ଝାଡ଼ୁ କରିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିଥାଉ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଏବଂ ପୌରାଣିକ ମତାନୁସାରେ, ଝାଡ଼ୁ କରିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ଆଉ ନ ମାନିଲେ ଘରେ କି କି ଅସୁବିଧା ହୁଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଝାଡ଼ୁ କରିବା ସମୟରେ ନୀରବ ହୋଇ ଝାଡ଼ୁ କରିବା ଦରକାର। ଗପସପ ହୋଇ ଝାଡ଼ୁ କଲେ ବେଳେବେଳେ ଧ୍ୟାନ ଏପଟ ସେପଟ ହେବାଦ୍ୱାରା ଘରର କିଛି କିଛି ସ୍ଥାନରେ ଧୂଳି ରହିଯାଏ; ଯାହା କି ମହାଲକ୍ଷ୍ମୀଙ୍କୁ ଆଦୌ ଭଲ ଲାଗେ ନାହିଁ। ସେହିପରି ଅନ୍ୟ ମନସ୍କ ହେବା ଫଳରେ ବେଳେବେଳେ କିଛି ଜରୁରୀ କାଗଜପତ୍ର ଓଳେଇ ହୋଇ ବାହାରକୁ ଚାଲିଯାଏ; ଯଦ୍ଦ୍ବାରା ପଛରେ ପସ୍ତେଇବାକୁ ପଡ଼େ। ସେଥିପାଇଁ ଝାଡ଼ୁ କରିବା ସମୟରେ ଯେତେ ଚୁପ୍‌ ଚାପ୍‌ ହୋଇ କାମ କରିବେ ସେତେ ଭଲ।

*ରାତିରେ ଘରକୁ ଆଦୌ ଝାଡ଼ୁ କରିବା ଉଚିତ ନୁହେଁ। ଯଦି କରୁଥାନ୍ତି ତା’ହେଲେ ଭୁଲ୍‌ରେ ବି ଘରର ଅଳିଆ ବାହାରକୁ ନ କାଢ଼ି ଘରର କୌଣସି କୋଣରେ ରଖି ଦିଅନ୍ତୁ। ପରଦିନ ସକାଳେ ଘର ଓଳାଇ ସବୁ ଅଳିଆକୁ ସଫା କରିଦିଅନ୍ତୁ; ଏହାଦ୍ୱାରା ଘର ପରିଷ୍କାର ହୋଇଯିବ ଆଉ ଶାନ୍ତି ବି ଲାଗିବ।

* ସେହିପରି ପୂଜା କରି ସାରିବା ପରେ, ଭୋଜନ କରିବା ପରେ କିମ୍ବା ସନ୍ଧ୍ୟା ଦେଇସାରିବା ପରେ ଘରେ ଆଦୌ ଝାଡ଼ୁ କରିବା ଠିକ୍‌ ନୁହେଁ। ଅନ୍ୟପକ୍ଷେ ଘରର କୌଣସି ସଦସ୍ୟ କାମରେ ବାହାରି ଯିବା ପରେ ସଙ୍ଗେସଙ୍ଗେ ଘରେ ଝାଡ଼ୁ କରିବା ବି ଉଚିତ୍‌ ନୁହେଁ। ଏହାଦ୍ୱାରା ବ୍ୟକ୍ତିଙ୍କର କର୍ମରେ ବାଧା ଉପୁଜିବାର ସମ୍ଭାବନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri