ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜ୍ଞାପନରେ ‘ମିଷ୍ଟର ସିଂ’ଙ୍କୁ ସ୍ବେଚ୍ଛାକୃତ ଭାବେ ଆମେରିକା ଛାଡ଼ିବାକୁ ଆହ୍ବାନ ଦିଆଯାଇଛି। ବିଭିନ୍ନ ଅଧିକାରୀ ଓ ନାଗରିକ ସଂଗଠନ ଏହାକୁ ବର୍ଣ୍ଣବୈଷମ୍ୟପୂର୍ଣ୍ଣ ଏବଂ ଆମେରିକା-ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ଲାଇସେନ୍ସ ନ ଥାଇ ଗାଡ଼ି ଚଲାଉଥିବା ବ୍ୟବସାୟିକ ଟ୍ରକ ଚାଳକଙ୍କ ବିରୋଧରେ ଡିଏଚ୍‌ଏସ୍‌ ଏକ କ୍ୟାମ୍ପେନ ଆରମ୍ଭ କରିଛି। ଏହି କ୍ରମରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ପ୍ରସ୍ତୁତ ଏକ କଳା-ଦାଢ଼ି ଥିବା ଭାରତୀୟ ଚେହେରାର ବ୍ୟକ୍ତିଙ୍କ ଫଟୋ ସହ ‘ଗେଟ୍‌ ଅଫ୍‌ ଆଓ୍ବାର ରୋଡ୍‌, ୟୁ ଡୋଣ୍ଟ ନୋ ହାଓ ଟୁ ଡ୍ରାଇଭ୍‌ ମିଷ୍ଟର ସିଂ’ (ଆମ ରାସ୍ତାରୁ ହଟିଯାଅ, ତୁମକୁ ଗାଡ଼ି ଚଲାଇବା ଆସେନି ମିଷ୍ଟର ସିଂ) ଲେଖାଥିବା ପୋଷ୍ଟର ଶେୟାର କରାଯାଇଛି।
ଉକ୍ତ ‘X’ ପୋଷ୍ଟରେ ସଂଯୁକ୍ତ ଭିଡିଓ କ୍ଲିପ୍‌ରେ ବିଶିଷ୍ଟ ସିନେମା ‘ଟ୍ରାନ୍ସଫର୍ମର’ର ଅପରାଧୀ ଚରିତ୍ର ‘ମେଗାଟ୍ରନ’ ଅବୈଧ ‘ବିଦେଶୀ’ (ଏଲିଏନ୍ସ) ଗାଡ଼ି ଚାଳକଙ୍କ ମୁକ୍ତି ପାଇଁ ଦାବି କରୁଥିବା ଦେଖାଯାଇଛି। ସେହିପରି ଅନ୍ୟ ଏକ ପୋଷ୍ଟରେ ‘ଅପ୍ଟିମସ ପ୍ରାଇମ୍‌’ ଚରିତ୍ର ଡିଏଚ୍‌ଏସ୍‌ ଆର୍ମ ପ୍ୟାଚ ପିନ୍ଧି ସେହି ଭାରତୀୟ ବ୍ୟକ୍ତିଙ୍କୁ ନିଜେ ଦେଶ ଛାଡ଼ ନଚେତ୍‌ ପରିଣାମ ଭୋଗ ବୋଲି ଧମକ ଦେଉଥିବା ଚିତ୍ରିତ ହୋଇଛି। ଡିଏଚ୍‌ଏସ୍‌ ନିଜ ‘X’ପୋଷ୍ଟରେ ଲେଖିଛି, ‘ଯଦି ଆପଣ ଶତ୍ରୁତାପୂର୍ଣ୍ଣ ମନୋଭାବ ନେଇ ଏହି ଦେଶ ନିକଟକୁ ଆସିବେ, ତେବେ ମନେରଖନ୍ତୁ ଆମେ ନିଜକୁ, ଆମେରିକୀୟତାକୁ ଏବଂ ଆମ ଘରକୁ ସୁରକ୍ଷା ଦେବୁ’। ଏଥିସହ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ହରଜିନ୍ଦର ସିଂ, ରାଜିନ୍ଦର କୁମାର, ବେକଜାନ ବେଇଶେକେଭ, ଅଖରୋର ବୋଜୋରୋଭ ଏବଂ ଯଶବୀର ସିଂଙ୍କ ପରି ଚାଳକଙ୍କ ନାମ ମଧ୍ୟ ସାମ୍ନାକୁ ଅଣାଯାଇଛି।
‘ସିଂ’ ଉପାଧିକୁ ବିଶେଷ ଭାବେ ଲକ୍ଷ୍ୟ କରାଯିବାକୁ ନେଇ ‘ହିନ୍ଦୁ ଆମେରିକାନ ଫାଉଣ୍ଡେଶନ’ (ଏଚ୍‌ଏଏଫ୍‌) ଏବଂ ‘ଶିଖ୍‌ କୋଆଲିଶନ’ ଭଳି ସଂଗଠନଗୁଡ଼ିକ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଚ୍‌ଏଏଫ୍‌ ନିଜ ପୋଷ୍ଟରେ ଲେଖିଛି, ‘ସିଂ’ମାନେ ହିନ୍ଦୁ, ସେମାନେ ଶିଖ୍‌, ସେମାନେ ଆମେରିକୀୟ ଏବଂ ସେମାନେ ଗାଡ଼ି ଚଲାନ୍ତି। ଡିଏଚ୍‌ଏସ୍‌ର ଏହି ଜାତିଗତ ଓ ଅନୁଚିତ ପୋଷ୍ଟ ଦେଶର ବିବେକକୁ ସ୍ତବ୍ଧ କରିବା ଦରକାର। ଏହାସହ ଏକ ସରକାରୀ ସଂସ୍ଥା ଦ୍ୱାରା ଏପରି ବୈଷମ୍ୟପୂର୍ଣ୍ଣ ବାର୍ତ୍ତା ପ୍ରଚାରର ତଦନ୍ତ ପାଇଁ ଆସିଷ୍ଟାଣ୍ଟ ଆଟର୍ନି ଜେନେରାଲ ହରମିତ୍‌ କେ ଧିଲୋନ ଏବଂ ଏଫ୍‌ବିଆଇ ଡାଇରେକ୍ଟର କାଶ ପଟେଲଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପକ୍ଷରେ, ଶିଖ କୋଆଲିଶନ ଦର୍ଶାଇଛି, ୯/୧୧ ଘଟଣାର ୨୫ ବର୍ଷ ପରେ ମଧ୍ୟ ଶିଖ୍‌ମାନଙ୍କୁ ସେମାନଙ୍କର ଚେହେରା ଓ ପୋଷାକ ଆଧାରରେ ଲକ୍ଷ୍ୟ କରାଯାଉଛି। ଆମେରିକାରେ ବହୁ ଲକ୍ଷ ଶିଖ୍‌ ‘ସିଂ’ ଉପାଧି ବ୍ୟବହାର କରନ୍ତି। ସରକାର ଆମକୁ ଶତ୍ରୁ ଭାବେ ଚିତ୍ରଣ କଲେ ବି ଆମେ ଶିଖ୍‌ ପରିଚୟ ନେଇ ନିର୍ଭୟରେ ରହିବୁ।
ଡିଏଚ୍‌ଏସ୍‌ ପକ୍ଷରୁ ନିଜର ‘ସିବିପି ହୋମ୍‌’ ପ୍ରୋଗ୍ରାମ (କଷ୍ଟମ୍‌ ଓ ସୀମା ସୁରକ୍ଷା କାର୍ଯ୍ୟକ୍ରମ)କୁ ପ୍ରଚାର କରିବା ପାଇଁ ଏହି ଅଭିଯାନ ଚାଲୁ ରହିଛି। ଏହି ଯୋଜନା ଅଧୀନରେ ବେଆଇନ ଭାବେ ରହୁଥିବା ସଂଖ୍ୟାଲଘୁ କିମ୍ବା ଅନୁପ୍ରବେଶକାରୀମାନେ ସ୍ବେଚ୍ଛାକୃତ ଭାବେ ଦେଶ ଛାଡ଼ିବା ପାଇଁ ପଞ୍ଜୀକରଣ କରିପାରିବେ। ଏପରି ନିଜେ ଦେଶ ଛାଡ଼ୁଥିବା ବ୍ୟକ୍ତିଙ୍କୁ ଯାତାୟାତ ସହାୟତା ସହ ୨,୬୦୦ ଆମେରିକୀୟ ଡଲାରର ଏକ୍‌ଜିଟ୍‌ ବୋନସ୍‌ ଦିଆଯିବାର ବ୍ୟବସ୍ଥା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାବାଳକଙ୍କ ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୯: ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ନାବାଳକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସହିତ କୌଣସି ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନ…

ପୂରାଉଁଆସରେ ସଂସ୍କୃତି-ପରମ୍ପରାର ଝଲକ: କୁଣ୍ଢିକାଚିରେ ଘର ସଂସାର ଶିକ୍ଷା

ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri