ନିର୍ଦ୍ଦେଶକ ପ୍ରିନ୍ସ କୁମାର ମଥୁରାରୁ ଗିରଫ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଡିଜିଟାଲ୍‌ ମାର୍କେଟିଂ ଆଳରେ ଦେଶର ଆଉଏକ ବଡ଼ଧରଣର ଠକେଇ ଘଟଣା ଏବେ ସାମ୍ନାକୁ ଆସିଛି। ଆପ୍‌ ବ୍ୟବହାର କରିବା ସହ ଘରେ ବସି ରୋଜଗାର ଲୋଭ ଦେଖାଇ ସାରା ଦେଶରୁ ବହୁ କୋଟି ଲୁଟି ନେଇଛନ୍ତି ଠକ। କେବଳ ଓଡ଼ିଶାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଠକେଇ କରିଥିବା ‘ଏମ୍‌/ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌’ କମ୍ପାନୀର ନିର୍ଦ୍ଦେଶକଙ୍କୁ ଶେଷରେ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ସେ ହେଲେ ବିହାର ମୁଜାଫରପୁର ଅଞ୍ଚଳର ପ୍ରିନ୍ସ କୁମାର। ଇଓଡବ୍ଲ୍ୟୁ ତାଙ୍କୁ ବୁଧବାର ଗିରଫ କରିବା ପରେ ମଥୁରା ସିଜେଏମ୍‌ କୋର୍ଟରେ ହାଜର କରିଥିଲା। କୋର୍ଟ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ଦେବାପରେ ଇଓଡବ୍ଲ୍ୟୁ ପ୍ରିନ୍ସଙ୍କୁ ଓଡ଼ିଶା ଆଣୁଛି। ଅଭିଯୁକ୍ତ ପ୍ରିନ୍ସ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଠକେଇ କରିଛନ୍ତି। ତେଣୁ ସେ ପହଞ୍ଚତ୍ବା ପରେ ତାଙ୍କୁ ଅଧିକ ଜେରା କରାଯିବ। ତାଙ୍କ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ସହ ଠକେଇ ଟଙ୍କା ପରିମାଣ ବଢ଼ିପାରେ ବୋଲି ଇଓଡବ୍ଲ୍ୟୁ ଆଶା ରଖିଛି।
ଅନୁଯାୟୀ, ଅଭିଯୁକ୍ତ ପ୍ରିନ୍ସ ବଡ଼ ଠକେଇ ପାଇଁ ଅଭିନବ ଯୋଜନା କରିଥିଲେ। ‘ଏମ୍‌/ଏସ୍‌ ଡିଜିଟାଲ ରିଭୋଲ୍ୟୁଶନ୍‌ ଟେକ୍ନୋୋଜିସ୍‌ ଲିମିଟେଡ୍‌’ ନାମରେ ଏକ କମ୍ପାନୀ ଖୋଲି କର୍ମଚାରୀ ନିୟୋଜିତ କରିଥିଲେ। ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ସେ ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଆମାଜନ୍‌, ଇମେଲ୍‌, ଅନ୍‌ଲାଇନ୍‌ ଡିଜିଟାଲ ଗେମିଂ, ଡିଜିଟାଲ ପେମେଣ୍ଟ ଓ ନେଟ୍‌ଫ୍ଲିକ୍ସ ଆଦିର ବିକଳ୍ପ ଭାରତୀୟ ଆପ୍‌ ଯଥା ଶପ୍‌ ସବ୍‌କୁଛ୍‌, ମାଇଁପେ, ମାଇଁୟୁଟୁବ୍‌ ୱାଲର୍‌ଡ, ଭିଡ୍‌ସ୍କୋପ, ଚିଠି, ଗୋଗେମ୍‌ ଆଦି ପ୍ରସ୍ତୁତ କରିଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଅଧିକରୁ ଅଧିକ ଲୋକଙ୍କୁ କମ୍ପାନୀ ସହ ଯୋଡୁଥିଲେ। ପ୍ରିନ୍ସ ସହ ର଼୍ୟାକେଟ୍‌ରେ ସମ୍ପୃକ୍ତ ଅନ୍ୟ ସଦସ୍ୟ ଓ କର୍ମଚାରୀମାନେ ଉପରୋକ୍ତ ଦେଶୀ ଆପ୍‌ଗୁଡ଼ିକୁ ବ୍ୟବହାର କରିବାକୁ କହୁଥିଲେ। ଘରେ ବସି ରୋଜଗାର କରିବା ସହ ଦେଶର ସମ୍ମାନ ବୃଦ୍ଧି କରିବାକୁ କହୁଥିଲେ। ଏଥିଯୋଗୁ ପରୋକ୍ଷରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟ ସହ ଡିଜିଟାଲ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କମ୍ପାନୀର ଲକ୍ଷ୍ୟ ରହିଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ୨୦୨୦ ମାର୍ଚ୍ଚରେ ପ୍ରିନ୍ସ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୈଠକ କରିଥିଲେ। ୧୫ ହଜାର ଲେଖାଏ ଦେଇ କମ୍ପାନୀରେ ଆଇଡ଼ି ଖୋଲି ନାମ ପଞ୍ଜୀକରଣ କରିବା ପରେ ପ୍ରତି ମାସ ୨୬୦୦ ଟଙ୍କା ମିଳିବ ବୋଲି ସେ କହିଥିଲେ। ଏହାକୁ ବିଶ୍ୱାସ କରି ଶତାଧିକ ଲୋକ କମ୍ପାନୀ ସହ ଯୋଡ଼ି ହୋଇଥିବାବେଳେ ସେମାନଙ୍କଠାରୁ କମ୍ପାନୀ ଦେଢ଼ କୋଟିରୁ ଅଧିକ ଟଙ୍କା ନେଇଥିଲା। ୨ରୁ ୩ ମାସ ଟଙ୍କା ଆସିବା ପରେ ତାହା ବନ୍ଦ ହୋଇଯାଇଥିଲା। ଏପରିକି କେହି ଫୋନ୍‌ ମଧ୍ୟ ଉଠାଇ ନ ଥିଲେ। ଠକେଇର ଶିକାର ହୋଇଥିବା କେତେଜଣ ଲୋକ ୨୦୨୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ଦ୍ଦେଶକ୍ରମେ ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତ କରି ଗତ ମାର୍ଚ୍ଚ ୧୪ରେ (ନଂ.୫/୨୦୨୨) ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?