୧୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧,୨୧୮.୦୧ କୋଟି ଟଙ୍କାର ୧୩ଟି ଶିଳ୍ପଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ୧୫ଟି ପର୍ଯ୍ୟାୟରେ ୭୬.୯୭ କୋଟି ଟଙ୍କା ପୁଞ୍ଜିନିବେଶର ୩ଟି ଶିଳ୍ପ ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ୧୧୪୧.୦୪ କୋଟି ଟଙ୍କାର ୧୦ଟି ଶିଳ୍ପ ୟୁନିଟ୍‌ର ଶିଳାନ୍ୟାସ(ଗ୍ରାଉଣ୍ଡ ବ୍ରେକିଂ) କରିଛନ୍ତି। ସେଥିରେ ପର୍ଯ୍ୟଟନ, ପ୍ୟାକେଜିଂ, ମାନୁଫାକ୍ଚରିଂ, ପଲିମର ଓ ପ୍ଲାଷ୍ଟିକ ଇତ୍ୟାଦି ରହିଛି। ଏହିସବୁ ଶିଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୩୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ମେ ଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ, ଓରିଫୁଡ୍‌ ଆଣ୍ଡ ବେଭରେଜ ପ୍ରାଇଭେଟ ଲିମିଟେଡ, ମାସ୍‌ ସ୍ପିରିଟି ପ୍ରାଇଭେଟ ଲିମିଟେଡ, ସମ୍ବଲପୁର ବାୟୋଫୁଏଲ ପ୍ରାଇଭେଟ ଲିମିଟେଡ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଉକ୍ତ ଶିଳ୍ପ ସ୍ଥାପନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ ଖଣିଜ ପଦାର୍ଥଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଏକ ବୃହତ୍‌ ମାନୁଫାକ୍ଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି। ପୁଞ୍ଜିନିବେଶକାରୀଙ୍କୁ ବ୍ୟବସାୟିକ ଅନୁକୂଳ ବାତାବରଣ ପ୍ରଦାନ କରିବାରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଶିଳ୍ପାନୁଷ୍ଠାନ ସହ ରାଜ୍ୟର ସମ୍ପର୍କ ସଫଳ ହୋଇଛି। ରାଜ୍ୟ ସରକାର ଓ ଶିଳ୍ପାନୁଷ୍ଠାନ ସହଯୋଗ ଯୋଗୁ କୋଭିଡ୍‌-୧୯କୁ ଓଡ଼ିଶା ସଫଳତାର ସହ ମୁକାବିଲା କରିପାରିଛି। ମହାମାରୀ ପରେ ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ୫-ଟି ଦର୍ଶନ ଟ୍ରାନ୍ସପରେନ୍ସ, ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟାଇମ୍‌ ଏବଂ ଟ୍ରାନ୍ସଫର୍ମେଶନ ଉପରେ ଫୋକସ କରୁଛନ୍ତି। ଏହି ଦର୍ଶନ ରାଜ୍ୟରେ ଶିଳ୍ପଭିତ୍ତିକ ଇକୋସିଷ୍ଟମକୁ ମୂଲ୍ୟଯୁକ୍ତ କରିବା ସହ କ୍ରମାଗତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ବ ବୃଦ୍ଧି କରିବାରେ ସହଯୋଗ କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗର କ୍ରମାଗତ ଉଦ୍ୟମକୁ ସ୍ବାଗତ କରିବା ସହ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିଛି ବୋଲି କହିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଆମେ କରୋନା ମହାମାରୀକୁ ସମ୍ମୁଖୀନ ହେଉଛେ। ଏଥିପାଇଁ ସହୁ ସମସ୍ୟାର ସମ୍ମୁଖୀନ ହେବା ସହ ଜୀବନଜୀବିକା ଉପରେ ଏହାର ଗଭୀର ପ୍ରଭାବ ପଡିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଳ୍ପ କ୍ଷେତ୍ର ଉତ୍ତମ ଭାବେ ଚାଲିପାରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଏମ୍‌ଏସ୍‌ଏମ୍‌ଇ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲମ ପ୍ରମୁଖ ଯୋଗ ଦେଇଥିଲେ।
ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଶିଳ୍ପ ମଧ୍ୟରେ ଖୋର୍ଦ୍ଧାଠାରେ ମେଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ ପକ୍ଷରୁ ୩୦୦ କୋଟି ବ୍ୟୟରେ ଏକ କନ୍‌ଭେନଶନ ସେଣ୍ଟର ସ୍ଥାପନ କରାଯିବ। ଏଥିରେ ୮୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ମାସ୍‌ ସ୍ପିରିଟସ ଲିମିଟେଡ ପକ୍ଷରୁ ଝାରସୁଗୁଡ଼ାଠାରେ ଦୈନିକ ୩୬୦ କିଲୋଲିଟର ଡିଷ୍ଟିଲେରି ପ୍ଲାଣ୍ଟ ଓ ୫ ମେଗାଓ୍ବାଟର କୋଜେନେରେଶନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବା ସହ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ପୁରୀରେ ୧୩୫.୬୯ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ। ଏଥିରେ ୩୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଆଗ୍ରିଭେଟ ପ୍ରାଇଭେଟ ଲିିମିଟେଡ ପକ୍ଷରୁ ୧୧୨.୫୦ କୋଟି ଟଙ୍କା ବ୍ୟୟରେ କଟକର ମୁଣ୍ଡଳିଠାରେ ଏକ ଡିଷ୍ଟିଲାରି ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୧୫୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ଘରୋଇ କମ୍ପାନୀ ପକ୍ଷରୁ ପୁଞ୍ଜିନିବେଶ କରି ଶିଳ୍ପ ସ୍ଥାପନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?