୧୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧,୨୧୮.୦୧ କୋଟି ଟଙ୍କାର ୧୩ଟି ଶିଳ୍ପଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ୧୫ଟି ପର୍ଯ୍ୟାୟରେ ୭୬.୯୭ କୋଟି ଟଙ୍କା ପୁଞ୍ଜିନିବେଶର ୩ଟି ଶିଳ୍ପ ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସହ ୧୧୪୧.୦୪ କୋଟି ଟଙ୍କାର ୧୦ଟି ଶିଳ୍ପ ୟୁନିଟ୍‌ର ଶିଳାନ୍ୟାସ(ଗ୍ରାଉଣ୍ଡ ବ୍ରେକିଂ) କରିଛନ୍ତି। ସେଥିରେ ପର୍ଯ୍ୟଟନ, ପ୍ୟାକେଜିଂ, ମାନୁଫାକ୍ଚରିଂ, ପଲିମର ଓ ପ୍ଲାଷ୍ଟିକ ଇତ୍ୟାଦି ରହିଛି। ଏହିସବୁ ଶିଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୩୯୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ମେ ଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ, ଓରିଫୁଡ୍‌ ଆଣ୍ଡ ବେଭରେଜ ପ୍ରାଇଭେଟ ଲିମିଟେଡ, ମାସ୍‌ ସ୍ପିରିଟି ପ୍ରାଇଭେଟ ଲିମିଟେଡ, ସମ୍ବଲପୁର ବାୟୋଫୁଏଲ ପ୍ରାଇଭେଟ ଲିମିଟେଡ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଉକ୍ତ ଶିଳ୍ପ ସ୍ଥାପନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ ଖଣିଜ ପଦାର୍ଥଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଏକ ବୃହତ୍‌ ମାନୁଫାକ୍ଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି। ପୁଞ୍ଜିନିବେଶକାରୀଙ୍କୁ ବ୍ୟବସାୟିକ ଅନୁକୂଳ ବାତାବରଣ ପ୍ରଦାନ କରିବାରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଶିଳ୍ପାନୁଷ୍ଠାନ ସହ ରାଜ୍ୟର ସମ୍ପର୍କ ସଫଳ ହୋଇଛି। ରାଜ୍ୟ ସରକାର ଓ ଶିଳ୍ପାନୁଷ୍ଠାନ ସହଯୋଗ ଯୋଗୁ କୋଭିଡ୍‌-୧୯କୁ ଓଡ଼ିଶା ସଫଳତାର ସହ ମୁକାବିଲା କରିପାରିଛି। ମହାମାରୀ ପରେ ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ୫-ଟି ଦର୍ଶନ ଟ୍ରାନ୍ସପରେନ୍ସ, ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟାଇମ୍‌ ଏବଂ ଟ୍ରାନ୍ସଫର୍ମେଶନ ଉପରେ ଫୋକସ କରୁଛନ୍ତି। ଏହି ଦର୍ଶନ ରାଜ୍ୟରେ ଶିଳ୍ପଭିତ୍ତିକ ଇକୋସିଷ୍ଟମକୁ ମୂଲ୍ୟଯୁକ୍ତ କରିବା ସହ କ୍ରମାଗତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ବ ବୃଦ୍ଧି କରିବାରେ ସହଯୋଗ କରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗର କ୍ରମାଗତ ଉଦ୍ୟମକୁ ସ୍ବାଗତ କରିବା ସହ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିଛି ବୋଲି କହିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ଆମେ କରୋନା ମହାମାରୀକୁ ସମ୍ମୁଖୀନ ହେଉଛେ। ଏଥିପାଇଁ ସହୁ ସମସ୍ୟାର ସମ୍ମୁଖୀନ ହେବା ସହ ଜୀବନଜୀବିକା ଉପରେ ଏହାର ଗଭୀର ପ୍ରଭାବ ପଡିଛି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଳ୍ପ କ୍ଷେତ୍ର ଉତ୍ତମ ଭାବେ ଚାଲିପାରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଏମ୍‌ଏସ୍‌ଏମ୍‌ଇ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲମ ପ୍ରମୁଖ ଯୋଗ ଦେଇଥିଲେ।
ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ଶିଳ୍ପ ମଧ୍ୟରେ ଖୋର୍ଦ୍ଧାଠାରେ ମେଫେୟାର ହୋଟେଲ୍ସ ଆଣ୍ଡ ରିସର୍ଟସ ପକ୍ଷରୁ ୩୦୦ କୋଟି ବ୍ୟୟରେ ଏକ କନ୍‌ଭେନଶନ ସେଣ୍ଟର ସ୍ଥାପନ କରାଯିବ। ଏଥିରେ ୮୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ମାସ୍‌ ସ୍ପିରିଟସ ଲିମିଟେଡ ପକ୍ଷରୁ ଝାରସୁଗୁଡ଼ାଠାରେ ଦୈନିକ ୩୬୦ କିଲୋଲିଟର ଡିଷ୍ଟିଲେରି ପ୍ଲାଣ୍ଟ ଓ ୫ ମେଗାଓ୍ବାଟର କୋଜେନେରେଶନ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବା ସହ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ପୁରୀରେ ୧୩୫.୬୯ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ। ଏଥିରେ ୩୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଆଗ୍ରିଭେଟ ପ୍ରାଇଭେଟ ଲିିମିଟେଡ ପକ୍ଷରୁ ୧୧୨.୫୦ କୋଟି ଟଙ୍କା ବ୍ୟୟରେ କଟକର ମୁଣ୍ଡଳିଠାରେ ଏକ ଡିଷ୍ଟିଲାରି ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୧୫୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ଘରୋଇ କମ୍ପାନୀ ପକ୍ଷରୁ ପୁଞ୍ଜିନିବେଶ କରି ଶିଳ୍ପ ସ୍ଥାପନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri