ପବିତ୍ରତାରେ ଭେଦଭାବ

ଚଳିତ ବର୍ଷ ରମଜାନ ମାସ ମାର୍ଚ୍ଚ ୧୬ର ଘଟଣା। ଏହି ଦିନ ବାରାଣସୀରେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ୧୪ ଜଣ ମୁସଲମାନ ବ୍ୟକ୍ତି ଇଫ୍‌ତାର ପାର୍ଟି ଆୟୋଜନ କରିଥିଲେ। ସେମାନେ ଚିକେନ ବିରିୟାନି ଖାଇ ବଳକା ହାଡ଼ ଏବଂ ଖାଦ୍ୟକୁ ଗଙ୍ଗାରେ ଫିଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଏହି ଦୃଶ୍ୟର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା। ଭାରତୀୟ ଜନତା ଯୁବ ମୋର୍ଚ୍ଚା ଏକ ଅଭିଯୋଗ ଦାଖଲ କରିବା ପରଦିନ ସେହି ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା। ମେ’ ମାସରେ ଆଲ୍ଲାହାବାଦ ହାଇକୋର୍ଟରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟ ମତ ଦେଇଥିଲେ ଯେ, ଗଙ୍ଗା ନଦୀରେ ବଳକା ଆମିଷ ଖାଦ୍ୟ ଫିଙ୍ଗିବା ଦ୍ୱାରା ହିନ୍ଦୁ ସମୁଦାୟର ଧର୍ମୀୟ ଭାବନାକୁ ଆଘାତ ଦେଇପାରେ। ସେମାନଙ୍କୁ ଜାମିନ ଦିଆଯାଇଥିଲା, କିନ୍ତୁ ସର୍ତ୍ତ ଥିଲା ଯେ ସେମାନେ ଓ ସେମାନଙ୍କ ପରିବାର ସମାଜକୁ ହୋଇଥିବା ଯନ୍ତ୍ରଣା ପାଇଁ ଅନୁତାପ ପ୍ରକାଶ କରିବେ। ଦୁଇ ବିଚାରପତିଙ୍କ ଉପନାମ ଥିଲା ଶୁକ୍ଳ ଓ ସିହ୍ନା। ଆଇନ କ୍ଷେତ୍ରରେ ଉପନାମର କିଛି ଗୁରୁତ୍ୱ ଅଛି କି?
ଗଙ୍ଗା ନଦୀରେ କ’ଣ ସବୁ ମିଶୁଛି ବା ପଡ଼ୁଛି ତାହା ଦେଖିବା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗବେଷଣାରୁ ଜଣାପଡ଼ିିଛି ଯେ, ଗଙ୍ଗା ନଦୀରେ ଦୈନିକ ପ୍ରାୟ ୩ ବିଲିୟନ (୩୦୦ କୋଟି) ଲିଟର ମଳମୂତ୍ର ଓ ଆବର୍ଜନା ପାଣି ମିଶୁଛି। ଏହି ମଇଳା ପାଣି ଗଙ୍ଗାରେ ମିଶିବା ପୂର୍ବରୁ ଏହାର ଅଳ୍ପକିଛି ଅଂଶ ବିଶୋଧନ କରାଯାଉଛି। କାନପୁରର ଚମଡ଼ା କାରଖାନାଗୁଡ଼ିକ କ୍ରୋମିୟମ ଏବଂ ଅନ୍ୟାନ୍ୟ ଭାରି ଧାତୁ ଗଙ୍ଗାକୁ ଛାଡ଼ୁଛନ୍ତି। ଶ୍ମଶାନ ଘାଟଗୁଡ଼ିକ ଅର୍ଦ୍ଧଦଗ୍ଧ ମୃତଦେହକୁ ପାଣିରେ ପକାଇଦିଅନ୍ତି। ପରମ୍ପରା ଅନୁଯାୟୀ ସମ୍ପୂର୍ଣ୍ଣ ଶବଦାହ କରିବାକୁ ଅକ୍ଷମ ଗରିବ ଲୋକମାନେ ମୃତଦେହକୁ ନଦୀର ଭସାଇ ଦେଇଥାନ୍ତି। କୃଷି କ୍ଷେତରେ ବ୍ୟବହାର କରାଯାଉଥିବା କୀଟନାଶକ ଓ ରାସାୟନିକ ସାର ବର୍ଷାଜଳରେ ଆସି ଗଙ୍ଗାରେ ମିଶିଥାଏ। କାଗଜ କଳ ଏବଂ ରାସାୟନିକ କାରଖାନାର ବର୍ଜ୍ୟବସ୍ତୁ ମଧ୍ୟ ନଦୀରେ ମିଶିଥାଏ। ବାରାଣସୀର ସ୍ନାନ ଘାଟଗୁଡ଼ିକରେ ଫିକାଲ୍‌ କୋଲିଫର୍ମ ବ୍ୟାକ୍ଟେରିଆ ସଂଖ୍ୟା ସୁରକ୍ଷିତ ସୀମାଠାରୁ ଅନେକ ଶହ ଗୁଣ ଅଧିକ ରହୁଛି। ଏହାସହ ସବୁଠି ଅସରପା ଭର୍ତ୍ତି ହୋଇଛନ୍ତି। ଏହା ମଧ୍ୟରୁ କୌଣସିଟିରେ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏଫ୍‌ଆଇଆର୍‌ କରାଯାଇନାହିଁ। କୌଣସି ଚମଡ଼ା କାରଖାନାର ମାଲିକଙ୍କୁ ପୂଜାସ୍ଥଳକୁ ଅପବିତ୍ର କରିବା ଅଭିଯୋଗରେ ଗିରଫ କରାଯାଇ ନାହଁି। ନଗର ନିଗମର କୌଣସି ଅଧିକାରୀଙ୍କୁ ଗଙ୍ଗାରେ ମଳଜଳ ଛାଡ଼ି ହିନ୍ଦୁଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଅଭିଯୋଗରେ ଦୋଷାରୋପ କରାଯାଇନାହିଁ। ଗଙ୍ଗା ଜଳରେ ପ୍ରତିଦିନ ମୃତଦେହ ଅବଶେଷକୁ ଭସାଇ ଦେଉଥିବା ଅଭିଯୋଗରେ କୌଣସି ଶ୍ମଶାନ କର୍ତ୍ତୃପକ୍ଷଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇ ନାହିଁ। ଗଙ୍ଗା କିଛି ନ ଭାବି ଅସୀମ ପରିମାଣର ମଳମୂତ୍ର, ଭାରି ଧାତୁ, ଅର୍ଦ୍ଧଦଗ୍ଧ ଶବ ଏବଂ ରାସାୟନିକ ବର୍ଜ୍ୟବସ୍ତୁକୁ ଧାରଣ କରି ବହିଯାଉଛି। କିନ୍ତୁ ରମଜାନରେ କେତେଜଣ ମୁସଲମାନ ଯୁବକ ଚିକେନ ବିରିୟାନି ଖାଇବା ମାତ୍ରେ ସେହି ସୀମା ଅତିକ୍ରମ ହୋଇଯାଏ।
ଏଠାରେ ଥିବା ଏକ ବିଡ଼ମ୍ବନାକୁ କୋର୍ଟ ଲକ୍ଷ୍ୟ କରିବାକୁ ଅକ୍ଷମ ଥିଲେ। କାରଣ ଏଥିପାଇଁ ବିଚାରପତଙ୍କୁ ବାଲ୍ମୀକି ରାମାୟଣ ଖୋଲିବାକୁ ପଡ଼ିଥାନ୍ତା। ଅଯୋଧ୍ୟା କାଣ୍ଡର ୫୨.୮୯ ଶ୍ଳୋକରେ, ସୀତା ବନବାସକୁ ଯିବା ପୂର୍ବରୁ ଗଙ୍ଗା କଡ଼ରେ ଠିଆ ହୋଇ କରିଥିବା ସଂକଳ୍ପ ସ୍ପଷ୍ଟ ଭାବେ ସଂସ୍କୃତରେ ଲେଖା ଅଛି-‘ସୁରା-ଘଟ-ସହସ୍ରେଣ’ଅର୍ଥାତ୍‌ ଏକ ହଜାର ମାଠିଆ ମଦ। ‘ମାଂସ-ଭୂତ-ଓଦନେନ’ ଅର୍ଥାତ୍‌ ମାଂସ ମିଶ୍ରିତ ରନ୍ଧାହୋଇଥିବା ଅନ୍ନ। ଅଯୋଧ୍ୟାକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କଲେ ଏହିସବୁ ସାମଗ୍ରୀ ଗଙ୍ଗା ଦେବୀଙ୍କୁ ଅର୍ପଣ କରିବାକୁ ସୀତା ପ୍ରତିଶ୍ରୁତି ଦେଇଥିଲେ। ଏହି ଅର୍ପଣ କଳ୍ପନାତ୍ମକ ନ ଥିଲା। ଏହା ମଧ୍ୟ ଦେବତାଙ୍କ ପାଇଁ କୌଣସି ଦିବ୍ୟ ସାମଗ୍ରୀ ନ ଥିଲା। ବାଲ୍ମୀକି ରାମାୟଣର ଶ୍ଳୋକରେ ହିନ୍ଦୁ ପରମ୍ପରାର ସବୁଠାରୁ ପୂଜନୀୟା ନାରୀଙ୍କ ଦ୍ୱାରା ମଦ ଓ ମାଂସ ଗଙ୍ଗାଙ୍କୁ ଅର୍ପଣ କରାଯାଇଥିବା କଥା ଉଲ୍ଲେଖ ରହିଛି। ପାରମ୍ପରିକ ହିନ୍ଦୀ ଅନୁବାଦଗୁଡ଼ିକ ପ୍ରାୟତଃ ସୁରାକୁ ଦୁର୍ଲଭ ଏବଂ ଦିବ୍ୟ ପଦାର୍ଥ ଏବଂ ମାଂସ-ଭାତକୁ ଏକ ପୁଷ୍ଟିକର ଶସ୍ୟ ଜାତୀୟ ଖାଦ୍ୟ ଭାବେ ଦର୍ଶାଇଥାଏ। ଏହାକୁ ସରଳ ଅର୍ଥରେ ଅସତ୍ୟ କହିହେବ ନାହିଁ। ସଂସ୍କୃତର ଧାତୁ ପାଠ ଏପରି ବ୍ୟାଖ୍ୟାକୁ ସମ୍ଭବ କରେ। ‘ସୁରା’ ଶବ୍ଦକୁ ଭିନ୍ନ ଭାବରେ ବିଶ୍ଳେଷଣ କରାଯାଇପାରିବ। ‘ମାଂସ’ ଶବ୍ଦକୁ ମାଂସାଳ ଅର୍ଥରେ ଏକ ବିଶେଷଣ ଭାବରେ ବୁଝାଯାଇପାରିବ। ଭକ୍ତିଭାବପୂର୍ଣ୍ଣ ବ୍ୟାଖ୍ୟା ସର୍ବଦା ଏହିପରି ଭାବରେ କାମ କରିଆସିଛି।
ଏହା ଏକ ଆଧ୍ୟାତ୍ମିକ ନିଷ୍ପତ୍ତି, କୌଣସି ଭାଷାଭିତ୍ତିକ ବା ବ୍ୟାକରଣଗତ ନିଷ୍କର୍ଷ ନୁହେଁ। ପାଶ୍ଚାତ୍ୟ ଭାରତ ଭାଷା ସଂସ୍କୃତି ଗବେଷକ ଏବଂ ଆକ୍ଷରିକ ଅର୍ଥକୁ ଗୁରୁତ୍ୱ ଦେଉଥିବା ଗବେଷକମାନେ ସେହି ସମାନ ଶ୍ଳୋକର ଶବ୍ଦଗୁଡ଼ିକର ସରଳ ଅର୍ଥ କରି କହନ୍ତି ଯେ, ଜଣେ କ୍ଷତ୍ରିୟ ରାଣୀ ମାଂସ ଓ ମଦ ସହିତ ଏକ ପାରମ୍ପରିକ ମାନସିକ କରୁଛନ୍ତି, କାରଣ ମହାକାବ୍ୟ ଯୁଗରେ ନଦୀ ଦେବୀ ଏବଂ ଯକ୍ଷ ଆତ୍ମାମାନଙ୍କୁ ଏଭଳି ଭୋଗ ଅର୍ପଣ କରିବା ସମ୍ମାନଜନକ ଓ ସାଧାରଣ ନିୟମ ଥିଲା। ଏହି ଉଭୟ ବ୍ୟାଖ୍ୟା ରହିଛି। କିନ୍ତୁ କେବଳ ପାରମ୍ପରିକ ବ୍ୟାଖ୍ୟାକୁ ‘ହିନ୍ଦୁ’ ଏବଂ ଅନ୍ୟଟିକୁ ‘ଧର୍ମ ଅପମାନ’ ବୋଲି କହିବା ଠିକ୍‌ ନୁହେଁ। ବାଲ୍ମୀକିଙ୍କ ରଚନାରେ ଗଙ୍ଗା ବିନା କୌଣସି ଆପତ୍ତିରେ ଏଭଳି ମାନସିକ ଗ୍ରହଣ କରୁଥିଲେ। ରାମାୟଣର ଗଙ୍ଗା ସେହି ସମାଜର ସାକ୍ଷୀ, ଯେଉଁଠାରେ କ୍ଷତ୍ରିୟମାନେ ଶିକାର କରୁଥିଲେ ଓ ସେହି ଶିକାରକୁ ଖାଉଥିଲେ। ସମସାମୟିକ ହିନ୍ଦୁ ଜାତୀୟତାବାଦର ଏହି ନିରାମିଷ, ଶାକାହାରୀ ଗଙ୍ଗା ଏକ ନୂତନ ଆବିଷ୍କାର, ଯାହା ୧୯ଶ ଏବଂ ୨୦ଶ ଶତାବ୍ଦୀର ସଂସ୍କାରବାଦୀ ସାତ୍ତ୍ୱିକ ଚିନ୍ତାଧାରା ଦ୍ୱାରା ଗଢ଼ିଉଠିଛି ଏବଂ ୨୧ଶ ଶତାବ୍ଦୀରେ ଏକ ରାଜନୈତିକ ପରିଚୟର ରୂପ ନେଇଛି। ଏହି ଦୃଷ୍ଟିଭଙ୍ଗୀ ମାଂସାହାରକୁ ଇସଲାମ ଓ ଖ୍ରୀଷ୍ଟଧର୍ମ ସହ ଯୋଡ଼ି ଦେଖେ ଏବଂ ହିନ୍ଦୁ ଦେବୀ ଉପାସନା ଓ ଉପେକ୍ଷିତ ତାନ୍ତ୍ରିକ ପରମ୍ପରାରେ ମାଂସ, ମାଛ ଓ ମଦର ସ୍ଥାନକୁ ଅସ୍ବୀକାର କରେ।
ବାରାଣସୀର ଏହି ଘଟଣା ପ୍ରକୃତରେ ଗଙ୍ଗା ପବିତ୍ର ନୁହେଁ ବୋଲି ପ୍ରମାଣ କରେ। ହେଲେ ସମସ୍ତେ ସ୍ବୀକାର କରନ୍ତି ଯେ, ଗଙ୍ଗା ପବିତ୍ର। ଏହା ପ୍ରକୃତରେ ଦର୍ଶାଉଛି ଯେ, ବର୍ତ୍ତମାନ ଗଙ୍ଗାର ପବିତ୍ରତାକୁ ଚୟନମୂଳକ ଭାବେ ଲାଗୁ କରାଯାଉଛି। ଉପାସନାସ୍ଥଳୀର ସୁରକ୍ଷା ପାଇଁ ଥିବା ଆଇନ ଅନୁଯାୟୀ ଶିଳ୍ପଭିତ୍ତିକ ପ୍ରଦୂଷଣକାରୀଙ୍କ ବିରୋଧରେ ମାମଲା କରାଯାଉ ନାହିଁ। ପୌରପାଳିକାର ନର୍ଦ୍ଦମା ପାଣି ଉପରେ ଧର୍ମୀୟ ବିଦ୍ୱେଷ ବଢ଼ାଇବା ଭଳି ଅଭିଯୋଗ ଅଣାଯାଉ ନାହିଁ। ପୁଞ୍ଜି ଓ ସାମାଜିକ ପ୍ରଭାବଶାଳୀ ବର୍ଗ ଧୀରେ ଧୀରେ ନଦୀକୁ ପ୍ରଦୂଷିତ କରିଦେଉଥିଲେ ମଧ୍ୟ କୌଣସି ଅଦାଲତ କୁହନ୍ତି ନାହିଁ ଯେ ଏହା ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ ଆଘାତ କରୁଛି। କିନ୍ତୁ ରମଜାନ ମାସରେ ଡଙ୍ଗା ଉପରେ ବସି ବିରିୟାନି ଖାଉଥିବା ୧୪ ଜଣ ପୁରୁଷଙ୍କୁ ସମଗ୍ର ସମାଜ ନିକଟରେ କ୍ଷମା ମାଗିବାକୁ ପଡ଼ିବ। ମାତା ସୀତ ଗଙ୍ଗାଦେବୀଙ୍କୁ ମଦ ଏବଂ ମାଂସ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସୁରକ୍ଷିତ ଭାବେ ଗଙ୍ଗାନଦୀ ପାରି ହୋଇଗଲେ। ବନବାସ ଶେଷ ହେଲା। ଦେବୀ ବୋଧହୁଏ ସେହି ଅର୍ପଣକୁ ଗ୍ରହଣ କଲେ ଏବଂ ପ୍ରସନ୍ନ ହେଲେ। ଶୁକ୍ଳା ଏବଂ ସିହ୍ନା ଉପନାମଧାରୀ ବିଚାରପତି ଥିବା ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ସେହି ଘଟଣାକୁ କେଉଁ ଦୃଷ୍ଟିରେ ଦେଖିଥାନ୍ତେ, ତାହା କଳ୍ପନା ଉପରେ ଛାଡ଼ିଦେବା ହିଁ ଶ୍ରେୟସ୍କର।
-devduttofficial@gmail.com

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?