ଧ୍ରୁବତାରା ରହସ୍ୟ

ପୃଥିବୀର ଅକ୍ଷକୁ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ବିନ୍ଦୁରେ ଆକାଶଗୋଲକୁ ସ୍ପର୍ଶ କରେ ତାହାକୁ ଆକାଶର ଧ୍ରୁବ କହନ୍ତି। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ସବୁ ତାରା ଦୈନିକ ଆକାଶରେ ବୃତ୍ତାକାର ପଥରେ ଗତି କରୁଥିବାର ଜଣାପଡ଼ନ୍ତି। ଆକାଶଗୋଲର ବିଶୁବରେଖା ନିକଟରେ ଥିବା ତାରାଗୁଡ଼ିକ ବଡ଼ ବଡ଼ ବୃତ୍ତରେ ଗତି କରୁଥିଲାବେଳେ ଉଭୟ ଧ୍ରୁବ ନିକଟସ୍ଥ ତାରାସବୁ କ୍ଷୁଦ୍ରାକୃତ୍ତି ବୃତ୍ତରେ ଘୂରିଥାନ୍ତି। ରାତ୍ରି ଆକାଶର ଏହି ଚିରାଚରିତ ଗତିଶୀଳ ପୃଷ୍ଠ ଉପରେ ଠିକ୍‌ ଧ୍ରୁବ ଉପରେ ଥିବା ଏକ ତାରା ହିଁ ସ୍ଥିର ରହିଥାଏ। ଏହାକୁ ଧ୍ରୁବତାରା କହନ୍ତି।
ଧ୍ରୁବତାରା ଏକ ସ୍ଥିର ତାରା ହୋଇଥିବାରୁ କେଉଁ ଆବହମାନ କାଳରୁ ସମୁଦ୍ରଗାମୀ ନାବିକମାନେ ରାତିରେ ଏହାକୁ ଲକ୍ଷ୍ୟକରି ବିଶାଳ ସମୁଦ୍ରରେ ଦିଗ ନିରୂପଣ କରିଆସୁଛନ୍ତି। କୌଣସି ସ୍ଥାନରେ ଧ୍ରୁବତାରାର କୌଣିକ ଉନ୍ନତି ହିଁ ସେହି ସ୍ଥାନର ଅକ୍ଷାଂଶ। ଫଳରେ ନାବିକ ଧ୍ରୁବତାରା ସାହାଯ୍ୟରେ ମଧ୍ୟ ନିଜର ଅବସ୍ଥାନ ନିରୂପଣ କରିପାରେ।
ଆମ ପୁରାଣ ଅନୁସାରେ ଧ୍ରୁବଲୋକ ଭଗବାନ ବିଷ୍ଣୁଙ୍କର ପ୍ରିୟ ଭକ୍ତ ଧ୍ରୁବଙ୍କର ଆସ୍ଥାନ। ଧ୍ରୁବ ସ୍ବୟଂଭୁବ ମନୁଙ୍କ ସନ୍ତାନ ରାଜା ଉତ୍ତାନପାଦଙ୍କ ପୁତ୍ର। ବିମାତାଙ୍କ ଦ୍ୱାରା ଲାଞ୍ଛିତ ହେଲାପରେ ବାଳକ ଧ୍ରୁବ ସଂସାର ପ୍ରତି ବୀତସ୍ପୃହ ହୋଇ ବିଷ୍ଣୁଙ୍କୁ ଧ୍ୟାନ କରେ। ବିଷ୍ଣୁ ତା’ ଭକ୍ତିରେ ସନ୍ତୁଷ୍ଟ ହୋଇ ମୃତ୍ୟୁ ପରେ ତାକୁ ଧ୍ରୁବଲୋକରେ ଅବସ୍ଥାନ କରିବା ନିମନ୍ତେ ବର ପ୍ରଦାନ କରନ୍ତି। ତତ୍ପରେ ଧ୍ରୁବ ରାଜ୍ୟକୁ ଫେରିଯାଇ ପ୍ରଜାମାନଙ୍କ ଦ୍ୱାରା ବିପୁଳ ଅଭିନନ୍ଦିତ ହୁଅନ୍ତି ଓ ସୁଖରେ ପ୍ରଜାପାଳନ କରନ୍ତି। ପ୍ରାପ୍ତ ବର ଅନୁସାରେ, ସେ ନିଜର ମୃତ୍ୟୁ ଅନ୍ତେ ଧ୍ରୁବଲୋକରେ ଅବସ୍ଥାନପୂର୍ବକ ଲୋକମାନଙ୍କୁ ଦିଗ ଓ ଅକ୍ଷାଂଶ ଚିହ୍ନେଇବାରେ ସାହାଯ୍ୟ କରିଆସୁଛନ୍ତି।
ଧ୍ରୁବର ଅର୍ଥ ହେଉଛି ଚିରନ୍ତନ ସତ୍ୟ। ଆମ ପୁରାଣ ବିଶ୍ୱାସ କରେ ଯେ, ଧ୍ରୁବଲୋକ ସର୍ବଦା ସ୍ଥିର ତଥା ଅପରିବର୍ତ୍ତନୀୟ ଏବଂ ଏପରି କି ସେଠାରେ ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ନାହିଁ। ମାତ୍ର ଏହା କ’ଣ ସତ୍ୟ କି? ବାସ୍ତବରେ ଏହା ସତ୍ୟ ନୁହେଁ। କାରଣ, ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ସଙ୍ଗେସଙ୍ଗେ ଏହାର ଅକ୍ଷ ମଧ୍ୟ ଏକ ଶଙ୍କୁ ଆକାର ପଥରେ ଧୀରେ ଧୀରେ ଅଗ୍ରସର ହେଉଥାଏ। ଏହାର କାରଣ ହେଲା, ପୃଥିବୀ ନିଜର ବିଶୁବରେଖାଠାରେ ଅଧିକ ସ୍ଫୀତ ହୋଇଥିବାରୁ ଏହି ଅଂଶ ଉପରେ ସୂର୍ଯ୍ୟ ଓ ଚନ୍ଦ୍ରର ଏକ ଅତିରିକ୍ତ ମିଳିତ ଆକର୍ଷଣ ବଳ କାର୍ଯ୍ୟକାରୀ ହୁଏ, ଯାହା ପୃଥିବୀର ଅକ୍ଷକୁ ବିସ୍ଥାପିତ କରିବା ପାଇଁ ଚେଷ୍ଟା କରେ। ଗତିବିଜ୍ଞାନର ନିୟମ ଅନୁଯାୟୀ, କୌଣସି ଘୂର୍ଣ୍ଣାୟମାନ ବସ୍ତୁର ଅକ୍ଷକୁ ବିସ୍ଥାପିତ କରିବା ପାଇଁ ଏକ ବଳ ପ୍ରଯୁକ୍ତ ହେଲେ ଏହାର ଅକ୍ଷ ତା’ର ପ୍ରତିରୋଧ କରି ଏକ ଶଙ୍କୁ ଆକାର ପଥରେ ଘୂରିଥାଏ। ଏହାକୁ ‘ପ୍ରିସେସନ ଗତି’ କହନ୍ତି।
ପୃଥିବୀ ଅକ୍ଷର ଏହି ପ୍ରିସେସନ ଗତି ଯୋଗୁ ଏହାର ଅକ୍ଷ ବିଭିନ୍ନ ସମୟରେ ଆକାଶର ଭିନ୍ନ ଭିନ୍ନ ଦିଗକୁ ମୁଁହ କରିଥାଏ। ମାତ୍ର ପୃଥିବୀ କ୍ଷେତ୍ରରେ ଏହି ଗତି ଏତେ ମନ୍ଥର ଯେ, ଏହାର ଅକ୍ଷକୁ ଗୋଟିଏ ବୃତ୍ତ ସମ୍ପୂର୍ଣ୍ଣ ଘୂରି ଆସିବାକୁ ହେଲେ ଦୀର୍ଘ ୨୬,୦୦୦ ବର୍ଷ ସମୟ ଲାଗିଥାଏ। ଅର୍ଥାତ୍‌, ଏହା ବର୍ଷକୁ ମାତ୍ର ୫୦.୨ ମିନିଟ୍‌ କୋଣ ଅତିକ୍ରମ କରିଥାଏ, ଯାହା ୧ ଡିଗ୍ରୀଠାରୁ ମଧ୍ୟ କମ୍‌। ସୁତରାଂ ବିଗତ ବର୍ଷଗୁଡ଼ିକରେ ଅନେକ ତାରା ଆମ ଆକାଶଗୋଲର ଧ୍ରୁବର ନିକଟବର୍ତ୍ତୀ ହୋଇ କ୍ରମେ ଦୂରେଇ ଯାଇଛନ୍ତି।
ବର୍ତ୍ତମାନ ଯେଉଁ ତାରାଟି ଆମର ଉତ୍ତର ଧ୍ରୁବ ନିକଟରେ ଅଛି, ତାକୁ ସାଧାରଣତଃ ଧ୍ରୁବତାରା କୁହାଯାଉଥିଲେ ସୁଦ୍ଧା ଏହାର ପ୍ରକୃତ ନାମ ପୋଲାରିସ୍‌। ଏହା କିନ୍ତୁ ଠିକ୍‌ ଧ୍ରୁବ ଉପରେ ନ ରହି ବରଂ ଧ୍ରୁବଠାରୁ ୧୦ ଡିଗ୍ରୀ କୋଣରେ ଛାଡ଼ିକରି ରହିଛି। ଫଳରେ ଏହା ମଧ୍ୟ ଅନ୍ୟ ତାରାଙ୍କ ଭଳି ଧ୍ରୁବ ଚାରିପଟେ ଘୂରିଥାଏ। ଅବଶ୍ୟ ଏହା ଏତେ ଛୋଟ ବୃତ୍ତରେ ଘୂରେ ଯେ ତାହା ଆମକୁ ଜଣା ନ ପଡ଼ି ତାରାଟି ସ୍ଥିର ରହିଲା ପରି ଦେଖାଯାଏ। ପୁନଶ୍ଚ, ଆମର ଉତ୍ତର ଧ୍ରୁବ ନିକଟରେ ଅନ୍ୟ କୌଣସି ଉଜ୍ଜ୍ୱଳ ତାରା ନ ଥିବାରୁ ଏହି ପୋଲାରିସ୍‌ ତାରାକୁ ହିଁ ଧ୍ରୁବତାରା ରୂପେ ଧରି ନିଆଯାଇଛି।
ପୋଲାରିସ୍‌ ତାରାଟି ଶିଶୁମାର ନକ୍ଷତ୍ରମଣ୍ଡଳର ପୁଚ୍ଛଭାଗରେ ତଥା ସପ୍ତର୍ଷିମଣ୍ଡଳର ସମ୍ମୁଖରେ ରହିଛି। ଏହା ଏକ ଦ୍ୱିତୀୟ ଉଜ୍ଜ୍ୱଳତର ତାରା ହୋଇଥିବାରୁ ଖାଲି ଆଖିକୁ ସ୍ପଷ୍ଟ ଜଣାପଡୁ ନ ଥିଲେ ସୁଦ୍ଧା କିଟିକିଟିଆ କଳା ଅନ୍ଧାର ରାତିରେ ଏହା ଉତ୍ତର ଆକାଶରେ ଦପ୍‌ଦପ୍‌ ହୋଇ ଆଲୁଅ ପ୍ରଦାନ କରୁଥିବାର ଏକ ଜ୍ୟୋତିଷ୍କ ରୂପେ ବେଶ୍‌ ବାରି ହୋଇପଡ଼େ। ବାସ୍ତବ କ୍ଷେତ୍ରରେ ଏହା ଦୁଇଟି ତାରାଙ୍କୁ ନେଇ ଗଠିତ। ଦ୍ୱିତୀୟ ତାରାଟି ଖାଲି ଆଖିକୁ ଦେଖାଯାଉ ନ ଥିଲେ ମଧ୍ୟ ଦୂରବୀକ୍ଷଣ ଯନ୍ତ୍ରରେ ସ୍ପଷ୍ଟ ଦେଖାଯାଏ। କୌତୂହଳର କଥା ହେଉଛି ଯେ, ଏହି ତାରାଟି ପୀତ୍ତବର୍ଣ୍ଣର ଗୋଟିଏ ବିଶାଳକାୟ ନକ୍ଷତ୍ର ଯାହା ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ନିଜର ଉଜ୍ଜ୍ୱଳତା ହ୍ରାସ ବୃଦ୍ଧି କରିଥାଏ।
ଆମର ଏହି ପୋଲାରିସ୍‌ ଧ୍ରୁବତାରାକୁ ଚିହ୍ନିବା ଅତି ସହଜ। ଉତ୍ତର ଆକାଶରେ ଦୃଶ୍ୟ ହେଉଥିବା ପ୍ରଶ୍ନବାଚକ ଚିହ୍ନ ଆକୃତ୍ତିର ସପ୍ତର୍ଷିମଣ୍ଡଳର ପ୍ରଥମ ଦୁଇଟି ତାରାଙ୍କୁ ଯୋଗକରି ପ୍ରାୟ ପାଞ୍ଚଗୁଣ ବାଟ ଆଗକୁ ଗଲେ ଏହି ତାରାଟି ପଡ଼େ। ଧ୍ରୁବତାରା ଚାରିପଟେ ସପ୍ତର୍ଷିମଣ୍ଡଳ ରାତିସାରା ଘୂରୁଥିବା ସତ୍ତ୍ୱେ ଏହାର ପ୍ରଥମ ଦୁଇଟି ତାରା ସଦାସର୍ବଦା ଧ୍ରୁବତାରାକୁ ନିର୍ଦ୍ଦେଶ କରିଥାନ୍ତି। ପୁରାଣରେ ବର୍ଣ୍ଣିତ ଅଛି ଯେ, ସପ୍ତର୍ଷିମଣ୍ଡଳରେ ଅଧିଷ୍ଠିତ ସାତଜଣ ପ୍ରାଚୀନ ଋଷି ଧ୍ରୁବଙ୍କୁ ଧ୍ୟାନପୂର୍ବକ ରାତିସାରା ପ୍ରଦକ୍ଷିଣ କରିଥାନ୍ତି। ପୁନଶ୍ଚ, ସପ୍ତର୍ଷିମଣ୍ଡଳ ସାତୋଟି ଉଜ୍ଜ୍ୱଳ ତାରାଙ୍କୁ ନେଇ ଗଠିତ ଏକ ଦର୍ଶନୀୟ ନକ୍ଷତ୍ରମଣ୍ଡଳ ହୋଇଥିବାରୁ ଏହାର ଉପସ୍ଥିତି ଆମର ଏହି ଚଳିତ ଧ୍ରୁବତାରାକୁ ଅନ୍ୟ ବିଗତ ଧ୍ରୁବତାରା ଅପେକ୍ଷା ବିଶେଷ ମାନ୍ୟତା ପ୍ରଦାନ କରିଛି।
ହିସାବରୁ ଜଣାପଡ଼େ, ଏହି ତାରାଟି ପୃଥିବୀର ପ୍ରିସେସନ୍‌ ଗତି ଯୋଗୁ ବିସ୍ଥାପିତ ହୋଇ ଆକାଶଗୋଲର ପ୍ରକୃତ ଧ୍ରୁବ ଆଡ଼କୁ କ୍ରମଶଃ ଅଗ୍ରସର ହେଉଛି ଏବଂ ଆଗାମୀ ୨୧୦୦ ଖ୍ରୀଷ୍ଟାବ୍ଦ ବେଳକୁ ଏହା ନିକଟତର ହୋଇ ଧ୍ରୁବଠାରୁ ମାତ୍ର ୧ ଡିଗ୍ରୀ ଦୂରତା ମଧ୍ୟରେ ଅବସ୍ଥାନ କରିବ। ତା’ପରେ ଏହା କ୍ରମଶଃ ଦୂରେଇ ଯାଇ ସମୟକ୍ରମେ ଆମ ପାଇଁ ଏକ ଅନାମଧ୍ୟେୟ ନକ୍ଷତ୍ରରେ ପରିଣତ ହେବ। ଏହା ଅତୀତରେ କଦାପି ଆମର ଧ୍ରୁବତାରା ନ ଥିଲା। ଗଣନାରୁ ଜଣାଯାଏ, ପୀରାମିଡ୍‌ ସବୁର ନିର୍ମାଣ ସମୟରେ ତକ୍ଷକ ନକ୍ଷତ୍ରମଣ୍ଡଳର ଥୁବାନ୍‌ ନାମକ ଏକ ତାରା ସେତେବେଳର ଧ୍ରୁବତାରା ଥିଲା ଏବଂ ଏହା ଏବେ ଦୂରକୁ ଘୁଞ୍ଚତ୍ଗଲାଣି। ଆଜିଠାରୁ ପ୍ରାୟ ୧୨,୦୦୦ ବର୍ଷ ପରେ ଅଭିଜିତ୍‌ (Vega) ନକ୍ଷତ୍ରମଣ୍ଡଳର ଏକ ତେଜୀୟାନ ତାରା ଧ୍ରୁବତାରାର ସ୍ଥାନ ମଣ୍ଡନ କରିବ। ସୁତରାଂ ଆମର ବହୁଚର୍ଚ୍ଚିତ ଧ୍ରୁବତାରାଟି ଯେ ପ୍ରକୃତରେ ଏକ ଧ୍ରୁବ କିମ୍ବା ସ୍ଥିର ତାରା ନୁହେଁ, ଏହା ଅବିଶ୍ୱାସ ହେଲେ ମଧ୍ୟ ସତ୍ୟ!
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?