Dharitri Youth Conclave 2025: ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ

ଆସାମର ପୂର୍ଣ୍ଣିମା ଦେବୀ ବର୍ମନ ଜଣେ ପ୍ରସିଦ୍ଧ ବନ୍ୟପ୍ରାଣୀ ଜୀବବିଜ୍ଞାନୀ। ବଗ ବା ସାରସ ପ୍ରଜାତିର ପକ୍ଷୀ(ସ୍ଥାନୀୟ ଭାଷାରେ ‘ହରଗିଲା’ ପକ୍ଷୀ ଭାବରେ ଜଣାଶୁଣା)ର ସଂରକ୍ଷଣ ପାଇଁ ସେ ବେଶ୍‌ ପ୍ରସିଦ୍ଧ। ପକ୍ଷୀ ସଂରକ୍ଷଣ ପାଇଁ ସେ ହରଗିଲା ସେନା ଗଠନ କରିଛନ୍ତି। ମହିଳାମାନଙ୍କୁ ନେଇ ଗଠିତ ଏହି ସେନାର ପୂର୍ଣ୍ଣିମା ନେତୃତ୍ୱ ନେଉଛନ୍ତି, ଯାହା କେବଳ ଏକ ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେଇନାହିଁ ବରଂ ତାଙ୍କ ସମ୍ପ୍ରଦାୟର ମହିଳାମାନଙ୍କୁ ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମଧ୍ୟ ସଶକ୍ତ କରିପାରିଛି।
୨୦୦୭ରେ ଜଣେ ସଂରକ୍ଷଣବାଦୀ ଭାବରେ ପୂର୍ଣ୍ଣିମା ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ଏକ ଗଛ କଟାଯିବା ନେଇ ସତର୍କ କରାଯାଇଥିଲା। ଆଉ ଉକ୍ତ ଗଛଟି ଗ୍ରେଟର ଆଡ୍‌ଜୁଟାଣ୍ଟ ଷ୍ଟର୍କ ବା ହରଗିଲା ପକ୍ଷୀଙ୍କ ବାସସ୍ଥାନ ଥିଲ। ସେହି ସ୍ଥାନରେ ପୂର୍ଣ୍ଣିମା ପହଞ୍ଚତ୍ବା ପରେ, ସେ ଦେଖିଲେ ଯେ ହରଗିଲା ପକ୍ଷୀଙ୍କ ବସା ଭୂମିରେ ପଡ଼ିଯାଇଛି। ସ୍ଥାନୀୟ ଅଞ୍ଚଳର ବିଶ୍ୱାସ ଅନୁସାରେ କୌଣସି ପକ୍ଷୀ ବସା ତଳେ ପଡ଼ିଯିବା ଏକ ଖରାପ ଲକ୍ଷଣ। ଅର୍ଥାତ୍‌ ଉକ୍ତ ପକ୍ଷୀ ସମୁଦାୟର ବଞ୍ଚତ୍ବା ବିପଦରେ। ପୂର୍ଣ୍ଣିମା ଉକ୍ତ ଗଛକଟାକୁ ତୀବ୍ର ବିରୋଧ କରିଥିଲେ। ଏଥିପାଇଁ ତାଙ୍କୁ ତାଙ୍କ ସମ୍ପ୍ରଦାୟର କ୍ରୋଧର ଶିକାର ମଧ୍ୟ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ସେ ପକ୍ଷୀମାନଙ୍କୁ ସୁରକ୍ଷା ଦେବାକୁ ଦୃଢ଼ନିଶ୍ଚିତ ହୋଇ ତାଙ୍କର ଜୀବନବ୍ୟାପୀ ମିଶନ ଆରମ୍ଭ କରିଥିଲେ।
ପୂର୍ଣ୍ଣିମା ହରଗିଲା ସେନା ମାଧ୍ୟମରେ ୨୦,୦୦୦ ମହିଳାଙ୍କ ଏକ ବଡ଼ ନେଟ୍‌ୱର୍କ ଗଠନ କରିଛନ୍ତି, ଯେଉଁମାନେ ସକ୍ରିୟ ଭାବରେ ସାରସ ପକ୍ଷୀଙ୍କ ବସାକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରନ୍ତି। ଏହି ଅନନ୍ୟ ପ୍ରଜାତିକୁ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି। ସେମାନଙ୍କ ସାମୂହିକ ପ୍ରୟାସ ସାରସ ପକ୍ଷୀଙ୍କୁ ସୁରକ୍ଷା ଦେବାରେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିଛି। ଏକଦା ଗୋଟେ ଅଞ୍ଚଳରେ ବିଲୁପ୍ତପ୍ରାୟ ହୋଇଯାଉଥିବା ସାରସ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଏବେ ୧,୮୦୦ରୁ ଅଧିକ ହୋଇଗଲାଣି। ପୂର୍ଣ୍ଣିମାଙ୍କ ଏହି କାର୍ଯ୍ୟ ବା ରୂପାନ୍ତରଣ ଯୋଗୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌)କୁ ହରଗିଲା ପକ୍ଷୀର ସ୍ଥିତିରେ ପୁନଃ ମୂଲ୍ୟାୟନ କରିବାକୁ ପ୍ରେରଣା ଦେଇଛି। ୨୦୨୩ରେ ଉକ୍ତ ପକ୍ଷୀଙ୍କୁ ‘ସଙ୍କଟାପନ୍ନ ବିଲୁପ୍ତପ୍ରାୟ (କ୍ରିଟିକାଲ୍‌ ଏଣ୍ଡେନ୍‌ଜର୍ଡ) ବିବେଚନାରୁ ବିପଦ ନିକଟ (ନିୟର ଥ୍ରେଟେନ୍‌ଡ)କୁ ରୂପାନ୍ତରିତ କରିପାରିଛି। ପୂର୍ଣ୍ଣିମାଙ୍କ ଏହି ଅସାଧାରଣ କାର୍ଯ୍ୟ ଜାତୀୟ ଏବଂ ବିଶ୍ୱସ୍ତରୀୟ ସ୍ବୀକୃତି ହାସଲ କରିଛି, ଯେଉଁଥିପାଇଁ ଜଣେ ଅଗ୍ରଣୀ ସଂରକ୍ଷଣବାଦୀ ଭାବରେ ଟାଇମ୍ସର ୨୦୨୫ ବର୍ଷର ବିଶିଷ୍ଟ ସଂରକ୍ଷଣବାଦୀ ମହିଳା ତାଲିକାରେ ତାଙ୍କ ନାମ ସ୍ଥାନ ପାଇପାରିଛି।
ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ-୨୦୨୫ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଉଥିବା ପୂର୍ଣ୍ଣିମାଙ୍କ ପ୍ରେରଣାଦାୟକ କାହାଣୀ ନିଃସନ୍ଦେହରେ ଏହି କାର୍ଯ୍ୟକ୍ରମକୁ ଅଧିକ ରୁଦ୍ଧିମନ୍ତ କରିବା ସହ ଯୁବ ସମାଜକୁ ପରିବେଶ ସୁରକ୍ଷା ଏବଂ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କ ସଂରକ୍ଷଣ କରିବା ଦିଗରେ ଏକ ନୂଆ ଦିଶା ଦେଖାଇବାରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri