କଳାହାଣ୍ଡିରେ ଝାଡ଼ାବାନ୍ତି: ଗାଁରେ ଡେରା ପକାଇଲା ମେଡ଼ିକାଲ ଟିମ୍‌

କୋକସରା,୨୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ଖବର ମିଳିବା ପରେ ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଶନିବାର ଏକ ମେଡ଼ିକାଲ ଟିମ୍‌ ଏପିଡେମୋଲୋଜିଷ୍ଟ ବିଶେଷଜ୍ଞ ଡ଼.ନିହାର ଠାକୁରଙ୍କ ନେତୃତ୍ୱରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ତତ୍ୱଦର୍ଶୀ ଦାସ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛତ୍ରିଆ, ବିପିଏମ ସୁରଜିତ ସିଂ କୁମାର, ସ୍ବାସ୍ଥ୍ୟ କର୍ମଚାରୀ ନୀଳମଣି ଖମାରି, କୃଷ୍ଣା ସିଂ ରାଜପୁତ, ସିଏଚ ଓ ଅନିତା ରାଉତ, ସ୍ବାସ୍ଥ୍ୟ କର୍ମୀ ସୁକାନ୍ତି ଦେବୀ, ଆଶା କର୍ମୀ ମୁକ୍ତାରାଣୀ ସୁନାନୀ, ଅଙ୍ଗନୱାଡି କର୍ମୀ ଶକୁନ୍ତଳା ନାଏକ, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା ଡଙ୍ଗରିପଡା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିବା ଜଣାପଡିଛି।

ତେବେ ପ୍ରାଥମିକ ସୂଚନାରୁ ଗ୍ରାମ ନିକଟସ୍ଥ ମୁଡ୍ରା ନଦୀର ଦୂଷିତ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ନେଇ ଚିକିତ୍ସାକାରୀ ଟିମ୍‌ ସୂତ୍ରରୁ ସୂଚନା ମିଳିଛି। ବାରବଖରା ଗ୍ରାମର ଆକ୍ରାନ୍ତ କନ୍ଦା ଧରୁଆ (୭୫)ଙ୍କ ଶନିବାର କୋକସରା ଡାକ୍ତରଖାନାକୁ ଆଣିବା ସମୟରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଅନ୍ୟ ଆକ୍ରାନ୍ତ ରୋଗୀ ତିଳୋତ୍ତମା ଧରୁଆ, ମମତା ଧରୁଆ, ରାଏମନି ଧରୁଆ, କୁମନାଥ ଧରୁଆ, ଚିତ୍ରଙ୍ଗ ଧରୁଆ ପର୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଜଣେ ରୋଗୀ ଚିକିତ୍ସାଧୀନ ହେଉଥିବା ଜଣାପଡିଛି।

ରବିବାର ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜିଲା ଅତିରିକ୍ତ ଚିଫ ଇଞ୍ଜିନିୟର ଅଜୟ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆର୍କା ପହଞ୍ଚି ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଗାଁରେ ଥିବା ନଳକୂପକୁ ବିଶୋଧନ କରାଯାଇଛି ଓ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଣ କରାଯାଉଛି। ସୋମବାର ସୁଦ୍ଧା ପାଇପ ଲାଇନ ଯୋଗେ ଗାଁକୁ ପାନୀୟ ଜଳ ଯୋଗାଣ ହେବ ବୋଲି ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ ସୂଚନା ଦେଇଛନ୍ତି। ବାରବଖରା ଗାଁରେ ମେଡ଼ିକାଲ ଟିମ ଡେରା ପକାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ତେବେ ବର୍ତ୍ତମାନ ନୂତନ ଆକ୍ରାନ୍ତ ରୋଗୀ ନାହାନ୍ତି ଓ ସ୍ଥିତିରେ ସୁଧାର ଆସିଛି ବୋଲି ଡ଼ାକ୍ତରୀ ଦଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

ଗଞ୍ଜାମ ମହାବିଦ୍ୟାଳୟ ୫୮ ତମ ସ୍ବର୍ଣ୍ଣକ୍ଷେତ୍ର ସମାରୋହ: ନୂତନ ସମିଳନୀ କକ୍ଷ ଶୁଭାରମ୍ଭ କଲେ ବିଧାୟକ, ୮ ଛାତ୍ରୀଛାତ୍ରଙ୍କୁ…

ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ…

ଛାତ୍ରୀଛାତ୍ରଙ୍କୁ ସଫା କରିବାକୁ ଦିଆଯାଉଛି ଘାସ, ଶୌଚାଳୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ, ବଦଳି ପାଇଁ ଜୋର୍‌ଧରିଲା…

ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା…

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri