ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜ୍ଞାପନରେ ‘ମିଷ୍ଟର ସିଂ’ଙ୍କୁ ସ୍ବେଚ୍ଛାକୃତ ଭାବେ ଆମେରିକା ଛାଡ଼ିବାକୁ ଆହ୍ବାନ ଦିଆଯାଇଛି। ବିଭିନ୍ନ ଅଧିକାରୀ ଓ ନାଗରିକ ସଂଗଠନ ଏହାକୁ ବର୍ଣ୍ଣବୈଷମ୍ୟପୂର୍ଣ୍ଣ ଏବଂ ଆମେରିକା-ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ଲାଇସେନ୍ସ ନ ଥାଇ ଗାଡ଼ି ଚଲାଉଥିବା ବ୍ୟବସାୟିକ ଟ୍ରକ ଚାଳକଙ୍କ ବିରୋଧରେ ଡିଏଚ୍‌ଏସ୍‌ ଏକ କ୍ୟାମ୍ପେନ ଆରମ୍ଭ କରିଛି। ଏହି କ୍ରମରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ପ୍ରସ୍ତୁତ ଏକ କଳା-ଦାଢ଼ି ଥିବା ଭାରତୀୟ ଚେହେରାର ବ୍ୟକ୍ତିଙ୍କ ଫଟୋ ସହ ‘ଗେଟ୍‌ ଅଫ୍‌ ଆଓ୍ବାର ରୋଡ୍‌, ୟୁ ଡୋଣ୍ଟ ନୋ ହାଓ ଟୁ ଡ୍ରାଇଭ୍‌ ମିଷ୍ଟର ସିଂ’ (ଆମ ରାସ୍ତାରୁ ହଟିଯାଅ, ତୁମକୁ ଗାଡ଼ି ଚଲାଇବା ଆସେନି ମିଷ୍ଟର ସିଂ) ଲେଖାଥିବା ପୋଷ୍ଟର ଶେୟାର କରାଯାଇଛି।
ଉକ୍ତ ‘X’ ପୋଷ୍ଟରେ ସଂଯୁକ୍ତ ଭିଡିଓ କ୍ଲିପ୍‌ରେ ବିଶିଷ୍ଟ ସିନେମା ‘ଟ୍ରାନ୍ସଫର୍ମର’ର ଅପରାଧୀ ଚରିତ୍ର ‘ମେଗାଟ୍ରନ’ ଅବୈଧ ‘ବିଦେଶୀ’ (ଏଲିଏନ୍ସ) ଗାଡ଼ି ଚାଳକଙ୍କ ମୁକ୍ତି ପାଇଁ ଦାବି କରୁଥିବା ଦେଖାଯାଇଛି। ସେହିପରି ଅନ୍ୟ ଏକ ପୋଷ୍ଟରେ ‘ଅପ୍ଟିମସ ପ୍ରାଇମ୍‌’ ଚରିତ୍ର ଡିଏଚ୍‌ଏସ୍‌ ଆର୍ମ ପ୍ୟାଚ ପିନ୍ଧି ସେହି ଭାରତୀୟ ବ୍ୟକ୍ତିଙ୍କୁ ନିଜେ ଦେଶ ଛାଡ଼ ନଚେତ୍‌ ପରିଣାମ ଭୋଗ ବୋଲି ଧମକ ଦେଉଥିବା ଚିତ୍ରିତ ହୋଇଛି। ଡିଏଚ୍‌ଏସ୍‌ ନିଜ ‘X’ପୋଷ୍ଟରେ ଲେଖିଛି, ‘ଯଦି ଆପଣ ଶତ୍ରୁତାପୂର୍ଣ୍ଣ ମନୋଭାବ ନେଇ ଏହି ଦେଶ ନିକଟକୁ ଆସିବେ, ତେବେ ମନେରଖନ୍ତୁ ଆମେ ନିଜକୁ, ଆମେରିକୀୟତାକୁ ଏବଂ ଆମ ଘରକୁ ସୁରକ୍ଷା ଦେବୁ’। ଏଥିସହ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ହରଜିନ୍ଦର ସିଂ, ରାଜିନ୍ଦର କୁମାର, ବେକଜାନ ବେଇଶେକେଭ, ଅଖରୋର ବୋଜୋରୋଭ ଏବଂ ଯଶବୀର ସିଂଙ୍କ ପରି ଚାଳକଙ୍କ ନାମ ମଧ୍ୟ ସାମ୍ନାକୁ ଅଣାଯାଇଛି।
‘ସିଂ’ ଉପାଧିକୁ ବିଶେଷ ଭାବେ ଲକ୍ଷ୍ୟ କରାଯିବାକୁ ନେଇ ‘ହିନ୍ଦୁ ଆମେରିକାନ ଫାଉଣ୍ଡେଶନ’ (ଏଚ୍‌ଏଏଫ୍‌) ଏବଂ ‘ଶିଖ୍‌ କୋଆଲିଶନ’ ଭଳି ସଂଗଠନଗୁଡ଼ିକ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଚ୍‌ଏଏଫ୍‌ ନିଜ ପୋଷ୍ଟରେ ଲେଖିଛି, ‘ସିଂ’ମାନେ ହିନ୍ଦୁ, ସେମାନେ ଶିଖ୍‌, ସେମାନେ ଆମେରିକୀୟ ଏବଂ ସେମାନେ ଗାଡ଼ି ଚଲାନ୍ତି। ଡିଏଚ୍‌ଏସ୍‌ର ଏହି ଜାତିଗତ ଓ ଅନୁଚିତ ପୋଷ୍ଟ ଦେଶର ବିବେକକୁ ସ୍ତବ୍ଧ କରିବା ଦରକାର। ଏହାସହ ଏକ ସରକାରୀ ସଂସ୍ଥା ଦ୍ୱାରା ଏପରି ବୈଷମ୍ୟପୂର୍ଣ୍ଣ ବାର୍ତ୍ତା ପ୍ରଚାରର ତଦନ୍ତ ପାଇଁ ଆସିଷ୍ଟାଣ୍ଟ ଆଟର୍ନି ଜେନେରାଲ ହରମିତ୍‌ କେ ଧିଲୋନ ଏବଂ ଏଫ୍‌ବିଆଇ ଡାଇରେକ୍ଟର କାଶ ପଟେଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପକ୍ଷରେ, ଶିଖ କୋଆଲିଶନ ଦର୍ଶାଇଛି, ୯/୧୧ ଘଟଣାର ୨୫ ବର୍ଷ ପରେ ମଧ୍ୟ ଶିଖ୍‌ମାନଙ୍କୁ ସେମାନଙ୍କର ଚେହେରା ଓ ପୋଷାକ ଆଧାରରେ ଲକ୍ଷ୍ୟ କରାଯାଉଛି। ଆମେରିକାରେ ବହୁ ଲକ୍ଷ ଶିଖ୍‌ ‘ସିଂ’ ଉପାଧି ବ୍ୟବହାର କରନ୍ତି। ସରକାର ଆମକୁ ଶତ୍ରୁ ଭାବେ ଚିତ୍ରଣ କଲେ ବି ଆମେ ଶିଖ୍‌ ପରିଚୟ ନେଇ ନିର୍ଭୟରେ ରହିବୁ।
ଡିଏଚ୍‌ଏସ୍‌ ପକ୍ଷରୁ ନିଜର ‘ସିବିପି ହୋମ୍‌’ ପ୍ରୋଗ୍ରାମ (କଷ୍ଟମ୍‌ ଓ ସୀମା ସୁରକ୍ଷା କାର୍ଯ୍ୟକ୍ରମ)କୁ ପ୍ରଚାର କରିବା ପାଇଁ ଏହି ଅଭିଯାନ ଚାଲୁ ରହିଛି। ଏହି ଯୋଜନା ଅଧୀନରେ ବେଆଇନ ଭାବେ ରହୁଥିବା ସଂଖ୍ୟାଲଘୁ କିମ୍ବା ଅନୁପ୍ରବେଶକାରୀମାନେ ସ୍ବେଚ୍ଛାକୃତ ଭାବେ ଦେଶ ଛାଡ଼ିବା ପାଇଁ ପଞ୍ଜୀକରଣ କରିପାରିବେ। ଏପରି ନିଜେ ଦେଶ ଛାଡ଼ୁଥିବା ବ୍ୟକ୍ତିଙ୍କୁ ଯାତାୟାତ ସହାୟତା ସହ ୨,୬୦୦ ଆମେରିକୀୟ ଡଲାରର ଏକ୍‌ଜିଟ୍‌ ବୋନସ୍‌ ଦିଆଯିବାର ବ୍ୟବସ୍ଥା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?