Posted inଜାତୀୟ

ଦିଦିଙ୍କ ନୂଆ ରଣନୀତି, କଂଗ୍ରେସ-ସିପିଏମକୁ କରୁଛନ୍ତି ସଶକ୍ତ…

କୋଲକାତା,୭।୧୧: ପଶ୍ଚିମବଙ୍ଗର ନିକଟରେ ୪ଟିି ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ତିନୋଟି ଆସନରେ ଭାଜପା ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି। ବର୍ତ୍ତମାନ ଏହି ପରାଜୟକୁ ନେଇ ଦଳ ଭିତରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠୁ ବଡ କଥା ସାମ୍ନାକୁ ଆସିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ଏକ ସ୍ଥିର ରଣନୀତି ଅନୁଯାୟୀ ବଙ୍ଗଳାରେ ସିପିଏମ ଏବଂ କଂଗ୍ରେସକୁ ମଜବୁତ କରୁଛି।

ଯାହାଦ୍ୱାରା ଟିଏମସି ବିରୋଧୀ ଭୋଟ ଭାଜପା, ସିପିଏମ ଏବଂ କଂଗ୍ରେସ ମଧ୍ୟରେ ବିଭାଜନ ହୋଇପାରିବ। ଏହାର ସିଧା ସଳଖ ଫାଇଦା ଟିଏମସିକୁ ଯିବ। ଉପ-ନିର୍ବାଚନର ଫଳାଫଳରେ ଏହା ମଧ୍ୟ ଦେଖାଯାଇଛି ଯେ ଚଳିତ ଥର ସିପିଏମର ଭୋଟ ବ୍ୟାଙ୍କ ବୃଦ୍ଧି ପାଇଛି।

ପୂର୍ବରୁ ୪ ପ୍ରତିଶତରେ ପହଞ୍ଚିଥିବା ଭୋଟ ବ୍ୟାଙ୍କ ପୁଣି ଥରେ ୧୬ ପ୍ରତିଶତରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏବେ ରାଜ୍ୟରେ ଭାଜପା ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ପଶ୍ଚିମବଙ୍ଗରେ ଟିଏମସିର ନୀରବ ଆତଙ୍କ ଯୋଗୁ ଲୋକେ ଶାସକ ଦଳ ଭୟରେ ଭୋଟ ନ ଦେଇ ଘରେ ରହିବାକୁ ଶ୍ରେୟ ମଣୁଛନ୍ତି ବୋଲି ରାଜ୍ୟର ଭାଜପା ଉପାଧ୍ୟକ୍ଷ ଜୟପ୍ରକାଶ ମଜୁମଦାର କହିଛନ୍ତି। ତେବେ ଏବେ ଟିଏମସି ରାଜ୍ୟରେ ଯୋଜନାବଦ୍ଧ ଭାବେ ସିପିଏମ ଏବଂ କଂଗ୍ରେସକୁ ମଜବୁତ କରୁଛି। ଏହା କରି ଟିଏମସି ବିରୋଧୀ ଭୋଟ ବିଭାଜନ ହେବାରେ ଲାଗିଛି। ରାଜ୍ୟରେ ଭାଜପା ହେଉଛି ମୁଖ୍ୟ ବିରୋଧୀ ଦଳ। ତେଣୂ ଭୋଟ ବିଭାଜନ ଉପରେ ଗୁରୁତ୍ୱାରୋପ କରାଯାଉଛି।

ଚଳିତ ଉପନିର୍ବାଚନରେ ଭାଜପା କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରେମାନିକଙ୍କ ଆସନ ଦିନହାଟା ମଧ୍ୟ ଶୋଚନୀୟ ଭାବେ ପରାଜିତ ହୋଇଛି। ବାକି ତିନିଟି ଆସନରେ ମଧ୍ୟ ପରାଜୟରେ ଭୋଟର ଏକ ବଡ଼ ବ୍ୟବଧାନ ରହିଥିଲା। ଏଭଳି ପରିସ୍ଥିତିରେ ରାଜ୍ୟରେ ଭାଜପାର ଆଶାକୁ ବଡ଼ ଝଟ୍‌କା ଲାଗିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଭାଜପା ପକ୍ଷରୁ ଏବେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରଯାଉଛି। ରାଜ୍ୟରେ ସଂଗଠନକୁ ମଜବୁତ କରିବା ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri