିଳାସିନୀ ବିଶ୍ବାଳ ଏହାକୁ ଖଣ୍ଡନ କରିଥିଲେ। ଏହା ଉଦ୍ଦେଶ୍ୟମୂଳକ ଅଭିଯୋଗ ବୋଲି ସେ ପ୍ରକାଶ କରିଛନ୍ତି। ରାମ୍ଭିପାଲି ଗ୍ରାମରେ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି। ଦୀର୍ଘଦିନ ହେଲା ଗ୍ରାମର ବିଳାସିନୀ ବିଶ୍ବାଳ ଉକ୍ତ କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମର ସବିତା ବିଶ୍ବାଳ ୱାର୍ଡସଭ୍ୟା ଭାବେ ନିର୍ବାଚିତ ହେଲେ। ନିର୍ବାଚିତ ହେବା ପରେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ଜଏଣ୍ଟ ପାସବୁକ ୱାର୍ଡ ସଭ୍ୟା ଓ ଅଙ୍ଗନୱାଡି କର୍ମୀଙ୍କ ନାମରେ ଯୁଗ୍ମ ଭାବେ ଖୋଲିବା କଥା। କୌଣସି କାରଣକୁ ନେଇ ଅଙ୍ଗନୱାଡି କର୍ମୀ ୱାର୍ଡ ସଭ୍ୟାଙ୍କ ସହିତ ପାସବୁକ ଖୋଲି ନ ଥିଲେ। ଅଙ୍ଗନୱାଡି କର୍ମୀ ଜଣକ ଖଣ୍ଡହତା ପଞ୍ଚାୟତର ସରପଞ୍ଚ ଜୟଶ୍ରୀ ଦେହୁରୀଙ୍କ ସହିତ ମିଳିତ ଭାବେ ପାସବୁକ ଖୋଲିଥିଲେ। ଗ୍ରାମରେ ୱାର୍ଡ ସଭ୍ୟା ଥିଲେ ମଧ୍ୟ ତାଙ୍କୁ ଉପେକ୍ଷା କରି କାହିଁକି ସରପଞ୍ଚଙ୍କ ସହିତ ପାସବୁକ ଖୋଲିଲ ବୋଲି କହି ଓ୍ବାର୍ଡ ସଭ୍ୟା ଓ ମହିଳାମାନେ ପ୍ରତିରୋଧ କରିଥିଲେ। ଉକ୍ତ ଘଟଣାକୁ ନେଇ ବିବାଦ ବଢିଥିଲା। ଫଳରେ ସେହି ଦିନ ଠାରୁ କେନ୍ଦ୍ରରେ ଗ୍ରାମବାସୀ ତାଲା ପକାଇ ଅଙ୍ଗନୱାର୍ଡି କର୍ମୀଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
ଦୀର୍ଘ ଦିନ ଧରି କେନ୍ଦ୍ର ବନ୍ଦ ରହିଥିବାରୁ ପିଲାଙ୍କୁ ଓ ଗର୍ଭବତୀଙ୍କୁ ଛତୁଆ,ଅଣ୍ଡା ଆଦି ଦିଆଯାଉ ନାହିଁ। ମାତ୍ର ସ୍ଥାନୀୟ ସୁପରଭାଇଜର ସୌମ୍ୟାସିମା ସାହୁ ଅନ୍ୟ ଜଣେ ସୁପରଭାଇଜରଙ୍କୁ ଧରି ଉକ୍ତ କେନ୍ଦ୍ରର ଶିଶୁ ଓ ଗର୍ଭବତୀଙ୍କୁ ଅଣ୍ଡା ଓ ଛତୁଆ ମଝିରେ ବଣ୍ଟନ କରିଥିଲେ। ତେବେ କେନ୍ଦ୍ର ନ ଖୋଲିବାରୁ ନିୟମିତ ଭାବେ ଏହା ବଣ୍ଟନ କରାଯାଇ ପାରୁ ନାହିଁ। ପୂର୍ବରୁ ବାରମ୍ବାର ବୈଠକ କରି ଉକ୍ତ କେନ୍ଦ୍ର ଖୋଲିବାକୁ ପ୍ରୟାସ କରି ପ୍ରଶାସନ ମଧ୍ୟ ବିଫଳ ହୋଇଥିଲା l
ନୂତନ ଭାବେ ଯୋଗଦେଇଥିବା ସିଡିପିଓ ପଣ୍ଡା କେନ୍ଦ୍ରକୁ ଆସି କେନ୍ଦ୍ର ଖୋଲିବା ପାଇଁ ଆଲୋଚନା କରିଥିଲେ। ମାତ୍ର ଉକ୍ତ ଆଲୋଚନା ବିଫଳ ହୋଇଛି। ଏହି ଆଲୋଚନା ସମୟରେ ଗ୍ରାମର ଭଦ୍ରବ୍ୟକ୍ତି, ୱାର୍ଡସଭ୍ୟା, ଗ୍ରାମବାସୀ ଓ ମହିଳାମାନେ ଉପସ୍ଥିତ ରହିଥିଲେ l ଜିଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ

ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri