୧୨ ପଇସା ବଢ଼ିଲା ଡିଜେଲ

ଭୁବନେଶ୍ୱର,୨୦।୭: କରୋନା ମହାମାରୀ ସମୟରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି। ପେଟ୍ରୋଲ ଦର ଗତ କିଛିଦିନ ଧରି ବୃଦ୍ଧି ହୋଇ ନ ଥିବା ବେଳେ ଡିଜେଲ ଦରରେ ବିରତି ଲାଗୁ ନାହିଁ। ସୋମବାର ଭୁବନେଶ୍ୱରରେ ଡିଜେଲ ଦର ୧୨ ପଇସା ବଢ଼ି ୭୯.୭୩ ଟଙ୍କା ଛୁଇଁଛି। ଏଠାରେ ପେଟ୍ରୋଲ ଲିଟର ଅପରିବର୍ତ୍ତିତ ୮୧.୦୧ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ସୋମବାର ନୂଆଦିଲ୍ଲୀରେ ଡିଜେଲ ଦର ୧୨ ପଇସା ବଢ଼ି ୮୧.୬୪ ଟଙ୍କା ହୋଇଛି। ମୁମ୍ବାଇରେ ଲୋକମାନେ ୧ ଲିଟର ପେଟ୍ରୋଲ ପାଇଁ ୭୯.୮୩ ଟଙ୍କା ଦେଉଛନ୍ତି। ଏହାବାଦ ଚେନ୍ନାଇରେ ଡିଜେଲ ୧୦ ପଇସା ବଢ଼ି ୭୮.୬୦ ଟଙ୍କା ଏବଂ କୋଲକାତାରେ ୧୦ ପଇସା ବଢ଼ି ୭୬.୭୭ ଟଙ୍କା ରହିଥିବା ସୂଚନା ରହିଛି। ଗତ ୨୨ ଦିନ ହେବ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ସେହିପରି ଗତ ୫ ସପ୍ତାହ ମଧ୍ୟରେ ଡିଜେଲ ଦର ୨୮ ଥର ବଢ଼ିଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ୨୧ ଥର ବୃଦ୍ଧି ଘଟିଛି। ଲକ୍‌ଡାଉନ ସମୟରେ ପ୍ରାୟ ୮୧ ଦିନ ଧରି ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ଜୁନ୍‌ ୭ ପରଠାରୁ କମ୍ପାନୀଗୁଡ଼ିକ ଦରରେ ଦୈନିକ ପରିବର୍ତ୍ତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ଜୁନ ୨୯ ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଜୁନ୍‌ ୭ ପରଠାରୁ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୯.୧୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୨.୩୩ ଟଙ୍କା ବୃଦ୍ଧି ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏନ୍‌ବି ପକ୍ଷରୁ ଋଣ ମଞ୍ଜୁରିପତ୍ର ବଣ୍ଟନ

ଭୁବନେଶ୍ୱର,୧୦।୨:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର କ୍ଷେତ୍ର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କର ପରମାଣପୁର ଶାଖା ପରିସରରେ କୃଷି ଋଣ ତଥା...

ଜୁନରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ

ନୂଆଦିଲ୍ଲୀ,୨୨।୮: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ର ସଦସ୍ୟ ସଂଖ୍ୟା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଉଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଚଳିତବର୍ଷ ଜୁନରେ ଇପିଏଫ୍‌ଓରେ...

ସେଲ୍‌ସ ଗର୍ଲରୁ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ...

ବେଦାନ୍ତ ବାଲ୍‌କୋ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’

ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ବାଲ୍‌କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି...

୧୧ ଡିଜିଟ୍‌ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ,୨୨-୯: ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଦେଶରେ ମୋବାଇଲ ନମ୍ବରକୁ ବର୍ତ୍ତମାନର ୧୦ ସ୍ଥାନରେ ୧୧ ଡିଜିଟ୍‌(ଅଙ୍କ) କରାଯିବା ନେଇ ପରାମର୍ଶ ଲୋଡିଛି। ଜନସଂଖ୍ୟା ବୃଦ୍ଧି...

ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି ପଦକ୍ଷେପ

ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି...

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ...

ଟେଲିକମ୍‌ ଶିଳ୍ପକୁ ଆଶ୍ୱସ୍ତି ଲାଗି ବରିଷ୍ଠ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ, ୨୪-୨:ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ(ଏଜିଆର୍‌) ବାବଦ ଦେୟ ପ୍ରଦାନ କରିବାକୁ ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଶିଳ୍ପରେ ଏବେ ସମସ୍ୟା ବଢିଯାଇଛି। କମ୍ପାନୀଗୁଡ଼ିକ...

Advertisement
Archives

Model This Week