ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। କଥା ଆଗକୁ ବଢ଼ିବା ପରେ ଉଭୟ ବିବାହ କରିନେଇଥିଲେ। ହେଲେ ସେଇଠି ଧର୍ମେନ୍ଦ୍ରଙ୍କ ରଙ୍ଗୀଲା ମିଜାଜ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ି ନ ଥିଲା। ସେ ପୁଣି ଅଶୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ଅନିତା ରାଜଙ୍କ ପ୍ରେମରେ ପଡ଼ିଥିଲେ। ସେତେବେଳ ସମୟରେ ଏହି ନୂଆ ପ୍ରେମକାହାଣୀ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଅନିତାଙ୍କ ସହ ଏକାଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର। ଶୁଟିଂ ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ବୟସରେ ୨୭ ବର୍ଷ ସାନ ଥିବା ସତ୍ତ୍ୱେ ଧର୍ମେନ୍ଦ୍ରଙ୍କୁ ଭଲପାଇ ବସିଥିଲେ ଅନିତା। ଅଭିନେତା ମଧ୍ୟ ତାଙ୍କ ଫିଲ୍ମରେ ଅନିତାଙ୍କୁ ନାୟିକା ଭାବେ ନିଆଯାଉ ବୋଲି ସୁପାରିସ କରୁଥିଲେ।

କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଭଳି ଦିନେ ଏକଥା ଜାଣିବାକୁ ପାଇଥିଲେ ହେମା। ସେ ଭାଙ୍ଗି ପଡ଼ିବା ସହ ଧର୍ମେନ୍ଦ୍ରଙ୍କ ସହ ଏ ବିଷୟରେ ଟିକିନିକି ଭାବେ ଆଲୋଚନା କରିଥିଲେ। ପରେ ନିଜର ଭୁଲ ବୁଝି ଧର୍ମେନ୍ଦ୍ର ଅନିତାଙ୍କୁ ତାଙ୍କଠାରୁ ଦୂରେଇ ଯିବାକୁ କହିଥିଲେ। ଶେଷରେ ତାହା ହିଁ ହୋଇଥିଲା।

ତେବେ ଅନିତା ନିଜ ସମୟରେ ଖୁବ୍‌ ଲୋକପ୍ରିୟ ଥିଲେ। ୧୯୮୨ରେ ଫିଲ୍ମ ‘ପ୍ରେମ୍‌ ଗୀତ’ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ‘ଅଚ୍ଛା ବୁରା, ‘ଜାନ କି ବାଜି’, ‘ମୋହବତ୍‌ କି କସମ’, ‘ପ୍ୟାର କିୟା ହେ ପ୍ୟାର କରେଙ୍ଗେ’, ‘କରିସ୍ମା କୁଦରତ କା’ ଆଦିରେ ଅଭିନୟ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ତୁଟିବା ପରେ ସେ ୧୯୮୬ରେ ନିର୍ଦ୍ଦେଶକ ସୁନିଲ ହିଗୋରାନୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ରହିଛି। ଏବେ ସେ ଛୋଟ ପରଦାରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଟିଟିରେ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିଥିଲା। ହେଲେ ଏବେ ଓଟିଟିରେ ରିଲିଜ କରିବାକୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଯାଇଛି।...

ଫିଲ୍ମ ଲାଇଗର୍‌ ପୋଷ୍ଟର ରିଲିଜ୍‌, ବିଜୟଙ୍କ ନ୍ୟୁଡ୍‌ ପୋଷ୍ଟ ଦେଖି…

ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ସୁପରଷ୍ଟାର...

ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ

ମୁମ୍ବାଇ : ଏକତା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା...

ଫ୍ଲପ ହେଲା ସେଲଫି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ କିଛି ଫିଲ୍ମ ଲଗାତାର ଫ୍ଲପ ହେବାରେ ଲାଗିଛି । ନିକଟରେ ରିଲିଜ୍ ହୋଇଥିବା ମୁଭି ‘ସେଲଫି’ ବି ଅକ୍ଷୟଙ୍କ ସମସ୍ତ...

ବ୍ୟସ୍ତ ଅଛନ୍ତି ହୁମା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨...

ବିବାହକୁ ନେଇ ଉତ୍ସାହିତ ଅଛନ୍ତି ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଏବେ ବିବାହକୁ ନେଇ ସେଲିବ୍ରିଟି ମାନେ ଚର୍ଚ୍ଚାରେ ରହୁଛନ୍ତି। ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟ...

୧୬ ବର୍ଷର ବିବାହ, ଦୁଇ ଝିଅ; ଅଧୁନାଙ୍କ ସହ ସମ୍ପର୍କ ଛିନ୍ନ କରି ଦ୍ୱିତୀୟ ବିବାହ କଲେ ଫର୍‌ହାନ୍‌

ବମ୍ବେ: ୩ ବର୍ଷର ପ୍ରେମ, ୧୬ ବର୍ଷର ବିବାହକୁ ଭୁଲି ଆଗକୁ ବଢ଼ିଛନ୍ତି ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର। ଶନିବାର ସେ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ...

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହେଶ

ମୁମ୍ବାଇ,୨୩।୮: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍ସରରେ(କର୍କଟ ରୋଗ) ଆକ୍ରାନ୍ତ । କିଛି ଦିନ ତଳେ ମୁମ୍ବାଇର ଏକ...

Advertisement
Archives

Model This Week