ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ପୋଲିସ କକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦିପକେ ଏବଂ AISA ସଭାପତି ନେହା ବୋରାଙ୍କୁ ହେପାଜତକୁ ନେଇଛି। ପୋଲିସ ନେହା ବୋରାଙ୍କୁ ମଣ୍ଡି ହାଉସରୁ ଅଟକ ରଖିଛି।
ଅଟକ ପୂର୍ବରୁ, ନେହା ଏକ ଭିଡିଓ ଜାରି କରି ଲୋକମାନଙ୍କୁ ମଣ୍ଡି ହାଉସ ଆସିବାକୁ ଏବଂ ଶୋଭାଯାତ୍ରାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ଏପରିକି ଅଟକ ସମୟରେ ନେହା କହିଥିଲେ, ଏହା ହିନ୍ଦୁସ୍ତାନକୁ ବଞ୍ଚାଇବାର ଲଢ଼େଇ। ମୋତେ ତିହାର ଜେଲ୍ ପଠାଇ ଦିଅ ବୋଲି ପୋଲିସକୁ କହିଥିଲେ।
ଅଟକ ପୂର୍ବରୁ, ଦିଲ୍ଲୀ ପୋଲିସର ଏକ ଟିମ୍ ଦୀପକେଙ୍କୁ ନୋଟିସ ଦେଇ କନ୍ଟ ପ୍ଲେସ (Connaught Place) ଏବଂ ସେଣ୍ଟ୍ରାଲ ପାର୍କ ନିକଟରେ ‘ତ୍ରିରଙ୍ଗା ଯାତ୍ରା’ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କହିଛି, କନ୍ଟ ପ୍ଲେସରେ ଧାରା ୧୬୩ (Section 163) ଲାଗୁ ହୋଇଛି ଏବଂ ଏଭଳି ’ତ୍ରିରଙ୍ଗା ଯାତ୍ରା’ ଆୟୋଜନ କରିବାକୁ କୌଣସି ଅନୁମତି ଦିଆଯାଇ ନାହିଁ।
CJP ଆଜି କନଟଟ୍ ପ୍ଲେସ ସ୍ଥିତ ସେଣ୍ଟ୍ରାଲ ପାର୍କରେ ଲେହରା ଦୋ ତ୍ରିରଙ୍ଗା’ ଶୋଭାଯାତ୍ରା କରିବାକୁ ଯୋଜନା କରିଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳି ନ ଥିଲା।
ହେଲେ ଅଭିଜିତ ଦୀପକେ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଘରୁ ବାହାରିଥିଲେ, ପୋଲିସ ତାଙ୍କୁ ହେପାଜତକୁ ନେଇ ଏକ ଗାଡ଼ିରେ ବସାଇ ନେଇଥିଲା। ସେତିକିବେଳେ ଅଭିଜିତ୍ ଏବଂ ଜଣେ ପୋଲିସ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା।
ଅନ୍ୟପକ୍ଷେ CJP ସମର୍ଥକମାନେ ପୋଲିସ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।
ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର କନ୍ନଟ ପ୍ଲେସ ସେଣ୍ଟ୍ରାଲ ପାର୍ଟ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ ପାର୍ଟରେ ଧାରା ୧୬୩ ଲାଗୁ ଥିବାରୁ ସେଠାକୁ ନ ଯିବାକୁ ଦିଲ୍ଲୀ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।
Dharitri – Odisha’s No.1 Odia Daily

