Posted inଫୁରସତ

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ। ଯେଉଁଥିପାଇଁ ସେମାନେ ବିଭିନ୍ନ ଭାଷାର ଦୈନିକ ଖବରକାଗଜ, ସପ୍ତାହିକ, ପାକ୍ଷିକ, ମାସିକ, ତୈୟମାସିକ, ଷାଣ୍ମାସିକ ଓ ବାର୍ଷିକ ପତ୍ରିକା ପଢିବା ସହ ସଂଗ୍ରହକରି ରଖିଥାନ୍ତି। ସେମିତି ଜଣେ ବ୍ୟକ୍ତିହେଲେ ବିକାଶ କୁମାର ଶତପଥୀ, ଯିଏକି ଏଇଥିପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ପତ୍ରପତ୍ରିକା ସଂଗ୍ରହ କରିଛନ୍ତି। ବିକାଶଙ୍କ ଘର ହେଲା ଭଦ୍ରକ ଜିଲାର ବାସୁଦେବପୁରରେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସେ ଏମ୍‌.ଏ କରିଛନ୍ତି। ସେ କୁହନ୍ତି, ‘ଓଡ଼ିଶା ସଂଗ୍ରହାଳୟ ସାମ୍ରାଜ୍ୟର ପ୍ରବାଦପୁରୁଷ ଦାଶରଥି ପଟ୍ଟନାୟକଙ୍କୁ ଅନୁସରଣ କରି ୧୯୯୦ ମସିହାରୁ ଗ୍ରାମୀଣ ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ଗାଁ ଗାଁ ବୁଲି ବିଭିନ୍ନ ଲୋକଙ୍କଠାରୁ ସଂଗ୍ରହ କରିଛି ବିଭିନ୍ନ ପତ୍ରପତ୍ରିକା ସହିତ ବିଭିନ୍ନ ପୁରାତନ ସାମଗ୍ରୀ। ବିଶେଷକରି ଛୋଟ ଛୋଟ ପିଲାଙ୍କ ହାତରୁ ମୋବାଇଲ ଅଭ୍ୟାସକୁ କମାଇବା ଉଦ୍ଦେଶ୍ୟରେ ଭଲ ବହିଟିଏ ଧରାଇବା ଅଭ୍ୟାସ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି। ଏଥିପାଇଁ ମୋ ଜେଜେଙ୍କ ନାମରେ ଗଢ଼ିଛି ଏକ ଏକ ପାଠାଗାର, ଯାହାର ନାଁ ହେଉଛି ‘ଲୋକନାଥ ପାଠାଗାର’। ନିଃଶୁଳ୍କ ପାଠକ ଭାବେ ବହୁ ଛାତ୍ରୀଛାତ୍ର ଓ ଜିଜ୍ଞାସୁ ବ୍ୟକ୍ତି ଏହି ପାଠାଗାରରେ ପ୍ରତିଦିନ ଭିଡ଼ ଜମାଇଥାନ୍ତି। ପାଠାଗାରକୁ ଆକର୍ଷଣୀୟ କରିବା ପାଇଁ ୧୯୯୬ରେ ଏହାକୁ ସଂଗ୍ରହାଳୟର ରୂପ ଦେଇଛି। ପ୍ରାୟ ପଚାଶ ଜଣ ପିଲା ବସି ପଢ଼ିବା ଭଳି ଚେୟାର ବ୍ୟବସ୍ଥା କରାଯାଇଛି। ଏଠାରେ ଦୁର୍ଲଭ ତାଳପତ୍ର ପୋଥିଠାରୁ ଆରମ୍ଭକରି ବିଭିନ୍ନ ଡାକ ଟିକେଟ, ଦେଶ ବିଦେଶର ବହୁ ପୁରୁଣା ମୁଦ୍ରା, କେତେକ ସାମୁଦ୍ରିକ ଜୀବଙ୍କ ଅଙ୍ଗ ଦେଖିବାକୁ ମିଳେ।

ବିଦ୍ୟାର୍ଥୀମାନେ ବିନା ଅର୍ଥରେ ଦେଖିବାର ସୁଯୋଗ ପାଇ ବେଶ୍‌ ଆନନ୍ଦିତ ହେଉଛନ୍ତି। ସଂଗ୍ରହାଳୟରେ ରହିଛି ତିରିଶ ହଜାରରୁ ଊଦ୍ଧର୍‌ବ ବହୁ ନୂଆ ଓ ପୁରୁଣା ମୂଲ୍ୟବାନ ପୁସ୍ତକ ଓ ପତ୍ରପତ୍ରିକ। ସେଥିମଧ୍ୟରୁ ତିନିଶହରୁ ଊଦ୍ଧର୍‌ବ ବିଭିନ୍ନ ଶିଶୁପତ୍ରିକା ଉପଲବ୍ଧ। ଜହ୍ନମାମୁଁ, ଟୁଉକୁମୁସି, ନନ୍ଦନକାନନ, ଶିଶୁଲେଖା, ମନପବନ, ମୀନାବଜାର, ସଂସାର, ବିଜ୍ଞାନ ଦିଗନ୍ତ, ଲୀଳାବତୀର ପୃଷ୍ଠା, ସୁନାଭଉଣୀ, ସରଗଶଶୀ, ବେଲୁନ୍‌ବାଲା, ସୁନାପିଲା, ରୂପା ଥାଳିଆ, ବାନରସେନା, କୁନିରାଇଜ, ଝୁମୁକା, ବାଇଚଢ଼େଇ, କିଶୋର ସ୍ବାକ୍ଷର, ଟୁଆଁଟୁଇଁ, ବାଘମାମୁଁ, ହଳଦୀ ବସନ୍ତ, ବିଲେଇନାନୀ, ପରୀରାଇଜ, କଣାମାମୁଁ, ପୁସିମାଉସୀ, ବଗ ବଗୁଲି, ବାଲିଘର, କଳାମାଣିକ, ଚଇତି ଚଢ଼େଇ, ସୁନା କହ୍ନେଇ, ଶିଶୁ ପ୍ରତିଭା, ପରଶମଣି, କାଗଜଡଙ୍ଗା, କୁନି କଥା ଏପରି ଅନେକ ପ୍ରକାଶିତ ଓ ଅପ୍ରକାଶିତ ଶିଶୁପତ୍ରିକା ପିଲାମାନଙ୍କୁ ପଢ଼ିବା ପାଇଁ ଦିଆଯାଇଥାଏ। ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ, ଏ ବିଷୟକୁ ଅନୁଭବ କରି ସେମାନଙ୍କ ପାଇଁ ଏକ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ବାଇଚଢ଼େଇ’ ସମ୍ପାଦନା କରୁଛି। ଗ୍ରୀଷ୍ମ ଅବକାଶ ସମୟରେ ବିଦ୍ୟାଳୟଗୁଡ଼ିକ ଲମ୍ବା ଛୁଟି ପଡ଼ିଥିବାରୁ ବିଭିନ୍ନ କୋଚିଙ୍ଗ ସେଣ୍ଟର ଓ ଘର ଘର ବୁଲି ପିଲାମାନଙ୍କ ହାତରୁ ମୋବାଇଲ ଛଡ଼ାଇ ମନଲାଖି ଶିଶୁ ସାହିତ୍ୟ ଧରାଇବାର ଅଭିନବ ପ୍ରୟାସ କରିଥାଏ। କେବଳ ଭଦ୍ରକ ନୁହେଁ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲାର ଏକାଧିକ ଘରୋଇ ଶିକ୍ଷାନୁଷ୍ଠାନକୁ ଯାଇ ସଚେତନତା ସୃଷ୍ଟି କରିଛି। ଏହାବାଦ୍‌ ମୋ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଆମ କୌଳିକ ବୃତ୍ତିକୁ ଆଦରି ବୈଦିକ କର୍ମକାଣ୍ଡରେ ନିଜକୁ ସାମିଲ କରିଛି। ଆମ ସଂସ୍କୃତିରୁ ହଜି ଯାଉଥିବା ବହୁ ପୁରାତନ ଓ ବିରଳ ସାମଗ୍ରୀଗୁଡ଼ିକୁ ଏଠାରେ ସାଇତି ରଖିବା ଅଭିଯାନ ଚାଲୁରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?