ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ (ଏନ୍‌ଟିଏ) ପକ୍ଷରୁ ସୋମବାର ଜେଇଇ(ମେନ୍‌) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି। ୧୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିବାବେଳେ ଓଡ଼ିଶାର ଦିବ୍ୟାଂଶୁ ମଲ୍ଲୁ ୯୯.୯୮୯ ପର୍ସେଣ୍ଟାଲ୍‌ ସହ ରାଜ୍ୟ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷା ଜୁନ୍‌ ୨୪ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଦେଶ ବିଦେଶରୁ ୭,୬୯,୫୮୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଦେଶ ବାହାରର ୧୭ ସହର ସମେତ ଓଡ଼ିଶା ତଥା ଦେଶର ମୋଟ ୪୦୭ ସହରରେ ୫୮୮ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା। ଛାତ୍ରୀଛାତ୍ର ସେମାନଙ୍କ ସ୍କୋର୍‌କାର୍ଡ jeemain.nta.nic.inରୁ ଡାଉନଲୋଡ୍‌ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ (ସେସନ-୨) ଜେଇଇ ମେନ୍‌ ଆସନ୍ତା ୨୧ରୁ ୩୦ ତାରିଖ ମଧ୍ୟରେ ହେବ। ଛାତ୍ରୀଛାତ୍ର ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍‌ ମେରିଟ୍‌ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଟପ୍ପର ଦିବ୍ୟାଂଶୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ିବା ସହିତ ଜେଇଇ ପାଇଁ ଆଲେନ୍‌ କ୍ୟାରିୟରରେ କୋଚିଂ ନେଉଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ରହି ଜେଇଇ(ଆଡ୍‌ଭାନ୍ସଡ) ପାଇଁ ପ୍ରସ୍ତୁତ ହେଉଛନ୍ତି। ଦିବ୍ୟାଂଶୁଙ୍କ ଏହି ସଫଳତାରେ ଖୁସିବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେ କହିଛନ୍ତି, ଦିବ୍ୟାଂଶୁ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ସହ ସମଗ୍ର ଓଡ଼ିଶାକୁ ଗୌରବାନ୍ବିିତ କରିଛନ୍ତି। ଏଥିସହ ସ୍କୁଲ୍‌ର ଆଉ ୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଜେଇଇ ମେନ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ସ୍କୁଲ ପ୍ରତିଷ୍ଠାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଆସିଛି। ଫଳରେ ଏହାର ଛାତ୍ରୀଛାତ୍ର କେବଳ ଶିକ୍ଷା ନୁହେଁ, ଅନ୍ୟ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଆସୁଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କୁ ସାମନ୍ତ ଧନ୍ୟବାଦ ଜଣାଛନ୍ତି। ଅପରପକ୍ଷରେ ଦିବ୍ୟାଂଶୁ ଓ ତାଙ୍କ ଅଭିଭାବକ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri