ଢିଙ୍କିଆବାସୀ-ପୋଲିସ ସଂଘର୍ଷ

କୁଜଙ୍ଗ,୧୫ା୧(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ନେଇ ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ଢିଙ୍କିଆ ଗଁାର ବହୁ ଲୋକ ପରସ୍ପର ମୁହଁାମୁହିଁ ହୋଇଛନ୍ତି। ମହିଳାମାନେ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି। ପୋଲିସ ଆନ୍ଦୋଳନକାରୀ ମହିଳା, ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ପିଟିବା ସହ ଢିଙ୍କିଆ ଗ୍ରାମର ୩ ପ୍ରବେଶ ପଥରେ କରାଯାଇଥିବା ଅସ୍ଥାୟୀ ଫାଟକକୁ ଭାଙ୍ଗି ଦେଇଛି। କେତେଜଣ ଗ୍ରାମବାସୀଙ୍କ ସମେତ ପୋଲିସ କର୍ମୀ ଆହତ ହୋଇଛନ୍ତି। ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁ, ଢିଙ୍କିଆ ଗ୍ରାମ୍ୟ କମିଟି ସଭାପତି ମୁରଲୀଧର ସାହୁ, ବାମପନ୍ଥୀ ନେତା ନରେନ୍ଦ୍ର ମହାନ୍ତି ଓ ତୀର୍ଥ ମଲ୍ଲିକଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ ଓ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଉପସ୍ଥିତ ଥିବା ବେଳେ ସେଠାରେ ୧୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।
ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜନଶୁଣାଣି ବେଳେ ଗଡ଼କୁଜଙ୍ଗ, ନୂଆଗଁା, ପାଟଣା ଓ ଗୋବିନ୍ଦପୁରରେ ବହୁ ଲୋକ ସର୍ତ୍ତମୂଳକ ସମର୍ଥନ ଦେଇଥିବାବେଳେ ଢିଙ୍କିଆରେ ଅଧିକାଂଶ ଗ୍ରାମବାସୀ ବିରୋଧ କରିଥିଲେ। ପ୍ରକଳ୍ପକୁ ନେଇ ଢିଙ୍କିଆବାସୀଙ୍କ ବିରୋଧ ଜାରି ରହିଛି ଏବଂ ବିଭିନ୍ନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଶୁକ୍ରବାର ପୂର୍ବାହ୍ନରେ ଢିଙ୍କିଆର ମାହାଳ ପଟୁ ପାନବରଜ ଉଚ୍ଛେଦ କରି ଜମି ଅଧିଗ୍ରହଣ କରାଯାଉଥିଲା। ପ୍ରଶାସନ ଜୋରଜବରଦସ୍ତି ଉଚ୍ଛେଦ କରୁଥିବା ଅଭିଯୋଗ କରି ଢିଙ୍କିଆର ବହୁ ଲୋକ ଶୋଭାଯାତ୍ରା କରି ଆସିଥିଲେ। ଏଥିରେ ଶତାଧିକ ମହିଳା, ପୁରୁଷ ଓ ପିଲା ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ ମାହାଳ ପଟ ଫାଟକ ନିକଟରେ ପହଞ୍ଚତ୍ବା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଉଭୟ ପକ୍ଷରୁ ଠେଲାପେଲା ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ସେହି ଅଞ୍ଚଳ ସଂଘର୍ଷ କ୍ଷେତ୍ର ପାଲଟିଥିଲା।
ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି, ଶୋଭାଯାତ୍ରା ପାଇଁ ଅନୁମତି ନ ଥିବା ଏବଂ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଦର୍ଶାଇ ସେମାନଙ୍କୁ ଅଟକାଇବାରୁ ଆମକୁ ଆକ୍ରମଣ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣ ମହିଳା ପଲିଥିନ୍‌ରେ ପରିସ୍ରା ରଖି ମହିଳା ପୋଲିସ କର୍ମୀଙ୍କ ଉପରକୁ ଫିଙ୍ଗିବା ସହ ସେମାନଙ୍କ ଆଖିକୁ ବାଲି ପକାଇଦେଇଥିଲେ। କେତେଜଣ ପୋଲିସ୍‌ କର୍ମଚାରୀଙ୍କୁ ଆନ୍ଦୋଳନକାରୀମାନେ ବ୍ଲେଡ୍‌ରେ ମଧ୍ୟ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଆତ୍ମରକ୍ଷା ପାଇଁ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା ବୋଲି ଥାନା ଅଧିକାରୀ ଜେନା କହିଛନ୍ତି।
ଢିଙ୍କିଆର ସୁଜନ ମହାପାତ୍ର ଓ ବିବେକାନନ୍ଦ ସ୍ବାଇଁଙ୍କ କହିବାନୁସାରେ, ବାହାର ଅଞ୍ଚଳର ୨ଜଣ କୃଷକ ନେତା ଗଁାକୁ ଆସି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ। ପ୍ରଶାସନ ବଳ ପ୍ରୟୋଗ କରି ପାନବରଜ ଭାଙ୍ଗୁଥିବାରୁ ତାହାକୁ ବିରୋଧ କରି ଗ୍ରାମବାସୀ ଶୋଭାଯାତ୍ରାରେ ଯାଇଥିଲେ। ଏହି ସମୟରେ ପୋଲିସ ପ୍ରଥମେ ଆକ୍ରମଣ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପୋଲିସ ଲାଠିମାଡ଼ରେ ଢିଙ୍କିଆର ସୁଧାଂଶୁ ଦଳାଇ, କାହ୍ନୁ ସାହୁଙ୍କର ମୁଣ୍ଡ ଫାଟିଛି। ପୁନିଆ ଦଳାଇଙ୍କ ହାତ ଏବଂ ଗଞ୍ଜୁନା ମଲ୍ଲିକଙ୍କ ଗୋଡ଼ ଭାଙ୍ଗିଥିବାବେଳେ ନୃସିଂହ ଦଳାଇଙ୍କ ନାକ ଫାଟିଛି। ଅନେକେ ଆହତ ହୋଇଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପାରାଦୀପ ଲକ୍‌ ଥାନା ଅଧିକାରୀ ଯୁଗଳ କିଶୋର ଦାସଙ୍କ ସମେତ ବହୁ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଡାକ୍ତରଖାନା ନେବା ବ୍ୟବସ୍ଥା କରୁଛୁ ବୋଲି ତହସିଲଦାର ଦାସ କହିଛନ୍ତି। ଅପରାହ୍ନରେ ଢିଙ୍କିଆ ଗାଁରେ ପୋଲିସ୍‌ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି। ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ କେତେଜଣ ମୁରବିଙ୍କ ସହ ଆଲୋଚନା କରାଯାଇଛି ବୋଲି ଥାନା ଅଧିକାରୀ ଜେନା କହିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ସ୍ଥିତି ଅଶାନ୍ତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri