ଅପରିବର୍ତ୍ତିତ ଭ୍ରଷ୍ଟାଚାର ସ୍ବର

ଓଡ଼ିଆରେ ଏକ ପ୍ରବାଦ ଅଛି, ‘ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠେ।’ ଏହି ପ୍ରବାଦର ଆଉ ଏ ଅନୁରୂପ ପ୍ରବାଦ ଉଲ୍ଲେଖ କରାଯାଇପାରେ ଯଥା – ”ଅଙ୍ଗାର ଶତ ଧୌତେନଂ, ମଳିନଂ ନ ଜାୟତେ“ ଅର୍ଥାତ୍‌ ଅଙ୍ଗାରକୁ ଯେତେ ଧୋଇଲେ ମଧ୍ୟ ତା’ ଠାରୁ କଳା ମଇଳା ଅଂଶ କେବେହେଲେ ଛାଡ଼ି ଯିବନାହିଁ। ପ୍ରବାଦ ଦୁଇଟିର ମାଧ୍ୟମରେ ଅବଗତ କହିବାର ଉଦ୍ଦେଶ୍ୟ ହେଉଛି , ଆଜିର ଏଇ କଳୁଷିତ ସମାଜରେ କିପରି ଅପରିବର୍ତ୍ତିତ ଭ୍ରଷ୍ଟାଚାର ତଥା ଜଘନ୍ୟ ଓ ଘୃଣ୍ୟ ନୂ୍ୟନତମ କାର୍ଯ୍ୟକଳାପର ସ୍ରୋତ ବହିଚାଲିଛି, ଯାହାର କିଛି ପ୍ରତିବନ୍ଧକ ନାହିଁ କହିଲେ ଚଳେ।
ଆଜିର ଯୁଗରେ ଗଣବଳାତ୍କାର, ଶିଶୁ ବଳାତ୍କାର, ଚୋରି, ଶତ୍ରୁତାଜନିତ ହତ୍ୟାକାଣ୍ଡ ଇତ୍ୟାଦି, ନିତିଦିନିଆ କାରବାରରେ ପରିଣତ ହୋଇଯାଇଛି। ଆଜି ଗୋଟିଏ ଘଟଣା ଘଟିଲା ପରେ ମଧ୍ୟ ସମତୁଲ୍ୟ ଘଟଣା ସପ୍ତାହକ ପରେ ଘଟିଚାଲିଛି॥ ପ୍ରକୃତରେ ଆମେ ଜନତା ଦିନକୁ ଦିନ ବିଶୃଙ୍ଖଳିତ ହୋଇଯାଉଛେ ନା ପ୍ରଶାସନ ଠିକ୍‌ ପଦକ୍ଷେପ ନେବାକୁ ଅକ୍ଷମ ବା ପ୍ରଶାସନର ନିୟନ୍ତ୍ରଣରେ କିଛି ଭୁଲ୍‌ ରହୁଛି। ଆସନ୍ତୁ ଉପରୋକ୍ତ କାରଣଗୁଡ଼ିକ ଉପରେ କିଞ୍ଚିତ୍‌ ଆଲୋଚନା କରିବା। ଏଥିରେ ଦୁଇଟି ଉପାଦାନ ସମ୍ପୃକ୍ତ ରହିଛି। ଗୋଟିଏ ହେଲା ଜନତା। ଦ୍ୱିତୀୟରେ ପ୍ରଶାସନର ଦକ୍ଷତା ଓ ବୁଦ୍ଧିମତ୍ତାର ସହିତ କାର୍ଯ୍ୟାନୋୟନର ସଫଳତା। ପ୍ରଥମେ ଜନତାଙ୍କ କଥାକୁ ବିଚାରକୁ ନେବା। ସାଧାରଣତଃ ଆମ ଲୋକମାନେ ସ୍ବୟଂଶୃଙ୍ଖଳିତ ନୁହନ୍ତି ଏବଂ ସ୍ବୟଂଶାସିତ ବା ସ୍ବୟଂ ନିୟନ୍ତ୍ରିତ ହେବାର ଇଚ୍ଛାଶକ୍ତି ନାହିଁ। ଖୁବ୍‌ କମ ସଚେତନ ଲୋକ ସ୍ବୟଂଶୃଙ୍ଖଳିତ ହେବା ଦେଖାଯାଉଛି। ଆମର ଉତ୍ତେଜିତ ଓ କୋଳାହଳ ପରିବେଶ ମଣିଷକୁ ି ଦୁର୍ନିତିଗ୍ରସ୍ତ, ହିଂସାପ୍ରଣୋଦିତ, ବ୍ୟଭିଚାରିତ କରିଦେଉଛି। ପ୍ରଶ୍ନ ଆସେ, ଆମ ଲୋକମାନେ କେତେ ନକାରାତ୍ମକ। ଯଦିଓ ଆମ ପାଖରେ ସକାରାତ୍ମକ ଓ ନକାରାତ୍ମକ ଲୋକଙ୍କର ଏକ ପରିସଂଖ୍ୟାନ ନାହିଁ ତଥାପି ଏକ କାଳ୍ପନିକ ଆକଳନ ଅନୁଯାୟୀ, ନକାରାତ୍ମକ ମନୋବୃତ୍ତିର ଜନତାଙ୍କ ପ୍ରତିଶତ ଅଧିକ ଏବଂ ସକାରାତ୍ମକ ମନୋବୃତ୍ତିର ଲୋକ ଖୁବ୍‌ କମ୍‌ ଦେଖାଯିବ। ବାସ୍ତବରେ ଉପରୋକ୍ତ ବିଶ୍ଳେଷଣ ଅନୁଯାୟୀ ଆମ ଦେଶରେ ଅପରାଧ ପ୍ରତିଶତ ଅଧିକ। ଯଦି ୨୦୨୪ର ସୁଖୀ ସୂଚକାଙ୍କକୁ ବିଚାରକୁ ନିଆଯାଏ, ଭାରତ ୧୪୭ଟି ଦେଶ ମଧ୍ୟରେ ୧୦୮ ତମ ର଼୍ୟାଙ୍କିଙ୍ଗରେ ଅଛି। ତେଣୁ ଉପରୋକ୍ତ ପରିସଂଖ୍ୟାନ ଓ ଅନୁଶୀଳନରୁ ସିଦ୍ଧାନ୍ତ ନିଆଯାଇପାରେ ଯେ, ଆମ ଦେଶର ଭ୍ରଷ୍ଟାଚାର ଓ ବ୍ୟାଭିଚାର ପାଇଁ ଜନତା ବେଶି ଦାୟୀ।
ପ୍ରଶାସନ ମଧ୍ୟ ସମାଜର ଅଧୋଗତି ପାଇଁ କିଛି ଅଂଶରେ ଦାୟୀ। ପ୍ରଶାସନର ପୁରୋଧା କହିଲେ ନିର୍ବାଚିତ ରାଜନେତା, ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ବୁଝାଏ। ଶାସନ ଚାଲିବାରେ ମୁଖ୍ୟ ଭୂମିକା ରହେ ରାଜନେତାଙ୍କର। ରାଜନୀତିର ଊର୍ଦ୍ଧ୍ୱରେ ରହି ପ୍ରଶାସନର ଯୋଜନା ଓ ଆଇନ ପ୍ରଣୟନ, କାର୍ଯ୍ୟାନ୍ବୟନ, ଅର୍ଥର ସୁପରିବଣ୍ଟନ ବିନିଯୋଗ ଓ ନିଯୁକ୍ତି ଇତ୍ୟାଦିରେ ଠିକ୍‌ ଭାବରେ ନିଜକୁ ନିୟୋଜିତ କରିବା ଉଚିତ। ମାତ୍ର ଏବେ ପ୍ରଶାସନିକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଅନେକ କ୍ଷେତ୍ରରେ ଦେଖାଯାଏ ବିଶୃଙ୍ଖଳିତ ଜନତା ପ୍ରଶାସନକୁ ଠିକ୍‌ ବାଟରେ ଚାଲିବାକୁ ଦିଅନ୍ତି ନାହିଁ। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ପୋଲିସ ଷ୍ଟେଶନ ଖୋଲିବା ଓ ଅଧିକ ପୋଲିସ ପଦମାନ ସୃଷ୍ଟି କରାଯିବା ଉଚିତ। ହାରାହାରି ପୋଲିସ ଓ ଜନସଂଖ୍ୟାର ଅନୁପାତ ଭାରତରେ ଏକ ଲକ୍ଷ ଲୋକରେ ୧୫୩ ଜଣ ପୋଲିସ କର୍ମଚରୀ। ମାତ୍ର ଜାତିସଂଘ ଦ୍ୱାରା ପ୍ରଯୋଜିତ ଅନୁଯାୟୀ ଅନୁପାତ ଏକ ଲକ୍ଷ ଲୋକଙ୍କୁ ନେଇ ୨୨୨ଟି ପୋଲିସ ରହିବା ଉଚିତ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ବିଶୃଙ୍ଖଳିତ ଜନତା ଓ ତ୍ରୁଟିପୂର୍ଣ୍ଣ ପ୍ରଶାସନ ଯୋଗୁ ଦେଶରେ ଭ୍ରଷ୍ଟାଚାର ନିଆଁ କୁହୁଳିବାରେ ଲାଗିଛି; ଯାହା ଏକ ଅପରିବର୍ତ୍ତିତ ସ୍ବର ରୂପେ ସମାଜରେ ଉଚ୍ଚାରିତ ହେବାକୁ ଲାଗିଲାଣି। ଆସନ୍ତୁ ଏକ ପରିବର୍ତ୍ତନଶୀଳ ଦୁନିଆ ତଥା ସମାଜ ଗଢ଼ି ତୋଳିବାକୁ ସମ୍ମିଳିତ ସ୍ବରରେ ଆପ୍ରାଣ ଉଦ୍ୟମ କରିବା ନତୁବା ଆମ ସାମାଜିକ ଜୀବନ ଅସହ୍ୟ ହୋଇ ଉଠିବ।

ଯଚିଦାନନ୍ଦ ଦଶ

ସିଡିଏ, କଟକ
ମୋ :୭୦୦୮୬୫୦୬୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?