Dharitri Youth Conclave 2025: ଗୀତରେ ବାର୍ତ୍ତା ଦେବେ ରାହଗିର

ସୋସିଆଲ ମିଡିଆରେ ଏକ ପ୍ରକାର ଝଡ଼ ସୃଷ୍ଟି କରିଥିବା ‘ଆଦ୍‌ ମୀ ଚୁତିୟା ହୈ, କୁଛ୍‌ ଭି ଚାହତା ହୈ’ ଭାଇରାଲ ଗୀତ ପଛରେ ଥିବା କଣ୍ଠର ଯାଦୁକର ହେଉଛନ୍ତି ରାହଗିର। ତାଙ୍କର ପ୍ରକୃତ ନାମ ସୁନୀଲ କୁମାର ଗୁର୍ଜ୍ଜର। ୧୯୯୩ ମେ ୧୮ରେ ରାଜସ୍ଥାନର ସିକରରେ ଜନ୍ମିତ ଏହି ବ୍ୟକ୍ତିତ୍ୱ ଏକାଧାରରେ କଣ୍ଠଶିଳ୍ପୀ, ଗୀତିକାର ଏବଂ ସଙ୍ଗୀତକାର। ‘ଆଦ୍‌ ମୀ ଚୁତିୟା ହୈ’ ଗୀତଟି ୟୁଟ୍ୟୁବ୍‌ ଚ୍ୟାନେଲରେ ୬ ନିୟୁତରୁ ଅଧିକ ଭ୍ୟୁ ଏବଂ ସ୍ପଟିଫାଏରେ ୧୦ନିୟୁତରୁ ଅଧିକ ଷ୍ଟ୍ରିମ୍‌ ସହିତ ଭାଇରାଲ ହିଟ୍‌ ହୋଇଛି। ‘ଫୁଲଁ କି ଲାଶୋଁ ମେଁ ତାଜଗି ଚାହତା ହୈ, ଆଦ୍‌ ମୀ ଚୁତିୟା ହୈ, କୁଛ୍‌ ଭି ଚାହତା ହୈ’ ଏକ ଟ୍ରେଣ୍ଡ ହୋଇଗଲା। ରାହଗିରଙ୍କ ସଙ୍ଗୀତ ଯାତ୍ରା ସେତେ ସହଜ ନ ଥିଲା। ରାଜସ୍ଥାନର ଏକ ଗାଁରେ ପିଲାଦିନ ବିତାଇବା ସହ ଇନ୍ଦିରା ସିନିୟର ସେକେଣ୍ଡାରି ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ତାଙ୍କ ପରିବାରରେ ପ୍ରଥମ ବ୍ୟକ୍ତି ଥିଲେ, ଯିଏ କି ଇଞ୍ଜିନିୟର ହୋଇଥିଲେ। ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ପ୍ରାୟ ଦେଢ ବର୍ଷ ଧରି ସେ ଉଚ୍ଚ ବେତନର ଚାକିରି କରିଥିଲେ। ମାତ୍ର ୨୦୧୬ରେ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଆଗ୍ରହକୁ ଗୁରୁତ୍ୱ ଦେଇ ସେ ଚାକିରି ଛାଡ଼ିଥିଲେ। ବବ୍‌ ଡିଲାନ ଏବଂ ଜନି କ୍ୟାଶ୍‌ଙ୍କ ଭଳି କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ ସେଗୁଡ଼ିକ ଗୀତରେ ପରିଣତ ହୋଇଥିଲା। ‘ଅସ୍‌ଲି ଦୋପହର’, ‘ତନ୍‌ ଖା ଗୟି ୟେ ତନ୍‌ଖା’ ଭଳି ଗୀତଗୁଡ଼ିକରେ ସାମାଜିକ ବାର୍ତ୍ତା ରହିଛି। ତାଙ୍କର ପ୍ରାୟତଃ କାବି୍ୟକ ପଦ୍ୟରେ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଭରି ରହିଥାଏ। ନଭେମ୍ବର ୨୪ରେ ଧରିତ୍ରୀ ଯୁବ ସମ୍ମିଳନୀରେ ରାହଗିର ଉପସ୍ଥିତ ସକଳଙ୍କ ନିକଟରେ ତାଙ୍କର ଶକ୍ତିଶାଳୀ ବାର୍ତ୍ତା ଏବଂ ଅର୍ଥପୂର୍ଣ୍ଣ ସଙ୍ଗୀତ ପରିବେଷଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri