ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କୁ ଧମକ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ନାଁରେ ଆସିଛି ଧମକପୂର୍ଣ୍ଣ କଲ୍‌। କଟକ ଆସିଲେ ମାରିଦେବି। କଲ୍‌ କରୁଥିବା ବ୍ୟକ୍ତିଜଣକ ଏଭଳି ଅନେକ ଧମକପୂର୍ଣ୍ଣ କଥା କହି ସତର୍କ କରାଉଥିବା ଶୁଣିବାକୁ ମିଳୁଛି। ଜାପାନୀଙ୍କ ସହଯୋଗୀ ତଥା ଗୀତିକାର ତପୁଙ୍କ ମୋବାଇଲ୍‌ ଫୋନ୍‌କୁ ଆସିଥିବା ଏହି କଲ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଏପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜାପାନୀ ଓ ସହଯୋଗୀମାନେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ନଂ.୧୪୯/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହ୍ୟୁମାନଙ୍କ ସହଯୋଗୀ ତଥା ସାଗର ସଙ୍ଗମ ଗ୍ରୁପ୍‌ର ସଦସ୍ୟ ବବୁଲୁ ମହମ୍ମଦ ଆବିଦ ତପୁଙ୍କୁ ଫୋନ୍‌ କରି ଏପରି ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ବହୁବାର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନିବେଦନ କରୁଥିବାରୁ ଏପରି ଧମକ ମିଳିଥିବା କୁହାଯାଉଛି। ଫଳରେ ଏହି ଘଟଣାକୁ ନେଇ ଲୋକପ୍ରିୟ ଓଲିଉଡ୍‌ ଗାୟକ ହ୍ୟୁମାନ ବିବାଦ ଘେରକୁ ଚାଲି ଆସିଛନ୍ତି।
ସମ୍ପର୍କରେ ଜାପାନୀ କୁହନ୍ତି, ହ୍ୟୁମାନ କାଳିଆ ଭଜନଟେ ଗାଇବେ ବୋଲି ଗତ ୫ ବର୍ଷ ଧରି ତାଙ୍କ ପଛରେ ଲାଗିଛି। ଆମ ଇତିହାସ କହୁଛି ଅନେକଥର କାଳିଆ ପାଇଁ ମହମ୍ମଦ ଅଜିଦ, ମହମ୍ମଦ ସିକନ୍ଦର ଆଲମ, ସରୋଜ ନନ୍ଦ ଗୀତ ଗାଇଛନ୍ତି। ହ୍ୟୁମାନଙ୍କ କଣ୍ଠରୁ କାଳିଆ ଭଜନ ଶୁଣିବାକୁ ଶ୍ରୋତାମାନେ ଚାହିଁ ବସିଛନ୍ତି। କିନ୍ତୁ ସେ କାହିଁକି ମନା କରୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ବୋଲି ଜାପାନୀ କହିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ କହିଛନ୍ତି, ମୋ ମନ ଦୁଃଖ ଯେ, ମୋ ନଁାରେ ଏତଲା ଦିଆଯାଇଛି। ମହାପ୍ରଭୁଙ୍କ ଗୀତ ଗାଇବାକୁ ମୋର ଡୋରି ଲାଗି ନାହିଁ। ଯେବେ ଲାଗିବ ସାରା ଓଡିଶା ଝୁମିବ। ମୋତେ ସବୁବେଳେ ଜଗନ୍ନାଥ ଭଜନ ଶୁଣିବାକୁ ଭଲ ଲାଗେ। ମୋତେ ବହୁତ ଖରାପ ଲାଗୁଛି ଭୁଲ୍‌ ନ କରି, ମୋତେ ଭୁଲ୍‌ ବୋଲି କୁହାଯାଉଛି। ଏହା ଠିକ୍‌ ନୁହେଁ ବୋଲି ସେ କହିବା ସହ ଅଭିଯୋଗ କରିଥିବା ଭାଇମାନଙ୍କୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri