ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ଏହି ଘଟଣା ଘଟିବା ପରେ ପରେ ଏକ ଘରୋଇ ଟିଭି ଚ୍ୟାନେଲରେ ଟପ୍ପର ହେବା ସମୟରେ ସେ ଦେଇଥିବା ସାକ୍ଷାତକାର ମୁଁ ଦେଖୁଥିଲି। ସେଥିରେ ସେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ମୁଖ୍ୟତଃ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ସମେତ ସର୍ବାଙ୍ଗୀନ ଉନ୍ନତି ତାଙ୍କର ପ୍ରାଥମିକତା ରହିବ। ସମାଜର ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଟି ପାଖରେ ପହଞ୍ଚି ତା’ର ନୂ୍ୟନତମ ଆବଶ୍ୟକତା ପୂରଣ କରିବା ପାଇଁ ସେ ସର୍ବଦା ତତ୍ପର ରହିବେ। ଏଥିସହିତ ଉନ୍ନତି ପଥରେ ଦୁର୍ନୀତି ଏକ ପ୍ରମୁଖ ବାଧା ବୋଲି ନିରୂପଣ କରିବା ସହିତ ଏହାର ମୂଳୋତ୍ପାଟନ ହେବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ହେଲେ ନିଜେ କହିଥିବା ଏହି କଥା କେଇପଦକୁ ସେ ରଖିପାରିଲେ ନାହିଁ ଏବଂ ପଦବୀ ଗ୍ରହଣ କରିବାର ମାତ୍ର କିଛି ବର୍ଷ ପରେ ନିଜେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡ଼ିଲେ। କେବଳ ଏହି ଭଦ୍ରବ୍ୟକ୍ତିଙ୍କ କଥା କାହିଁକି, ଏଭଳି ହଜାର ହଜାର ଖବର ଆମେ ପ୍ରାୟତଃ ପ୍ରତିଦିନ ପଢ଼ୁଛେ, ଶୁଣୁଛେ ଓ ଦେଖୁଛେ। ଉଚ୍ଚଶିକ୍ଷିତ ପ୍ରଶାସନିକ ଅଧିକାରୀ, ପୋଲିସ, ଡାକ୍ତର, ଇଞ୍ଜିନିୟର୍‌, ଶିକ୍ଷକ, କିରାଣି ଆଦି ଲାଞ୍ଚ ନେବା ସହିତ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାର ଖବର ପ୍ରାୟ ପ୍ରତିଦିନ ଖବରକାଗଜର ପୃଷ୍ଠାମଣ୍ଡନ କରୁଛି। ତେବେ ପ୍ରଶ୍ନ ଉଠୁଛି, ସମ୍ପ୍ରତି ଏଭଳି ଘଟଣା ବହୁଳ ପରିମାଣରେ କାହିଁକି ଘଟୁଛି? ଉଚ୍ଚଶିକ୍ଷିତ ବ୍ୟକ୍ତିଟିଏ ଏତେ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିବା ସହିତ ଉଚ୍ଚବେତନ ପାଇବା ପରେ ମଧ୍ୟ କ’ଣ ଅଭାବ ରହୁଛି ଯେ ସେ ଏଭଳି ଏକ ଅପକର୍ମକୁ ପ୍ରଶ୍ରୟ ଦେଉଛି?
ଏଠାରେ ଉତ୍ତର ହେଉଛି ଅଭାବ ରହୁଛି ସଂସ୍କାରମୂଳକ ଶିକ୍ଷା। ସଂସ୍କୃତରେ ଏକ ଶ୍ଳୋକ ଅଛି- ବିଦ୍ୟା ଦଦାତି ବିନୟଂ ବିନୟାଦ ଯାତି ପାତ୍ରତାମ। ପାତ୍ରତ୍ୱାଦ ଧନମାପ୍ନୋତି ଧନାଦ ଧର୍ମଂ ତତଃ ସୁଖମ୍‌॥ ଏହାର ଭାବାର୍ଥ ହେଲା ପ୍ରକୃତ ବିଦ୍ୟା ମଣିଷକୁ ବିନମ୍ର କରେ, ବିନମ୍ରତାରୁ ଯୋଗ୍ୟତା ଆସେ ଏବଂ ଯୋଗ୍ୟତାରୁ ଧନ ଓ ଧର୍ମ ପ୍ରାପ୍ତି ହୋଇଥାଏ। ଯାହାଦ୍ୱାରା କି ସେ ସଫଳତା ହାସଲ କରେ ଏବଂ ପରମ ଶାନ୍ତି ଓ ସୁଖ ହାସଲ କରିଥାଏ। ପ୍ରକୃତ ଜ୍ଞାନ ବା ବିଦ୍ୟା ଗର୍ବ ଓ ଅହଙ୍କାର ନୁହେଁ, ବରଂ ମନରେ ବିନମ୍ରତା ଓ ସରଳତା ଆଣିଦିଏ। ଶିକ୍ଷାର ଅର୍ଥ କେବଳ ଶିକ୍ଷା ନୁହେଁ, ବରଂ କିଛି ଉନ୍ନତ ଚିନ୍ତା କରିବା ପାଇଁ ନିଜର ଧୀଶକ୍ତିକୁ କ୍ଷମତାସମ୍ପନ୍ନ କରାଇବା । ସୁଶିକ୍ଷା ଅନ୍ଧକାର ମଧ୍ୟରେ ଆଲୋକର ବର୍ତ୍ତିକା ସାଜେ, ନୈରାଶ୍ୟ ମଧ୍ୟରେ ଆଶାର ସଞ୍ଚାର ସାଜେ ଏବଂ ପଥଭ୍ରଷ୍ଟକୁ ପଥ ପ୍ରଦର୍ଶନ କରାଏ। ସମାଜରେ ସମ୍ମାନର ସହିତ ବଞ୍ଚିବାକୁ ହେଲେ ସୁଶିକ୍ଷାର ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ।
ବିଦ୍ୟାର୍ଥୀମାନଙ୍କର ମସ୍ତିଷ୍କକୁ ଉର୍ବର ମସ୍ତିଷ୍କ କୁହାଯାଏ। ବିଦ୍ୟାର୍ଥୀ ସର୍ବଦା କଞ୍ଚାମାଟି ସଦୃଶ । ତାକୁ ଯେମିତି ଗଢ଼ାଯାଏ, ସେ ସେହିପରି ଭାବରେ ନିଜକୁ ଗଢ଼ିତୋଳିଥାଏ। ଏହି ଉର୍ବର ମସ୍ତିଷ୍କରେ ପ୍ରକୃତ ଜ୍ଞାନର ବୀଜରୋପଣ କରାଗଲେ ଚରିତ୍ର ଓ ସଂସ୍କାର ପ୍ରସ୍ଫୁଟିତ ହୋଇଥାଏ। କେବଳ ପୁସ୍ତକଗତ ଜ୍ଞାନ ଆହରଣ ସହିତ ଶିକ୍ଷାଗତ ପ୍ରମାଣପତ୍ର ହାସଲ କରିଦେଲେ ଯେ ଜଣେ ଯଥାର୍ଥ ଓ ବାସ୍ତବ ଶିକ୍ଷା ହାସଲ କରିଛନ୍ତି ବୋଲି କୁହାଯିବ ନାହିଁ। ଯେଉଁ ଶିକ୍ଷା ଜଣଙ୍କୁ ସମାଜରେ ସୁନାଗରିକ ହେବାପାଇଁ ଯୋଗ୍ୟତମ କରାଏ, ନିଃସ୍ବାର୍ଥପର ସେବା ସହିତ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଏ, ମାନବିକ ମୂଲ୍ୟବୋଧ ସମ୍ପନ୍ନ କରାଇବା ପାଇଁ ଆତ୍ମବିଶ୍ୱାସ ଯୋଗାଏ, ଗଚ୍ଛିତ ରଖିଥିବା ଶିକ୍ଷା ମାଧ୍ୟମରେ ସମାଜକୁ ସଂସ୍କାରବୋଧ କରାଇଥାଏ ଏବଂ ଆଗ୍ରହ ଅନୁଯାୟୀ କର୍ମ କରିବାକୁ ପ୍ରେରଣା ଯୋଗାଏ, ତାହାକୁ ପ୍ରକୃତ ଶିକ୍ଷା କୁହାଯାଏ।
କେବଳ ପୁସ୍ତକଗତ ଜ୍ଞାନ ଓ ଶିକ୍ଷାଗତ ପ୍ରମାଣପତ୍ରଯୁକ୍ତ ଶିକ୍ଷା ଆମ ଦେଶର ବ୍ୟବସ୍ଥାରେ ଚରମ ଦୁର୍ଗତି ସୃଷ୍ଟି କରିଛି। ଦେଶରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି, ଠକାମି, ପ୍ରତାରଣା, ଅତ୍ୟାଚାର, ବ୍ୟଭିଚାର, ଅମାନବିକତା ଏବଂ ନାରୀ ଓ ଶିଶୁ ନିର୍ଯାତନା ଆଦି ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକମାତ୍ର କାରଣ ହେଲା ସୁଶିକ୍ଷାର ଅଭାବ। ତେଣୁ ବୃହଦାରଣ୍ୟକ ଉପନିଷଦରେ ଯଥାର୍ଥରେ କୁହାଯାଇଛି ଯେ ‘ତମସୋ ମା ଜ୍ୟୋତିର୍ଗମୟ’ ଅର୍ଥାତ୍‌ ମୋତେ ଅନ୍ଧକାରରୁ ବାହାର କରି ଆଲୋକ ଆଡ଼କୁ ନିଅନ୍ତୁ। ଜଣେ ପ୍ରକୃତ ଶିକ୍ଷକ ଅଜ୍ଞାନ ରୂପକ ଅନ୍ଧକାରରୁ ବାହାର କରି ଜ୍ଞାନର ଆଲୋକିତ ମାର୍ଗ ଆଡ଼କୁ ବାଟ କଢ଼ାଇ ନେବାରେ ସହାୟକ ହୁଅନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁସବୁ ଶିକ୍ଷକମାନଙ୍କ ଉପରେ ଏହି ସମାଜର ମେରୁଦଣ୍ଡକୁ ଗଢ଼ିତୋଳିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟପରାୟଣତା, ଦକ୍ଷତା, ନିଷ୍ଠା, ସତ୍ୟବାଦିତା, ସମ୍ବେଦନଶୀଳତା, ମୂଲ୍ୟବୋଧ ଓ ନୀତି-ନୈତିକତା ଉପରେ ସମ୍ପ୍ରତି ଅନେକାଂଶରେ ପ୍ରଶ୍ନ ଉଠୁଛି। କାରଣ ଆଜିର ଶିକ୍ଷା ବ୍ୟବସ୍ଥା ହୋଇଯାଇଛି ବ୍ୟବସାୟୀକରଣ। ଶିକ୍ଷକମାନେ ଶ୍ରେଣୀ ଗୃହର ପାଠପଢ଼ାକୁ ଗୌଣ କରି ଘରୋଇ ଟ୍ୟୁଶନ ଓ କୋଚିଂ ସେଣ୍ଟର୍‌ ପଦ୍ଧତି ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି। ସମୂହ ସ୍ବାର୍ଥ ପରିବର୍ତ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଫଳସସ୍ବରୂପ ପରୋକ୍ଷ ଭାବରେ ଶିକ୍ଷା ଓ ଶୈକ୍ଷିକ ବ୍ୟବସ୍ଥାର ଅଧୋପତନ ଘଟୁଛି, ଯାହାକି ସଂସ୍କାରମୂଳକ ଶିକ୍ଷାର ମୂଲ୍ୟବୋଧକୁ ହ୍ରାସ କରୁଛି।
କୁହାଯାଏ ଯେ, ଆଜିର ଶିଶୁ କାଲିର ଭବିଷ୍ୟତ। ଆଦର୍ଶ ନାଗରିକଟିଏ ହେବା ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନଙ୍କର ଗୁରୁଦାୟିତ୍ୱ ରହିଛି। ଶିକ୍ଷା ଓ ସଂସ୍କାର ପ୍ରତି ପ୍ରେରଣା କେବଳ ଜଣେ ଶିକ୍ଷକ ନୁହେଁ ବରଂ ଅଭିଭାବକଙ୍କର ପ୍ରଧାନ କର୍ତ୍ତବ୍ୟ। ଜଣେ ବ୍ୟକ୍ତିର ଘରୋଇ ସଂସ୍କାର ହିଁ ସମାଜରେ ପ୍ରତିଫଳିତ ହୋଇଥାଏ। ବ୍ୟକ୍ତିର ଚାଲିଚଳଣ, ଆଚାର ବ୍ୟବହାର, କଥାଭାଷା ଓ କ୍ରିୟାକଳାପ ଆଦି ଏକ ପରିବାରର ପଦମର୍ଯ୍ୟାଦା ଆଡ଼କୁ ଇଙ୍ଗିତ କରିଥାଏ। ମହାଭାରତର ଏକ ପର୍ଯ୍ୟାୟକୁ ଉଦାହରଣ ଭାବରେ ନିଅନ୍ତୁ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପରି ଯୋଗ୍ୟତମ ବ୍ୟକ୍ତି, ଯିଏ କି କୁରୁବଂଶର ରାଜକୁମାର ତଥା ପାଣ୍ଡବ ଓ କୌରବଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ପାଣ୍ଡବମାନେ ଉଭୟ ଘରୋଇ ସଂସ୍କାର ଓ ଗୁରୁଙ୍କ ସୁଶିକ୍ଷା ଆଧାରରେ ସୁନା ପରି ଚମକି ଉଠିଲେ। ଅନ୍ୟ ପାର୍ଶ୍ୱରେ କୌରବମାନେ ଗୁରୁଙ୍କଠାରୁ ସୁଶିକ୍ଷା ପାଇଥିଲେ ସତ, ତେବେ ଘରୋଇ ସଂସ୍କାର ଅଭାବରୁ ସେମାନଙ୍କର ନୈତିକ ଅଧୋପତନ ଘଟିଥିଲା। ଫଳସ୍ବରୂପ ସେମାନଙ୍କ ବଂଶ ଧ୍ୱଂସ ହୋଇଗଲା। ତେଣୁ ଶିକ୍ଷା ଓ ସଂସ୍କାର ଉଭୟ ଉଭୟଙ୍କୁ ପରିପୂରକ ଏବଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ସୁଶିକ୍ଷିତ, ଦାୟିତ୍ୱବାନ, ଆତ୍ମସଂଯମୀ, ବିବେକସମ୍ପନ୍ନ, ସାଧାରଣ ବିଚାରଶକ୍ତି, ସମାଜ ତଥା ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଆଦର୍ଶ ନାଗରିକର ସର୍ବଶ୍ରେଷ୍ଠ ସଂଜ୍ଞା। ଆଦର୍ଶ ନାଗରିକଟିଏ ହିଁ ସୁଦୃଢ଼ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ। ନାଗରିକଟିଏ ଯଦି ନିଜେ ନିଜର ଅଧିକାର ପ୍ରତି ସଚେତନ ରୁହେ, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖେ ତେବେ ଆମ ଏହି ସମାଜର ସମସ୍ତ ଦୁରବସ୍ଥା ହିଁ ଏକରକମ ବନ୍ଦ ହୋଇଯିବ ଏବଂ ରାଷ୍ଟ୍ରର ପ୍ରତ୍ୟକ୍ଷ ଭାବରେ ଉନ୍ନତି ହେବ।
ମନୁଷ୍ୟର ସହଜାତ ପ୍ରବୃତ୍ତି ମଧ୍ୟରେ ଲୋଭ, ମୋହ, କ୍ରୋଧ, କାମ, ଦ୍ୱେଷ, ଘୃଣା, ହିଂସା, ଅହଙ୍କାର ଆଦି ଥିବାବେଳେ ସହଜାତ ନିବୃତ୍ତି ମଧ୍ୟରେ ଦୟା, କ୍ଷମା, ପରୋପକାର, ସହନଶୀଳତା, ଧୈର୍ଯ୍ୟ, ସାଧୁତା, ନିରହଙ୍କାର ଆଦି ମନୋଭାବଗୁଡ଼ିକ ରହିଥାଏ। କେବଳ ଜଣେ ସଫଳତମ ବ୍ୟକ୍ତି ହେବା ପାଇଁ ନୁହେଁ, ବରଂ ଜଣେ ମୂଲ୍ୟବାନ ବ୍ୟକ୍ତି ହେବା ପାଇଁ ପ୍ରେରଣା ଯୋଗାଇବା ଶିକ୍ଷାର ପ୍ରକୃତ କାର୍ଯ୍ୟ। ଏଣୁ ଉପଯୁକ୍ତ ସଂସ୍କାରମୂଳକ ଶିକ୍ଷା ଦାୟିତ୍ୱବୋଧ ପ୍ରତି ଅଙ୍ଗୀକାରବଦ୍ଧ କରାଇବା ସହିତ ଏକ ସୁସ୍ଥ ସମାଜ ଓ ସୁଦୃଢ଼ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ।
ଅଠରଭାଗ, ପିପିଲି
ମୋ: ୯୮୧୮୮୪୭୮୦୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?