ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ ଆଶ୍ୱସ୍ତି ଆଣିଥିଲା। ଅବଶ୍ୟ ଯୁଦ୍ଧବିରତି ଉଲ୍ଲଂଘନ ଦ୍ୱାହି ଦେଇ ଉଭୟ ପକ୍ଷ ମଧ୍ୟରେ ଟକରାଟକରି ଚାଲିଥିଲା। ତେବେ ୧୭ ଅଗଷ୍ଟରେ ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦ ଏକ ଅତ୍ୟନ୍ତ ଅସ୍ଥିର ପର୍ଯ୍ୟାୟରେ ପ୍ରବେଶ କଲାଭଳି ମନେହେଉଛି। ଇରାନ ସିଧାସଳଖ କହିଲାଣି ଏଣିକି ନିଜର ପ୍ରତିରକ୍ଷା ବଦଳରେ ପୂର୍ଣ୍ଣ ଆକ୍ରମଣାତ୍ମକ ରଣନୀତିକୁ ଆପଣାଇବ। ହର୍ମୁଜ ଜଳପଥ ଉପରେ ଆମେରିକାର ସାମୁଦ୍ରିକ ଅବରୋଧକୁ ଧ୍ୱଂସ କରିବା ପାଇଁ ସେମାନଙ୍କ ସେନା ଠିକ୍‌ ସମୟରେ ଏବଂ ନିର୍ଦ୍ଦିଷ୍ଟ ଭାବେ ଆକ୍ରମଣ ଲାଗି ପ୍ରସ୍ତୁତ ହେଉଛି ବୋଲି ଇରାନ କହିଛି। ଅନ୍ୟପକ୍ଷରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ବାଣିଜି୍ୟକ କିମ୍ବା ସାମରିକ ଜାହାଜ ଉପରକୁ ଗୁଳି ଚଳାଏ, ତେବେ ଆମେରିକା ସେନା ତାହାର କଡ଼ା ଜବାବ ଦେବ। ସେପଟେ ହର୍ମୁଜ ଜଳପଥ ପରିଚାଳନା ପାଇଁ ଇରାନ ଏବଂ ଓମାନ ମଧ୍ୟରେ ଚାଲିଥିବା ପୃଥକ୍‌ ଆଲୋଚନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓମାନକୁ କଡ଼ା ସାମରିକ ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଆମେରିକାର ସ୍ବାର୍ଥ ଥିବା ଘଟଣାରେ ମୁଣ୍ଡ ପୂରାଇଲେ ଓମାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ।
ଦେଖିବାକୁ ଗଲେ ଟ୍ରମ୍ପ୍‌ ନିକଟରେ ଆମେରିକୀୟଙ୍କୁ ସତର୍କ କରାଇଦେଇ କହିଛନ୍ତି ଯେ, ଯୁଦ୍ଧ ଯୋଗୁ କ୍ରମାଗତ ବଢ଼ୁଥିବା ଇନ୍ଧନ ମୂଲ୍ୟ ପାଇଁ ସେମାନେ ପ୍ରସ୍ତୁତ ରୁହନ୍ତୁ ।
ସେ ପୁଣି କହିଛନ୍ତି ଯେ, ଆମେ ଇରାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବା ପରେ ଖୁବ୍‌ଶୀଘ୍ର ହର୍ମୁଜ ଜଳପଥକୁ ଆମେରିକାର ଏକ ଅଞ୍ଚଳ ଭାବରେ ଘୋଷଣା କରିବୁ। ଏପରି କହିଲା ବେଳେ ଟ୍ରମ୍ପ୍‌ ଦେଶବାସୀଙ୍କୁ ମନେପକେଇ ଦେଇଛନ୍ତି ଯେ, ଆମେରିକାର ପ୍ରଥମ ଲକ୍ଷ୍ୟ ହେଉଛି ଇରାନ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ। ଟ୍ରମ୍ପ୍‌ଙ୍କ କଥାର ବିରୋଧାଭାସକୁ ଏଠି ଲକ୍ଷ୍ୟ କରିବାର ଅଛି। ସେ ଗୋଟିଏ ପଟେ କହୁଛନ୍ତି, ହର୍ମୁଜ ଜଳପଥ ଆମେରିକା ଅକ୍ତିଆରକୁ ଆସିବ। ଅନ୍ୟପଟେ ପରମାଣୁ ପ୍ରସଙ୍ଗକୁ ଯୁଦ୍ଧର ପ୍ରମୁଖ କାରଣ ଭାବେ ଦର୍ଶାଇଛନ୍ତି। ଇରାନ ସହ ଯୁଦ୍ଧ କରି ଆମେରିକା ଘୋର କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ସେଠାରେ ଇନ୍ଧନ ଦର ବଢ଼ିଚାଲୁଥିବାରୁ ଟ୍ରମ୍ପ୍‌ ଏଭଳି ମତ ରଖୁଥିବା ଆଲୋଚନା ହେଉଛି। କିନ୍ତୁ ଯୁଦ୍ଧ ପୂର୍ବରୁ ଇରାନ ଆଭ୍ୟନ୍ତରୀଣ ଅସ୍ବାଭାବିକତାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇଙ୍କ ମୃତ୍ୟୁ ପରେ ଯେଭଳି ଦେଶବାସୀ ଏକତ୍ରୀତ ହୋଇ ଲଢ଼େଇ ମାନସିକତାରେ ଅଛନ୍ତି, ସେଥିରୁ ବୁଝାପଡ଼ୁଛି ଯେ, ଆମେରିକା ଯୁଦ୍ଧକୁ ବେଶି ଦିନ ଗଡ଼ାଇଲେ ତାହାର ଅଧିକ କ୍ଷତି ହେବ। କେବଳ ଅନ୍ତର୍ଜାତୀୟ ସ୍ତରରେ ଉପହସିତ ହେବାରୁ ବଞ୍ଚତ୍ବା ପାଇଁ ଟ୍ରମ୍ପ୍‌ ବାହୁସ୍ଫୋଟ ମାରୁଛନ୍ତି।
ଏଭଳି ସ୍ଥିତିରେ ଆମେରିକାର ସହଯୋଗୀ ଇସ୍ରାଏଲ ଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ଥିବା ବେଳେ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଇସ୍ରାଏଲ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୬ ଅକ୍ଟୋବରରେ ହେବାକୁ ଥିବା ନିର୍ବାଚନରେ ନେତାନ୍ୟାହୁ କଠିନ ସ୍ଥିତିର ସମ୍ମୁଖୀନ ହେବେ। ସମ୍ଭବତଃ ଦେଶପ୍ରେମ ଉଜାଗର ରଖିବା ସହ ଆଞ୍ଚଳିକ ସ୍ତରରେ ପ୍ରଭାବ ବିସ୍ତାର କରିବାକୁ ଯାଇ ନେତାନ୍ୟାହୁ ଗାଜା କୂଟନୀତି ସହିତ ସିରିଆ ଓ ଲେବାନନରେ ଇସ୍ରାଏଲର ସାମରିକ ଉପସ୍ଥିତି ଜାହିର ରଖିଛନ୍ତିି। ଇରାନ ସହ ଇସ୍ରାଏଲର ଶତ୍ରୁତା ରହିଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କ ଭଳି ନେତାନ୍ୟାହୁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିପାରୁନାହାନ୍ତି। ଇସ୍ରାଏଲ ନିଜର ସ୍ଥିତି ରକ୍ଷା କରିବାରେ ବ୍ୟସ୍ତ ଥିବା ବେଳେ ଆମେରିକା ପେଟ୍ରୋଲିୟମ୍‌ ପଦାର୍ଥ ଲୁଟ୍‌ ଉଦ୍ଦେଶ୍ୟରେ ହର୍ମୁଜ ଜଳପଥକୁ ମୁଖ୍ୟ ଲକ୍ଷ୍ୟ ରଖିଛି।
ଏହି ଦୁଇ ଦେଶର ଦୃଷ୍ଟି ସମ୍ପୂର୍ଣ୍ଣ ଭାବେ ଅସ୍ପଷ୍ଟ ଥିଲା ଭଳି ମନେହେଉଛି। ଉଭୟ ଟ୍ରମ୍ପ୍‌ ଏବଂ ନେତାନ୍ୟାହୁ ଯେଉଁ ସ୍ବପ୍ନ ଦେଖି ଯୁଦ୍ଧ ଆରମ୍ଭ କରିଥିଲେ, ଇରାନର ସାମରିକ ଓ ବେସାମରିକ ନେତୃତ୍ୱ ସେହି ଦୁହିଁଙ୍କର ନିଦ୍ରାଭଙ୍ଗ କରିଦେଇଛନ୍ତି। ଏବେ ଶୁଣିବାକୁ ମିଳୁଛି, ଇରାନରେ ନେତୃତ୍ୱ ପରିବର୍ତ୍ତନ ଚାଲିଛି। ନିକଟରେ ମୋହସେନ୍‌ ରେଜାଇ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହିସବୁ ପରିବର୍ତ୍ତନରୁ ଜଣାପଡୁଛି ଯେ, ଇରାନ ତା’ର ଆଭିମୁଖ୍ୟ ଆହୁରି କଠୋର କରିବ। ଇରାନର କ୍ରୋଧ ହେଲା ଯେ, ଆମେରିକା ଯେଉଁ ପୁନଃନିର୍ମାଣ ପାଣ୍ଠି ପାଖାପାଖି ୩୦୦ ବିଲିୟନ ଡଲାର ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ଏବଂ ଇରାନୀୟ ତୈଳ ଉପରେ କଟକଣା ଉଠାଇବାକୁ କହିଥିଲା; ତାହା ଏପର୍ଯ୍ୟନ୍ତ କରିନାହିଁ। ଦୁଇ ପକ୍ଷକୁ ଦେଖିଲେ ଜଣାପଡ଼ୁଛି ଯେ, ଆମେରିକା ପାଖେ ହର୍ମୁଜ ଜଳପଥକୁ ଅକ୍ତିଆର କରିବାର ଆପାତତଃ କୌଣସି ବାଟ ନାହିଁ। ତାହାର ସାମରିକ ଶକ୍ତି କ୍ଷୟ ହୋଇଚାଲିଥିବା ବେଳେ ନାଟୋର ଅଧିକାଂଶ ସଦସ୍ୟ ଦେଶ ସହ ସମ୍ପର୍କ କ୍ଷୁଣ୍ଣ ହୋଇଛି। ଏଥିସହ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀମାନେ ବୁଝିଲେଣି ଯେ, ଆମେରିକା ବେଶି ଦିନ ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ଏଭଳି ପ୍ରଚ୍ଛଦପଟରେ ଯାହା ଜଣାପଡ଼ୁଛି ଇରାନ ଏବେ ଶାନ୍ତିଚୁକ୍ତି ଖୋଜିବା ସପକ୍ଷରେ ରହି ନ ପାରେ। ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ ଏବେ କ’ଣ କରିବେ, ତାହା ଉପରେ ତୈଳ ଦର ବୃଦ୍ଧି ସମସ୍ୟାରେ ବୁଡ଼ି ରହିଥିବା ଅନ୍ୟସବୁ ଦେଶଗୁଡ଼ିକର ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?