Posted inଜାତୀୟ

ଦିଦିଙ୍କ ନୂଆ ରଣନୀତି, କଂଗ୍ରେସ-ସିପିଏମକୁ କରୁଛନ୍ତି ସଶକ୍ତ…

କୋଲକାତା,୭।୧୧: ପଶ୍ଚିମବଙ୍ଗର ନିକଟରେ ୪ଟିି ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ତିନୋଟି ଆସନରେ ଭାଜପା ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି। ବର୍ତ୍ତମାନ ଏହି ପରାଜୟକୁ ନେଇ ଦଳ ଭିତରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠୁ ବଡ କଥା ସାମ୍ନାକୁ ଆସିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ଏକ ସ୍ଥିର ରଣନୀତି ଅନୁଯାୟୀ ବଙ୍ଗଳାରେ ସିପିଏମ ଏବଂ କଂଗ୍ରେସକୁ ମଜବୁତ କରୁଛି।

ଯାହାଦ୍ୱାରା ଟିଏମସି ବିରୋଧୀ ଭୋଟ ଭାଜପା, ସିପିଏମ ଏବଂ କଂଗ୍ରେସ ମଧ୍ୟରେ ବିଭାଜନ ହୋଇପାରିବ। ଏହାର ସିଧା ସଳଖ ଫାଇଦା ଟିଏମସିକୁ ଯିବ। ଉପ-ନିର୍ବାଚନର ଫଳାଫଳରେ ଏହା ମଧ୍ୟ ଦେଖାଯାଇଛି ଯେ ଚଳିତ ଥର ସିପିଏମର ଭୋଟ ବ୍ୟାଙ୍କ ବୃଦ୍ଧି ପାଇଛି।

ପୂର୍ବରୁ ୪ ପ୍ରତିଶତରେ ପହଞ୍ଚିଥିବା ଭୋଟ ବ୍ୟାଙ୍କ ପୁଣି ଥରେ ୧୬ ପ୍ରତିଶତରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏବେ ରାଜ୍ୟରେ ଭାଜପା ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ପଶ୍ଚିମବଙ୍ଗରେ ଟିଏମସିର ନୀରବ ଆତଙ୍କ ଯୋଗୁ ଲୋକେ ଶାସକ ଦଳ ଭୟରେ ଭୋଟ ନ ଦେଇ ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ବୋଲି ରାଜ୍ୟର ଭାଜପା ଉପାଧ୍ୟକ୍ଷ ଜୟପ୍ରକାଶ ମଜୁମଦାର କହିଛନ୍ତି। ତେବେ ଏବେ ଟିଏମସି ରାଜ୍ୟରେ ଯୋଜନାବଦ୍ଧ ଭାବେ ସିପିଏମ ଏବଂ କଂଗ୍ରେସକୁ ମଜବୁତ କରୁଛି। ଏହା କରି ଟିଏମସି ବିରୋଧୀ ଭୋଟ ବିଭାଜନ ହେବାରେ ଲାଗିଛି। ରାଜ୍ୟରେ ଭାଜପା ହେଉଛି ମୁଖ୍ୟ ବିରୋଧୀ ଦଳ। ତେଣୂ ଭୋଟ ବିଭାଜନ ଉପରେ ଗୁରୁତ୍ୱାରୋପ କରାଯାଉଛି।

ଚଳିତ ଉପନିର୍ବାଚନରେ ଭାଜପା କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରେମାନିକଙ୍କ ଆସନ ଦିନହାଟା ମଧ୍ୟ ଶୋଚନୀୟ ଭାବେ ପରାଜିତ ହୋଇଛି। ବାକି ତିନିଟି ଆସନରେ ମଧ୍ୟ ପରାଜୟରେ ଭୋଟର ଏକ ବଡ଼ ବ୍ୟବଧାନ ରହିଥିଲା। ଏଭଳି ପରିସ୍ଥିତିରେ ରାଜ୍ୟରେ ଭାଜପାର ଆଶାକୁ ବଡ଼ ଝଟ୍‌କା ଲାଗିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଭାଜପା ପକ୍ଷରୁ ଏବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରଯାଉଛି। ରାଜ୍ୟରେ ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

CJPକୁ କେଉଁଠୁ ମିଳୁଛି ପାଣ୍ଠି? ଦୀପକେ କହିଲେ, ‘ମୁଁ ୩୦ ହଜାର ଟଙ୍କାର ଜୋତା…’

ନୂଆଦିଲ୍ଲୀ,୧।୧୦: ଗୁରୁବାର (ଅକ୍ଟୋବର ୧) ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋକରୋଚ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ମୁଖ୍ୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?