Posted inଖେଳ

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହୋଇ ମାଲାମାଲ୍‌ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ ମୂଲ୍ୟ ଲଗାଯାଇଥିଲା। ତେବେ ନିଲାମ ଶେଷ ହେବା ପରେ ଅକ୍ସନର(ନିଲାମଧାରୀ) ଦାୟିତ୍ୱ ତୁଲାଉଥିବା ମଲ୍ଲିକା ସାଗର ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ବେଶ ଭଲ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଥିବାରୁ କ୍ରିକେଟ ପ୍ରଶଂସକଙ୍କ ସହ ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ ମଧ୍ୟ ତାଙ୍କ ଶୈଳୀକୁ ପ୍ରଶଂସା କରିଛନ୍ତି।

କାର୍ତ୍ତିକ ଟୁଇଟ୍‌ କରି ମଲ୍ଲିକା ସାଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମଲ୍ଲିକା ସାଗର ଜଣେ ମହାନ ନିଲାମକାରୀ। ଆତ୍ମବିଶ୍ୱାସୀ, ସ୍ପଷ୍ଟ ଏବଂ ଅତ୍ୟନ୍ତ ସନ୍ତୁଳିତ। ତାଙ୍କୁ ମହିଳା ପ୍ରିମିୟର ଲିଗ୍‌ରେ ନିଲାମକାରୀ ଭୂମିକା ପ୍ରଦାନ କରିଥିବାରୁ ବିସିସିଆଇକୁ ଅଭିନନ୍ଦନ। ’ଏବେ ଏହି ଟୁଇଟ୍‌ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ମଜାଦାର ପ୍ରତିକ୍ରିୟା ରଖୁଛନ୍ତି।

କହିରଖୁଛୁ, ଆଇପିଏଲ ୨୦୨୩ ପାଇଁ ନିଲାମଧାରୀଙ୍କ ଭୂମିକା ହଗ ଏଡ୍‌ମଡ୍‌ସ ତୁଲାଇଥିଲେ। ମହିଳା ପ୍ରିମିୟର ଲିଗ ପାଇଁ ମଲ୍ଲିକା ସାଗରଙ୍କୁ ବିସିସିଆଇ ଏହି ଦାୟିତ୍ୱ ଦେଇଥିଲା। ଏହାପୂର୍ବରୁ ମଲ୍ଲିକା ପ୍ରୋ କବାଡି ଲିଗରେ ଖେଳାଳିଙ୍କୁ ନିଲାମ କରିଛନ୍ତି। ମଲାଇକା ମୁମ୍ବାଇର ସେଣ୍ଟର ଫର ମଡର୍ନ ଆଣ୍ଡ କଣ୍ଟେମ୍ପାର୍ଟାରୀ ଆର୍ଟରେ କ୍ୟୁରେଟାରୀ ପରାମର୍ଶଦାତା। ସେ ଆର୍ଟ ଇଣ୍ଡିଆ କନ୍ସଲଟାଣ୍ଟ ଫାର୍ମରେ ମଧ୍ୟ ଅଂଶୀଦାର ଅଟନ୍ତି। ମଲ୍ଲିକା ଆଇପିଏଲ୍‌ ନିଲାମର ପୁରୁଣା ଭିଡିଓ ଦେଖି ଡବ୍ଲ୍ୟୁପିଏଲ୍‌ ନିଲାମ ପାଇଁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅ ସହ ଖେଳୁ ଥିବା ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି କ୍ରିକେଟର

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ପୁଅ ଅଗସ୍ତ୍ୟଙ୍କ ସହ ନଜର ଆସିଛନ୍ତି। ହାର୍ଦ୍ଦିକଙ୍କ ଏହି...

ଆଇଏଏଫ୍‌ ଦିବସ ପରେଡ୍‌ରେ ସଚିନ

ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍‌) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର...

ପ୍ରୋ-କବାଡ଼ି ଲିଗ: ଉଦ୍‌ଘାଟନୀ ମ୍ୟାଚରେ ୟୁ ମୁମ୍ବାର ବିଜୟ

ହାଇଦ୍ରାବାଦ,୨୧ା୭: ସ୍ଥାନୀୟ ଗୋଚିବାଓ୍ବଲି ଇନ୍‌ଡୋର ଷ୍ଟାଡ଼ିୟମରେ ପ୍ରୋ-କବାଡ଼ି ଲିଗ୍‌ର ସିଜନ-୭ ଶନିବରଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ୟୁ ମୁମ୍ବା ୬ ପଏଣ୍ଟରେ ତେଲଗୁ...

ଆଇସିସିକୁ ରୋହିତଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୩ା୩ (ପି.ଟି.)- ଭାରତର ଦ୍ରୁତ ରନ ସଂଗ୍ରହକାରୀ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ସମାଲୋଚନା କରିଛନ୍ତି। କାରଣ ଭଲ...

ଗୁଣତିଲକାଙ୍କୁ ସର୍ତ୍ତମୂଳକ ଜାମିନ

ସିଡ୍‌ନୀ, ୧୮ା୧୧ (ପି.ଟି.): ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକାଙ୍କୁ ଗୁରୁବାର ଜାମିନ ମଞ୍ଜୁର ହୋଇଛି। କିନ୍ତୁ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର ପାଇଁ ବାରଣ...

ଲକ୍‌ଡାଉନ୍‌ରେ ଘରେ ବସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି; ଜାଣନ୍ତୁ କେମିତି

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ...

ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍‌, ତା’ ପରେ ଘଟିଲା ଏମିତି

ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍‌ ଅପ୍‌ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍‌ରେ ୮ ଉଇକେଟ...

ହାର୍ଦ୍ଦିକ, ଗିଲ, ରଶିଦଙ୍କୁ ନେବ ଅହମ୍ମଦାବାଦ

ନୂଆଦିଲ୍ଲୀ, ୧୭ା୧- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ନୂଆ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ ଲେଗ୍‌ ସ୍ପିନର ରଶିଦ ଖାଁ ଏବଂ...

Advertisement
Archives

Model This Week