ଆବାସରୁ ବଞ୍ଚିତ୍ତ ଦିବ୍ୟାଙ୍ଗ ଜମ୍ବୁ

ଚମ୍ପୁଆ, ୪।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ ପାଇଁ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ୍‌ର ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଜମ୍ବୁ ନାଏକଙ୍କ କ୍ଷେତ୍ରରେ।
ସୂଚନା ଅନୁଯାୟୀ, ମଙ୍ଗଳପୁର ଗ୍ରାମର ପଦ୍ମଚରଣ ନାଏକଙ୍କ ପତ୍ନୀ ଜମ୍ବୁ ନାଏକ ୨୦୧୩ରେ ଉଭୟ ଗୋଡ଼ରେ କଷ୍ଟ ଅନୁଭବ କରିଥିଲେ। ଆର୍ଥିକ ଅନଗ୍ରସର ହୋଇଥିବାରୁ ଚିକିସତ୍ା କରାଇପାରି ନ ଥିଲେ। ଫଳରେ ଦୁଇ ଗୋଡ଼ ଓ ଦୁଇ ହାତ ବଙ୍କା ହୋଇଯିବାରୁ ସେ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଏପରିକି ପରିବାର ଦାୟିତ୍ୱ ତୁଲାଉଥିବା ଜମ୍ବୁ ନିଜ ନିତ୍ୟକର୍ମ ମଧ୍ୟ କରିବା ପାଇଁ ଅସମର୍ଥ ହୋଇଗଲେ। ଏଭଳି କ୍ଷେତ୍ରରେ ସେ ଭଙ୍ଗା ଦଦରା ଘରେ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନ ପାଇଁ ପଞ୍ଚାୟତରେ ୩ ଥର ଆବେଦନ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ରହୁ ନ ଥିବା ପରିତାପର ବିଷୟ ପାଲଟିଛି। ଏଥିସହ ଏକ ତିନିଚକିଆ ସାଇକେଲ ପାଇଁ ପ୍ରଶାସନକୁ ନିବେଦନ କରିଥିବା ବେଳେ ତାହା ମଧ୍ୟ ମିଳିନାହିଁ। ଏ ନେଇ ଜାମୁଦଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୀନା ପ୍ରଧାନ କହିଛନ୍ତି, ସେ ଅଳ୍ପ ଦିନ ହେବ ପଞ୍ଚାୟତରେ ଯୋଗ ଦେଇଛନ୍ତି। ବର୍ଷେ ପୂର୍ବରୁ ଏହାର ଲିଷ୍ଟ୍‌ ପ୍ରଦାନ କରାଯାଇଥିଲା। ସେ ଏ ବିଷୟରେ ଚମ୍ପୁଆ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri