ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ କାଦୁଅ ପଙ୍କରେ ଘାଣ୍ଟି ହୋଇ ଯାଉଥିଲା ବେଳେ କି କେତେ ପ୍ରାଣୋଛଳ ହୋଇ ପ୍ରକୃତି ମାଆ ସହ ଏକାକାର ହୋଇ ଯାଉଥିବେ ? କେବଳ କ’ଣ ଆମର ଶିଶୁମାନେ କେଉଁଠି ଫୁଲ ଉପରେ ପ୍ରଜାପତି ବସିଥିଲେ ଦୌଡ଼ିଯାଇ ଅବା ଧାରା ଶ୍ରାବଣର ଜଳସୁଅରେ କାଗଜ ଡଙ୍ଗା ଭସାଇ କେତେ ଅବିମଳ, ଅବିକୃତ ଅନବଦ୍ୟ ଦୃଶ୍ୟ ସୃଷ୍ଟି କରୁଥିବେ ? କେବଳ କ’ଣ ଆମ ଭିତରୁ ଖୁବ୍‌ କମ୍‌ ହେଲେ ବି ସେଇମାନେ ସକାଳ ଓ ସନ୍ଧ୍ୟାକୁ ଜାଣିଶୁଣିି ସ୍ବାଗତ କରି ଏବଂ ସେମାନଙ୍କର ପ୍ରୀତ୍ୟର୍ଥେ ସ୍ତବପାଠ ପୂର୍ବକ ଆପଣାର କୃତଜ୍ଞତା ଜ୍ଞାପନ କରୁଥିବେ ? ଆଉ କେବଳ କ’ଣ ଭାବୁକ ଓ ଦାର୍ଶନିକମାନେ ଖୋଲା ଅଥଚ କେଡ଼େ ରହସ୍ୟ ଘନ ଏ ସଂସାର ପ୍ରତି ଆସକ୍ତ ହୋଇ ମଧ୍ୟ ଅନାସକ୍ତ ହେଉଥିବେ? କେବଳ, ହଁ କେବଳ ଏ ଶବ୍ଦର ପ୍ରୟୋଗ ସଂଜ୍ଞାନରେ ଓ ସଜୋର୍‌  କରାଗଲା କାରଣ ମଣିଷ ଥାଟରେ ବିରାଜିତ ବିଭ୍ରାନ୍ତ ଦ୍ୱିପଦ ତା’ର ପାଦର ଅବସ୍ଥିତି ସମ୍ପର୍କରେ ଆଦୌ ଚେତିଲା ନାହିଁ। ନା ସେ ପାଦକୁ ଶ୍ରଦ୍ଧା କଲା  ନା ତା’ ପାଦକୁ କାର୍ଯ୍ୟକ୍ଷମ କରାଉଥିବା ଭୂମିକୁ ସ୍ବୀକାର କଲା। ସ୍ବୀକାର କରିବାର ଅନ୍ୟ ନାମ କୃତଜ୍ଞତା ଯାହାପୁଣି ଶ୍ରଦ୍ଧାସମ୍ଭୂତ। ଯଦି ମୁଁ ମୋ ମୂଳକୁ ଅସ୍ବୀକାର କରିବି, ତାହାହେଲେ ମୁଁ ତ ନିଶ୍ଚିତଭାବେ କୃତଘ୍ନ। ଫୁଲ ଫଳରେ ମଣ୍ଡିତ ଡାଳ ଯଦି ମୂଳ ଅବା ଚେରକୁ ଅସ୍ବୀକାରଜନିତ ଅବଜ୍ଞା କରେ ତାହାହେଲେ ତାର ସ୍ଥିତି ବିପନ୍ନ ହେବ ହିଁ ହେବ।
   ଚଷାଭାଇ ଯେଉଁ ଆତ୍ମାରାମରେ ଭୂମି ସହ ମିଶୁଛି ଏବଂ ସେଇ ଅବକାଶରେ ତା’ର ସ୍ତବ ପାଠ କରୁଛି, କବି ଯେଉଁ ଫୁଲର କି ପାହାଡ଼ର କି ଇନ୍ଦ୍ରଧନୁର ପ୍ରକାଶରେ ଅଭିଭୂତ ହେଉଛି, ଦାର୍ଶନିକ ଓ ଭାବୁକ ଯେଉଁ ଅକଳ୍ପନୀୟ ସଂସାରର ବିସ୍ତୃତିର ବ୍ରହ୍ମଚର୍ଯ୍ୟ ଦେଖି ବିସ୍ମୟମିଶ୍ରିତ ଅହଙ୍କାରଶୂନ୍ୟତା ଲାଭ କରୁଛନ୍ତି, ତା’ ମୂଳରେ ସେମାନଙ୍କର ଦୃଢ଼ ଅବବୋଧ ରହିଛି ଏଇ ମୂଳର। ପ୍ରକୃତିର ମୁକୁଳା ଔଦାର୍ଯ୍ୟ ଏବଂ ତଜ୍ଜନିତ ମାଧୁର୍ଯ୍ୟ ସେମାନଙ୍କୁ ତୁଚ୍ଛାଦେହୀ ଭାବରେ ରଖି ଦେଉନାହିଁ, ସେମାନେ ହୋଇଯାଉଛନ୍ତି ମୁକ୍ତଦେହୀ, ଯେଉଁଠି ଦେହ ମାଧ୍ୟମରେ ଦେହ ମୁକ୍ତିପାଏ ତେଣୁ ଦେହର ଯାବତୀୟ ମଳିନତା କଟିଯାଏ। ଦେହ ପାଇଁ ତ କବି ଫୁଲ ଦେଖିବାର ସମର୍ଥ ହେଉଛି ପୁଣି ଏପରି ଦେଖିବାରେ ସେ ଭିନ୍ନ ଏକ ଅବସ୍ଥାକୁ ଚାଲିଯାଉଛି, ଫୁଲଦର୍ଶନ ତା’ଭିତରେ ଫୁଲଭାବର ଅମନ୍ଦ ମନ୍ଦାକିନୀ ବୁହାଇ ଦେଉଛି। ସେ ମହାନ୍‌ ଭାବର ଅମୃତମୟ ସ୍ଥିତିରେ କବି ଭୂମିକୁ ସ୍ବୀକାର କରିବା ସଙ୍ଗେ ସଙ୍ଗେ ତା’ର ଚମକତ୍ାରିତା ସହ ଏକାକାର ହୋଇ ଯାଉଛି। ଫୁଲମୟ କବି ଫୁଲେନା ବରଂ ଆତ୍ମପ୍ରସାଦରେ ଝୁଲେ। କେଉଁ ଏକ ଅଦୃଶ୍ୟ ଅଧ୍ୟାତ୍ମ ପବନରେ ଦୋଳି ଖେଳେ। ସମସ୍ତ ସଂସାରୀ ଜନ ଯେତେବେଳେ ପୂଜା ଆଳରେ ଫୁଲକୁ ଫାଶି ଦେଉଥାନ୍ତି ସେତେବେଳେ କବି ସନ୍ଥ ଫୁଲ ଫୁଲର ପରମ ରମଣୀୟ ଚରଣାରବିନ୍ଦରେ ଅନାହତ ପ୍ରଣତି ଢାଳୁଥାଏ। ସେ ଫୁଲକୁ ଫାଶି ଦେବା ତ ଦୂରର କଥା ଫୁଲର ସାମାନ୍ୟ ଅବହେଳା ସହିପାରେ ନାହିଁ। ଫୁଲକୁ ସଂସାରୀମାନେ ଆପଣାର କାମନା ପୂରଣ ପାଇଁ ଫାଶି ଚଢ଼ାଉଥିବା ବେଳେ କବି (ଏବଂ ଅସଲଭକ୍ତ) ତା’ର ଅତି ନିକଟରେ ସୌନ୍ଦର୍ଯ୍ୟ ଉପନିଷଦ ଶୁଣୁଥାଏ। ଫୁଲ ହୁଏ ତା’ର ପରମାରାଧ୍ୟ ଗୁରୁ ଆଉ କବି ତା’ର ଚରମ ଅବନତ, ବିନୀତ ସେବକ ଶିଷ୍ୟ। ତେଣୁ ଗୁରୁଙ୍କୁ ପ୍ରଣିପାତ ଓ ସେବା ବ୍ୟତୀତ ସେ ଆଉ କ’ଣ କରନ୍ତା ? ତାହା ବି ସେ କରେ ଖୁବ୍‌ ମାର୍ମିକତାରେ। ଏ ମମତା ଆସକ୍ତିଶୂନ୍ୟ କିନ୍ତୁ ଅନାସକ୍ତ ଅବା ଅସମ୍ପୃକ୍ତ ନୁହେଁ। ତେଣୁ କବି ଫୁଲର ସୌନ୍ଦର୍ଯ୍ୟ ଉପନିଷଦ ଅଧ୍ୟୟନ କରି ଫୁଲ ଉପନିଷଦ ପାଲଟିଯାଏ  ବ୍ରହ୍ମବିଦ୍‌  ବ୍ରହ୍ମୈବ ଭବତି। କେତେ ମଜା କଥା ଏ! କବିର ଏ ନୈସର୍ଗିକ କର୍ମକୁ ସଂସାରୀମାନେ କଦାଚ ଲୋଡ଼ିଲେ ନାହିଁ। ଯନ୍ତ୍ର ଯୁଗର ଯନ୍ତ୍ରୀଭୂତ ସଂସାରୀ, ଫୁଲର ଆରାଧନା କରିବା ତ ଦୂରର କଥା ଫୁଲଟିଏ ଫୁଟିଛି ବୋଲି ସେ ଦେଖେନା, ଯଦିବା ଦେଖେ ସେଥିରେ ଆତ୍ମହରା ହୋଇ ଆତ୍ମଲାଭ କରେନା।
ଫୁଲର ସୌନ୍ଦର୍ଯ୍ୟ ସମ୍ପର୍କରେ ଅନବହିତ ସଂସାରୀ ଫୁଲକୁ ନେଇ ହୁଏତ ଠାକୁର ଘର ସଜାଏ, ଠାକୁରଙ୍କ ତାଳୁରୁ ତଳିପାଯାଏ ଫୁଲରେ ପୋତିପକାଏ। ପୁଣି ମନ ଖୁସିରେ ଗୋଟେ ଅଧେ ଫୁଲ କାନରେ ବି ଖୋସିଦିଏ। ଏତେ ଏତେ ଫୁଲରେ ଠାକୁର ପୂଜା କରୁଛି ବୋଲି ସଂସାରୀ ଖୁବ୍‌ ପ୍ରସନ୍ନବୋଧ କରେ, ଏଥିପାଇଁ ଯେ ଠାକୁର ପ୍ରସନ୍ନବୋଧ କରୁଥିବେ ବୋଲି ସେ ଭାବେ । ଏହା ଫଳରେ ଫୁଲଭାବଟି ତା’ ଠାରୁ ଦୂରେଇ ଯାଏ। ଫୁଲ ମଉଳିଯିବାର ଯଥେଷ୍ଟ ପୂର୍ବରୁ ଫୁଲଭାବ ତା’ଠାରୁ ବିଦାୟ ନେଇଥାଏ। ଫୁଲ ଭୋଗର ପାମରପଣିଆର ପାଲଟିଯାଏ, ଫୁଲଭାବର ପରମପ୍ରେମାସ୍ପଦତା କ୍ରୁଶବିଦ୍ଧ କ୍ଷତବିକ୍ଷତ ହୋଇଯାଏ। ସଂସାରୀ ଏଇଥିପାଇଁ ଫୁଲର ହୋଇପାରେ ନାହିଁ। ତେଣୁ ଠାକୁରଙ୍କର ମଧ୍ୟ ହୋଇପାରେ ନାହିଁ, କାରଣ ଅଭାବୀ କିପରି ଭାବ ପାଇବ ? ଅନ୍ୟପକ୍ଷରେ, କବି ଫୁଲର ଉପନିଷଦଟିଏ ପାଲଟି ଯାଇଥିବାରୁ ସେ ଫୁଲର ହୁଏ, ହୁଏ ବି ଠାକୁରଙ୍କର  ଏବଂ ତା’ ସହ ସେ ସଂସାରରେ ଆଉ ସଂସାର ପାଇଁ ଯେଉଁ କବିତା ଲେଖେ ତାହା ହୁଏ ସର୍ବୋତ୍ତମ ଉପାସନା, ସର୍ବୋତ୍ତମ ସେବା ଓ ସନ୍ଧାନୀ ସାଂସାରିକତା। ଆମେ ସେହି ଉପାସନା କରନ୍ତେ ନାହିଁ!
ବ୍ରଜମୋହନ ମିଶ୍ର
ଭଦ୍ରକ,  ମୋ:୮୦୧୮୦୮୭୮୩୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?