ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର ସମ୍ଭାବନାକୁ ଛାଡ଼ିଦେଇଛି। ପାଶ୍ଚାତ୍ୟ ଆଦର୍ଶର ସର୍ବୋଚ୍ଚ ମାନଦଣ୍ଡ, ମାନବ ଜାତିର ପ୍ରଗତି, ସ୍ବାଧୀନତା, ଭ୍ରାତୃତ୍ୱ, ସକଳ ପ୍ରକାର ଦକ୍ଷତା ଏବଂ ଉତ୍କତ୍ୃଷ୍ଟ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଏବେ ଅପସରିଯିବାରେ ଲାଗିଛି। ଏସବୁ ମହତ ଉଦ୍ୟମ ହେଲେ ମଧ୍ୟ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ରକ୍ଷଣଶୀଳ ନେତୃବୃନ୍ଦ ସେମାନଙ୍କ ସ୍ବାର୍ଥାନ୍ବେଷୀ ଧାରଣା ଓ ଶକ୍ତି ଦ୍ୱାରା ଏଗୁଡ଼ିକୁ କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ। ସେମାନେ ବିଶ୍ୱାସ ସ୍ଥାପନକଲେ ତାଙ୍କର ବିଜ୍ଞାନ ଓ ଯନ୍ତ୍ର କଳକବ୍‌ଜା ଉପରେ। ଦେଖାଯାଏ, ସେହି ବିଜ୍ଞାନ ଆଧୁନିଜ ଯୁଦ୍ଧ ସାମଗ୍ରୀର ଜନକ ପାଲଟିଯାଇଛି। ପ୍ରଗତି ପ୍ରତିବଦଳରେ ବିଶ୍ୱକୁ ଧ୍ୱଂସ ଆଡ଼କୁ ନେଇଯାଇଛି। କେହି ଚିନ୍ତାକଲେ ନାହିଁ ପ୍ରାଚ୍ୟଜଗତର ସେହି ଅପାର୍ଥିବ ଦୃଷ୍ଟିକୋଣକୁ। ଯୁଦ୍ଧର ଘନଘଟାରେ ପ୍ରାଚ୍ୟଜଗତ ମଧ୍ୟ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ପୃଥିବୀ ଇତିହାସରେ ବେଳେ ବେଳେ ଏପରି ପରିବର୍ତ୍ତନର ମୁହୂର୍ତ୍ତ ଆସେ, ଯେତେବେଳେ ଅନେକ ହଜାର ବର୍ଷରୁ ଚାଲିଆସିଥିବା ବସ୍ତୁଗୁଡ଼ିକ ଲୋପ ପାଇଯାଆନ୍ତି। ତା’ ବଦଳରେ ନୂତନ ବସ୍ତୁ ସ୍ଥାନ ନିଅନ୍ତି। ଆମେ ଏବେ ଇତିହାସର ଏପରି ଏକ ମୋଡ଼ରେ ଛିଡ଼ାହୋଇଛୁ, ଯେଉଁ ସମୟରେ ପ୍ରକୃତିର ତାଡ଼ନା ସହ ଯୁଦ୍ଧଖୋରମାନଙ୍କ ବିଭୀଷିକା ଆମକୁ ମ୍ରିୟମାଣ କରି ଦେଉଛି। ଆଗାମୀ ଭବିଷ୍ୟତ କ’ଣ ହେବ ତାହା ଜଣାପଡୁନାହିଁ।
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ କଥା ବିଚାରକୁ ନେବା। ସମସ୍ତେ ଭାବିଥିଲେ ଆମେରିକା ବିରୋଧରେ ଅଧିକାଂଶ ରାଷ୍ଟ୍ର ଠିଆ ହୋଇଯିବେ। କିନ୍ତୁ ଦେଖାଦେଲା ସବୁ ରାଷ୍ଟ୍ର ନିଜ ସୁରକ୍ଷା ଓ ଆର୍ଥିକ ଅବସ୍ଥାକୁ ଦେଖି ରହିଗଲେ। ବିଶ୍ୱରେ ଗଣତନ୍ତ୍ର, ରାଜତନ୍ତ୍ର, ସୌରତନ୍ତ୍ର, ସାମରିକ ଶାସନ ଚାଲିଛି। ଏଗୁଡିକର ମିଶ୍ରଣ ଘଟିବା ନେଇ ଆମେରିକା ନେତୃତ୍ୱ ନେଇଥିଲା। ଶେଷରେ ସେମାନଙ୍କ ସହ ସାଲିସକରି ନିଜର ଅର୍ଥନୈତିକ ଦିଗ ପ୍ରତି ଦୃଷ୍ଟି ରଖି ଆମେରିକା ସ୍ବାର୍ଥପର ହୋଇଗଲା। ସେହିଭଳି ରୁଷିଆ ସବୁଆଡ଼େ କମ୍ୟୁନିଷ୍ଟ ରାଷ୍ଟ୍ର ଗଠନର ଆଶା ରଖିଥିଲା। କିନ୍ତୁ ନିଜ ଦେଶର ଏକତା ରଖିପାରିଲା ନାହିଁ। ଦୂରେଇ ଦେଇଥିବା ଦେଶ ୟୁକ୍ରେନ୍‌ ପାଇଁ ବି ପ୍ରାଣମୂର୍ଚ୍ଛା ଲଢ଼େଇ କରିଚାଲିଛି। ୟୁକ୍ରେନ୍‌କୁ ଆମେରିକା ସାମରିକ ସରଞ୍ଜାମ ଯୋଗାଇଚାଲିଛି। ଏଠି ଏକତା ବଦଳରେ ବିଭେଦର କୂଟନୀତି ଚାଲିଛି। ଅନ୍ୟପଟେ ଚାଇନା ମାଓ-କମ୍ୟୁନିଷ୍ଟ ବିସ୍ତାର ପାଇଁ ଏସିଆ ମହାଦେଶର ବହୁ ଛୋଟ ଛୋଟ ରାଷ୍ଟ୍ରକୁ ନିଜ ପକ୍ଷକୁ ଆଣିବା ଲାଗି ସେମାନଙ୍କୁ ଋଣ ଉପରେ ଋଣ ଦେଇ ଚାଲିଲା। ପାକିସ୍ତାନକୁ କରାୟତ୍ତ କରି ଆର୍ଥିକ କରିଡର ନିର୍ମାଣକଲା, କିନ୍ତୁ ଅଧାରୁ ବନ୍ଦ ରହିଲା। ଭାରତ ଚାଇନାକୁ ବାଟ ଓଗାଳିଲା, ଫଳରେ ଚାଇନା ବିଶ୍ୱ ନେତୃତ୍ୱ ନେବା କର୍ତ୍ତୃତ୍ୱ ହରାଇ ବସିଲା। ଅନ୍ୟପକ୍ଷରେ ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଇରାନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଧୀରେ ଧୀରେ ଆମେରିକା ତା’ର ବିଶ୍ୱ ନେତୃତ୍ୱ ହରାଇବାରେ ଲାଗିଛି। ଗାଜାରେ ବିନାଶକାରୀ ଯୁଦ୍ଧ ନିୟନ୍ତ୍ରଣ କରିବାକୁ ଆମେରିକା ରାଷ୍ଟ୍ରପତି ଏଯାବତ ସମର୍ଥ ହୋଇନାହାନ୍ତି। ଟ୍ରମ୍ପ ଅନ୍ତର୍ଜାତୀୟ ସଙ୍ଗଠନ ଶାନ୍ତି ବୋର୍ଡ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ କୂଟନୈତିକ ଦାବି କରିଛନ୍ତି। ଗାଜାରେ କାର୍ଯ୍ୟକରୁଥିବା ସମସ୍ତ ଗୋଷ୍ଠୀର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ଉପରେ ଯାହା ଚୁକ୍ତି କରିଛନ୍ତି ତାକୁ ହମାସ୍‌ ପକ୍ଷରୁ ଗ୍ରହଣ କରାଯାଇନାହିଁ। ଏହି ଚୁକ୍ତିର କାର୍ଯ୍ୟାନ୍ବୟନ ଉପରେ ସନ୍ଦେହ ସୃଷ୍ଟିହୋଇଛି। ଇରାନ ଯୁଦ୍ଧରେ ଟ୍ରମ୍ପ୍‌ ଇସ୍ରାଏଲକୁ ସାଙ୍ଗରେ ନେଇ ଯେଉଁ ପଦକ୍ଷେପ ନେଲେ ସେଥିରେ ଇସ୍ରାଏଲ ସନ୍ତୋଷ ପ୍ରକାଶ କରିପାରୁନାହିଁ।
ସବୁଠି ଯୁଦ୍ଧର ମିଆଦୀ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୂଳ କାରଣ ହେଉଛି ଟ୍ରମ୍ପ୍‌ଙ୍କ ଯୁଦ୍ଧଖୋର ମନୋବୃତ୍ତି। ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବାରେ ଚାଇନା ବାରମ୍ବାର ଉଦ୍ୟମ କରୁଥିବା ବେଳେ ଆମେରିକା ତା’ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନାହିଁ। ଫଳରେ ବିଶ୍ୱ ନେତୃତ୍ୱ ନେବାରେ ଆମେରିକା ଗୋଟିଏ ପରେ ଗୋଟିଏ ବିଫଳ ହୋଇଚାଲିଥିବାବେଳେ ତାହାର ଅର୍ଥନୀତି ବିପଯର୍‌ୟସ୍ତ ହୋଇଗଲାଣି। ଏହାସହ
ଆମେରିକା ଇରାନ ଉପରେ ଆର୍ଥିକ କଟକଣା ଲଗାଇବାକୁ ଯୋଜନା କରିଛି। ଏଥିପାଇଁ ଟ୍ରମ୍ପ ଯେଉଁ ଯୋଜନା କରୁଛନ୍ତି ତାହା ବିପଜ୍ଜନକ। ଏଥିରେ ବିଶ୍ୱ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହେବ। ବିଶ୍ୱକୁ ଧମକ ଦେଇ ଟ୍ରମ୍ପ୍‌ କହିଛନ୍ତି, ଇରାନକୁ ସମର୍ଥନ କରୁଥିବା ଦେଶ ଏବଂ ପ୍ରତିଷ୍ଠାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ; ଯେଉଁଥିରେ ବ୍ୟାଙ୍କ, କମ୍ପାନୀ, ବିମାନବନ୍ଦର ଏବଂ ସରକାରୀ ପ୍ରତିଷ୍ଠାନ ଅନ୍ତର୍ଭୂକ୍ତ । ଏଭଳି ଧମକକୁ ବିଶ୍ୱବାସୀ ସହ୍ୟ କରିପାରିବେ କି ନାହିଁ ତାହା ଭବିଷ୍ୟତ କହିବ। ତୈଳ ଚୋରା ଚାଲାଣ ନେଟ୍‌ଓର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନଗଦ ମୁଦ୍ରା ବିନିମୟ, ଜାହାଜ ପଞ୍ଜୀକରଣ ଏବଂ ତେଲ କମ୍ପାନୀ ମାଧ୍ୟମରେ ଇରାନକୁ ମିଳୁଥିବା ଆର୍ଥିକ ସହାୟତାକୁ ଅବରୋଧ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟ ଦେଶଗୁଡିକ ଇରାନକୁ ସହାୟତା ବନ୍ଦକରି ଏହି ଅଭିଯାନରେ ଆମେରିକା ସହ ଯୋଗଦେବାକୁ କହିଛନ୍ତି। ଏଭଳି ଅନ୍ୟାୟର ପ୍ରତିରୋଧ କରିବାକୁ କୌଣସି ଦେଶ ଆଗେଇ ଆସି ନାହାନ୍ତି। ସେମାନେ କେହି ଆମେରିକା ନିକଟରେ ଚିହ୍ନା ପଡ଼ିବାକୁ ଚାହୁଁ ନ ଥିବା ଦେଖାଯାଉଛି। ଇରାନରୁ ସବୁଠାରୁ ବେଶି ଉପକୃତ ହେଉଥିବା ଦେଶ ଚାଇନା ମଧ୍ୟ ଆଗକୁ ଆସୁନାହିଁ। ତେବେ ଟ୍ରମ୍ପ୍‌ଙ୍କ ଏପରି ବୟାନ ବିଶ୍ୱର ପ୍ରତିଛବିକୁ ପ୍ରଭାବିତ କରିଛି ବୋଲି ଇରାନର ସେନା କହିଛି। ସବୁ ଦିଗରୁ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଇରାନକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ନୂଆ କୌଶଳ ଅବଲମ୍ବନ କରୁଛି। ଫଳରେ ଆମେରିକାରେ ଓ ବାହାରେ ଟ୍ରମ୍ପ୍‌ ନିନ୍ଦିତ ହେଉଛନ୍ତି। ଏଣୁ ଧମକଦେବା ବ୍ୟତୀତ ଟ୍ରମ୍ପ୍‌ଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି ବିଶ୍ୱର ଅଧିକାଂଶ ରାଷ୍ଟ୍ର ଜାଣିଗଲେଣି।
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ସମ୍ଭାବ୍ୟ ଆକ୍ରମଣ ପରିପ୍ରେକ୍ଷୀରେ ଇରାନ ପ୍ରତିଶୋଧ ପାଇଁ ଯୋଜନା କରିଚାଲିଛି। ଆରବ ଓ ଇସ୍ରାଏଲରେ ଅବସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ଓ ଗ୍ୟାସ୍‌ ଉପତ୍ାଦନ କେନ୍ଦ୍ର ଉପରେ ଯଦି ଇରାନ ଗାଇଡେଡ୍‌ ମିଶାଇଲ ଆକ୍ରମଣ କଲା ତେବେ ପରୋକ୍ଷରେ ଆମେରିକାର ବହୁ କ୍ଷତି ଘଟିବ। ଏ କଥାକୁ ଆମେରିକା ହେୟ ମନେକରିଛି। ଇରାନ ଯଦି ଏପରି କରେ ତେବେ ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ରହିବ ନାହିଁ, ବରଂ ବିଶ୍ୱରେ ଅଶୋଧିତ ତୈଳମୂଲ୍ୟ ଆକାଶଛୁଆଁ ହୋଇଯିବ। ଏଭଳି ସ୍ଥିତିରେ ସାଉଦି ଆରବ ଚିନ୍ତା କରିନାହିଁ। ଆମେରିକା ବଳରେ ସେ ଆରାମରେ ବସିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ, ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ତୁର୍କୀର ରାଷ୍ଟ୍ରପତି ଏମାନେ ଏକ ମେଣ୍ଟ କରିବାକୁ ଚୁକ୍ତି କରିଛନ୍ତି। ହେଲେ ସାଉଦି ଆରବ ଉପରେ ଇରାନ ଆକ୍ରମଣ କରିଚାଲିଛି। ସେଥିପାଇଁ ସାଉଦି ଆରବ ଏହି ମେଣ୍ଟ ପ୍ରତି ଅନୁରକ୍ତ ହୋଇଛି। ଏଭଳି ସ୍ଥିତିରେ ଏହି ମେଣ୍ଟର ବାସ୍ତବତା କିଛି ନାହିଁ। ଏମାନେ ଆମେରିକା ପ୍ରତି ଏକ ପ୍ରକାର କ୍ଷୁବ୍ଧ ଥିବା ଜଣାପଡ଼ିଛି। କିନ୍ତୁ ଏହି ରାଷ୍ଟ୍ରଗୁଡ଼ିକର ଶାସନ ଭିନ୍ନ ଭିନ୍ନ। ସାଉଦି ଆରବ ଓ ପାକସ୍ତାନ ସହ ଆମେରିକାର ନିବିଡ଼ ସମ୍ପର୍କ। ଚାଇନା ମଧ୍ୟ ପାକିସ୍ତାନକୁ କରାୟତ୍ତ କରିଛି ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରିବା ପାଇଁ। ଜଣାପଡ଼େ ଯେ ସମସ୍ତ ମିତ୍ର, ଶତ୍ରୁ ରାଷ୍ଟ୍ରଙ୍କ ମନରେ ଆମେରିକାର ଔଦ୍ଧତ୍ୟ ସହ୍ୟ ହେଉନାହିଁ। ବର୍ତ୍ତମାନ ସ୍ଥିତିରେ ବିଶ୍ୱର ନେତୃତ୍ୱ ନେବା ପାଇଁ ଆଉ କୌଣସି ରାଷ୍ଟ୍ର ସମର୍ଥ ନୁହନ୍ତି। ବିଶ୍ୱ ରାଜନୀତିରେ ରୂପାନ୍ତର ପ୍ରକ୍ରିୟା ଚାଲିଛି। ଏଥିରୁ କେହି ନିସ୍ତାର ପାଇବେ ନାହିଁ। ଯୁଦ୍ଧର ବିଭୀଷିକା ପୁରୁଣା ରାସ୍ତାକୁ ଭାଙ୍ଗି ନୂତନ ରାସ୍ତା ଖୋଜୁଛି।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ:୯୪୩୭୩୧୫୬୨୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri