ଆମ ଦୃଷ୍ଟିକୋଣ ଆମ ଜୀବନ

ଆଖି ରୂପବାନକୁ ଦେଖିଲାବେଳେ ମନ ରୂପହୀନକୁ ଦେଖିଥାଏ। ବୁଦ୍ଧି ଅରୂପ ବିଷୟରେ ବିଚାର କରିଥାଏ। ଦୃଷ୍ଟିକୋଣ ହେଉଛି ”ଏକ ସୁଶିକ୍ଷିତ ପ୍ରବୃତ୍ତି, ଯାହା ଏକ ନିର୍ଦ୍ଦିଷ୍ଟ ମାର୍ଗରେ; ମଣିଷ, ଘଟଣା, ପ୍ରସଙ୍ଗ, ପଦାର୍ଥ, ସଂଗଠନ, ନୀତି ଆଦିକୁ ଦେଖେ ଓ ମତ, ଆବେଗ, ବିଶ୍ୱାସ, ପ୍ରତ୍ୟାଶା, ମୂଲ୍ୟବୋଧ ଓ ଉଦ୍ଦେଶ୍ୟ ଆଧାରରେ ତା’ର ମୂଲ୍ୟାୟନ କରେ।“ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁ, ଘଟଣା ପ୍ରସଙ୍ଗକୁ ବିଭିନ୍ନ କୋଣ ଅନୁକୋଣରୁ ବିଚାର କରି ଦେଖିବାକୁ ଦୃଷ୍ଟିକୋଣ କୁହାଯାଏ। ବ୍ୟକ୍ତିଗତ ଦୃଷ୍ଟି, ସାମାଜିକ ଦୃଷ୍ଟି, ରାଜନୈତିକ ଦୃଷ୍ଟି, ଆଧ୍ୟାତ୍ମିକ ଦୃଷ୍ଟି-ଏହିପରି ନାନା ଦିଗରୁ ଗୋଟିଏ ପ୍ରସଙ୍ଗର ପର୍ଯ୍ୟାଲୋଚନା କରାଯାଇଥାଏ। ଏହା ଏକ ମନସ୍ତାତ୍ତ୍ୱିକ ପ୍ରକ୍ରିୟା। ଏହା ଏକ ଆଲୋକ, ଯାହା ଆତ୍ମବୋଧର ପଥକୁ ଆଲୋକିତ କରେ। ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି ଦୃଷ୍ଟିକୋଣରେ ସନ୍ନିହିତ। ଜୀବନର ମୂଲ୍ୟବୋଧ,ଅଭିଜ୍ଞତା, ଅନୁଭୂତି ଅନୁସାରେ ଦୃଷ୍ଟିକୋଣ ତିଆରି ହୋଇଥାଏ। ଏହା ବ୍ୟବହାରରେ ବାସ୍ତବ ଓ ସ୍ଥାୟୀ ପରିବର୍ତ୍ତନ ଆଣି ନିଜକୁ ବଦଳାଇ ଦେଇପାରେ। ନିଜ ଭିତରେ ନୂଆ ସାମ୍ରାଜ୍ୟ ଖୋଜି ବାହାର କରେ। ଏହା କେବଳ ବୌଦ୍ଧିକ ନୁହେଁ, ଭାବଗତ ଦୁନିଆକୁ ପୁନର୍ଗଠିତ କରେ। ଲୋକେ ନିଜ ଦୃଷ୍ଟିକୋଣ ଅନୁସାରେ ନିଜକୁ ଓ ନିଜ ଜୀବନକୁ ପରିଚାଳିତ କରିଥା’ନ୍ତି।

ଲୋକଙ୍କର ଦୃଷ୍ଟିକୋଣ ଆକାଶ ପରି ଉଚ୍ଚ, ସାଗର ପରି ଗଭୀର ଓ ଧରିତ୍ରୀ ପରି ସହିଷ୍ଣୁ ହେବା ଆବଶ୍ୟକ। ସ୍ବାର୍ଥଦୃଷ୍ଟିରୁ ନୁହେଁ, ମାନବିକ-ସାମାଜିକ ମୂଲ୍ୟବୋଧ ତଥା ରାଷ୍ଟ୍ରୀୟ-ଆଧ୍ୟାତ୍ମିକ ଚେତନା ଆଧାରିତ ହେବା ଜରୁରୀ। ଦୃଷ୍ଟିକୋଣ ସମ୍ପ୍ରସାରିତ ହେଲେ ଜୀବନର ଛୋଟ ଛୋଟ ପ୍ରସଙ୍ଗ ଗୁରୁତ୍ୱ ହରାନ୍ତି। ମଣିଷ ପାଖରେ ଧନ ଓ ଜୀବନ ସବୁଦିନ ରହେ ନାହିଁ। ମଣିଷ ଅସ୍ଥାୟୀ ଧନରେ ଧନସର୍ବସ୍ବ ତଥା ରୋଗକାରକ ଭୋଗରେ ଭୋଗସର୍ବସ୍ବ ନ ହୋଇ ପର ପାଇଁ କିଛି ତ୍ୟାଗ କରିବାର ମନୋବୃତ୍ତି ପୋଷଣ କରିବା ବାଞ୍ଛନୀୟ। ଧନ ଉପାର୍ଜନ କରିବା ସହିତ ଜ୍ଞାନ ସଂଗ୍ରହ ପାଇଁ ଚେଷ୍ଟା ରହିଲେ ମଣିଷ ଆଗକୁ ବଢ଼େ। ଥରେ ଭାବିବା ଉଚିତ-ଆମେ ଯଦି ଆଜି ଦୁଃସ୍ଥ ପୀଡ଼ିତଙ୍କ ଅବସ୍ଥାରେ ଥା’ନ୍ତେ ତାହାହେଲେ ଆମର ମାନସିକ ସ୍ଥିତି କ’ଣ ହୋଇଥା’ନ୍ତା! ଆମେ ଲୋକମାନଙ୍କଠାରୁ ଜ୍ଞାତରେ ବା ଅଜ୍ଞାତରେ ନାନା ଉପକାର ପାଇ ସମାଜ ପାଖରେ ଋଣୀ। ଜନସେବା କରିବା ଦ୍ୱାରା ଆମେ ଋଣମୁକ୍ତ ହୋଇଥାଉ। ତୃଷା ନୁହେଁ ତୃପ୍ତି ସଂସାରୀ ଜନର ନୀତି। ଆତ୍ମସେବାର ଶାନ୍ତିଠାରୁ ପରସେବାରେ ମିଳୁଥିବା ଶାନ୍ତି ଅଧିକ। ସ୍ବାର୍ଥ ପରିତ୍ୟାଗ କରି ପରହିତ ସାଧନ କଲେ ଲୋକେ ସତ୍‌ପୁରୁଷ; ସ୍ବାର୍ଥକୁ ବିରୋଧ ନ କରି ପର ଉପକାର କଲେ ସାଧାରଣ ପୁରୁଷ; ସ୍ବାର୍ଥ ପାଇଁ ପରହିତରେ ବିଘ୍ନ ସୃଷ୍ଟି କଲେ ମନୁଷ୍ୟରୂପୀ ରାକ୍ଷସ ପୁରୁଷ ଆଉ ସ୍ବାର୍ଥ ନ ଥାଇ ପରହିତରେ ହାନି ପହଞ୍ଚାଇଲେ ପୁରୁଷକୁ କ’ଣ କୁହାଯାଏ, ତାହା କେହି ଜାଣନ୍ତି ନାହିଁ। ରୂପ, ସାମାଜିକ ପଦମର୍ଯ୍ୟାଦା, ଆର୍ଥିକ ସ୍ଥିତିକୁ ଦେଖି କାହାକୁ ବଡ଼ ବା କାହାକୁ ହୀନ ଦୃଷ୍ଟିରେ ଦେଖିବା ଏକ ଭ୍ରମ। କାହାକୁ ପୂର୍ଣ୍ଣତଃ ନ ଜାଣି କିଛି ମତ ଦେବା ବିଜ୍ଞତା ନୁହେଁ। ନିଜକୁ ଅନ୍ୟମାନେ ହୀନ ବୋଲି ଭାବିଲାବେଳେ କେମିତି ଅନୁଭବ ହୁଏ? ଆତ୍ମା ସମସ୍ତଙ୍କଠାରେ ସମାନ ଭାବରେ ବିଦ୍ୟମାନ। ଭଗବତ ଚେତନାରେ ଯାହାର ମନ, ପ୍ରାଣ, ହୃଦୟ ପରିଷ୍କୃତ/ପବିତ୍ର/ସମର୍ପିତ/ପରିଶୁଦ୍ଧ/ଉଦାର; ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ସମଗ୍ର ବିଶ୍ୱକୁ ନିଜର ପରିବାର ବୋଲି ଭାବନ୍ତି। ମହାଭାରତ ଦୃଷ୍ଟିରେ ଯେଉଁ କାର୍ଯ୍ୟସବୁ ନିଜର ଅନୁକୂଳ ନୁହେଁ, ସେପରି କାର୍ଯ୍ୟ ପର ପାଇଁ ଆଚରଣ କରିବ ନାହିଁ ।

ଗୋଟିଏ ସକାରାତ୍ମକ ଦୃଷ୍ଟିକୋଣ ସମାଜ ପାଇଁ ବରଦାନ। ଜଳରେ ଗୋଟିଏ ନିର୍ମଳା ଫଳ ପକାଇଲେ ଜଳ ଶୁଦ୍ଧ ହୋଇଗଲା ପରି ସମାଜରେ ଗୋଟିଏ ସକାରାତ୍ମକ ଦୃଷ୍ଟିକୋଣ ସମଗ୍ର ସମାଜକୁ ପରିମାର୍ଜିତ, ସଂସ୍କୃତି କରିଥାଏ। ସାମାଜିକ ପରିବର୍ତ୍ତନ ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର। ସକାରାତ୍ମକ ବ୍ୟକ୍ତିଙ୍କଠାରୁ ଉକୁଟୁଥିବା ଜ୍ୟୋତିରେ ସମାଜ ଉଜ୍ଜ୍ୱଳ ହୋଇ ଉଠେ। ଜୀବନର ଉତ୍କର୍ଷ ପାଇଁ ଏକ ଚାବିକାଠି। ସକାରାତ୍ମକ ଚିନ୍ତା ଜୀବନକୁ ସ୍ବାଭାବିକ, ସୁସ୍ଥ ଓ ପରିପୂର୍ଣ୍ଣ କରେ। ବ୍ୟକ୍ତି ହସି ହସି ଶାରୀରିକ ଓ ମାନସିକ ଉତ୍ତେଜନାର ସାମ୍ନା କରେ। ବିପଦରେ ବିଚଳିତ ହୁଏ ନାହିଁ କି ଭାଙ୍ଗି ପଡ଼େ ନାହିଁ। ପ୍ରତିକୂଳ ପରିସ୍ଥିତିକୁ ଥଣ୍ଡା ମସ୍ତିଷ୍କରେ ସାମ୍ନା କରେ। ତାଙ୍କୁ ଉତ୍କଣ୍ଠା କଣ୍ଠାଗ୍ରତ କରିପାରେ ନାହିଁ। ବ୍ୟକ୍ତି ଆଶାବାଦୀ ଓ ଉତ୍ସାହୀ ହୁଏ। ଜୀବନର ଯଥାର୍ଥବୋଧ ଜାତ ହୁଏ। ନିୟନ୍ତ୍ରଣ ଆସେ। ବ୍ୟକ୍ତିକୁ ଚାପଗ୍ରସ୍ତ ହେବାକୁ ଦିଏ ନାହିଁ। ଦୈନନ୍ଦିନ ଜୀବନର୍ଯ୍ୟାରେ ହେଉ ଅବା ବୃତ୍ତି କ୍ଷେତ୍ରରେ ହେଉ ଆନନ୍ଦମୟ ପରିବେଶ ସୃଷ୍ଟି କରେ। ପାରିବାରିକ, ସାମାଜିକ ଓ ଜନସମ୍ପର୍କରେ ସୁଧାର ଆଣେ। କୃତ୍ରିମତ୍ତା ହଟାଏ। ସତ୍ୟର ନିକଟବର୍ତ୍ତୀ କରାଏ। ମଣିଷକୁ କୃତଜ୍ଞ କରେ। ସକାରାତ୍ମକ ଚିନ୍ତା ସୃଜନଶୀଳତାର ଜନନୀ। ମୁକ୍ତଚିନ୍ତନର ଦ୍ୱାର ଖୋଲେ। ବିଜ୍ଞ-ନିଷ୍ପତ୍ତି ନେବାର ସାମର୍ଥ୍ୟ ଉପୁଜାଏ। ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରେ। ଜୀବନର ପସନ୍ଦ ଓ ଲକ୍ଷ୍ୟକୁ ସ୍ପଷ୍ଟ କରେ। ବ୍ୟକ୍ତିକୁ ସାହସୀ କରେ। ମସ୍ତିଷ୍କକୁ ତାଲିମ ଦିଏ। ଜୀବନଯାତ୍ରା ଉନ୍ନତ, ସମୁଜ୍ଜ୍ୱଳ, ସନ୍ତୁଳିତ ଓ ସଫଳ ହୁଏ। ଶାନ୍ତି ଓ ସନ୍ତୋଷର ରାଜତ୍ୱ ଜାରି ରହେ॥ କୁପ୍ରବୃତ୍ତି ଓ ଉଦ୍‌ବେଗ ପ୍ରଶାନ୍ତ ହୁଏ। ଆବେଗିକ ଯନ୍ତ୍ରଣାରୁ ମୁକ୍ତି ମିଳେ। ଭାବ ପ୍ରଭାବିତ ଓ ନିର୍ମଳ ହେଲେ ହୃଦୟ ସ୍ବାସ୍ଥ୍ୟବାନ ହୁଏ। ମନୋବୃତ୍ତି ସକାରାତ୍ମକ ହେଲେ ଶରୀରରେ ସ୍ବାଭାବିକ ଭାବରେ ଏଣ୍ଡୋଫିନସ୍‌ ନାମକ ଏକ ରସାୟନ କ୍ଷରଣ ହୁଏ, ଯାହା ଶରୀରରେ ଉପତ୍ନ୍ନ ପ୍ରାକୃତିକ ଯନ୍ତ୍ରଣାର ଉପଶମ କରିଥାଏ। ଜୀବନ ଦୀର୍ଘାୟୁ ହୁଏ: ଜୀବେମ ଶରଦଂ ଶତଂ… ॥

ଲୋକଙ୍କ ଦୃଷ୍ଟିକୋଣରେ ଭିନ୍ନତା ପଛରେ ବଂଶଗତ, ଲିଙ୍ଗ, ବୟସ, ବ୍ୟକ୍ତିଗତ ପ୍ରବୃତ୍ତି, ଆବେଗ, ଆଗ୍ରହ, ରୁଚି, ପସନ୍ଦ, ସ୍ବଭାବ, ଆର୍ଥିକ ଅବସ୍ଥା, ସାମାଜିକ ପ୍ରଥା, ପରମ୍ପରା ପ୍ରତି ବିଭିନ୍ନ ଧାରଣା, ସଂସ୍କାର, ଜ୍ଞାନ, ବିଜ୍ଞାନ, ଚିନ୍ତା , ଚେତନା ଓ ସାଧନାସ୍ତର-ଆଦିର ନିର୍ଣ୍ଣାୟକ ଭୂମିକା ରହିଛି। ପାଉଥିବା ଶିକ୍ଷା, ରହୁଥିବା ପରିବେଶ, ଚଳୁଥିବା ସମାଜ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଅଲଗା ଅଲଗା ଦେଖାଯାଏ। କଥାରେ ଅଛି: ‘ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତାହାର ବେଭାର।’ ଲୋକଙ୍କ ସ୍ତରଭେଦ ବ୍ୟତୀତ ସତ୍ତ୍ୱ, ରଜ ଓ ତମ -ଏହି ତ୍ରିଗୁଣର ତାରତମ୍ୟରେ ଲୋକେ ଭିନ୍ନ ଭିନ୍ନ ମନୋବୃତ୍ତିର ଦେଖାଯା’ନ୍ତି। ସାମଥର୍ର୍‌ୟ, ସଫଳତା, ଜାତି, ଜାତୀୟତା, ଆର୍ଥିକ-ସାମାଜିକ ସ୍ଥିତି, ଧର୍ମ-ଦର୍ଶନ-ସଂସ୍କୃତି, ରାଜନୀତି-ଖେଳକୁଦ, ବୁଦ୍ଧିମାନ-ଜଡ଼ତାକୁ ନେଇ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଅନେକ ପାର୍ଥକ୍ୟ ଦୃଷ୍ଟିଗୋଚର ହୁଏ। ଲୋକଙ୍କ ଭିନ୍ନ ଭିନ୍ନ ଅନ୍ତର୍ଦୃଷ୍ଟି, ଦୂରଦୃଷ୍ଟି ହେତୁ ବିଭିନ୍ନ ଲୋକ, ସଂଗଠନ ଓ କର୍ତ୍ତୃପକ୍ଷଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ଭିନ୍ନଭିନ୍ନ ରହିଥାଏ। ମାନବବାଦ, ସମାଜବାଦ, ଆଦର୍ଶବାଦ, ରାଷ୍ଟ୍ରବାଦ ଆଉ ଆଧ୍ୟାତ୍ମବାଦ ଚିନ୍ତାରେ ପାର୍ଥକ୍ୟ ହେତୁ ଦୃଷ୍ଟିକୋଣ ପୃଥକ୍‌ ହୋଇଥାଏ। ବ୍ୟକ୍ତି ନିଜର ସ୍ବଭାବ,ପ୍ରକୃତି, ଅନୁଭୂତି ଅନୁସାରେ ଦୃଷ୍ଟିଭଙ୍ଗୀ ତିଆରି କରିଥାଏ।
ବ୍ୟକ୍ତିର ଜୀବନ ହେଉଛି ନିଜ ଦୃଷ୍ଟିର ସମ୍ପ୍ରସାରଣ। ଦୃଷ୍ଟିକୋଣ ଏକତରଫା ଥିଲେ ତାହା ଅପୂର୍ଣ୍ଣତା, ଅଶାନ୍ତି, ଅସନ୍ତୋଷ ଖଣ୍ଡିତ ଚେତନାର ସୂଚନା ଦିଏ। ନକାରାତ୍ମକ ଦୃଷ୍ଟିକୁ ଅଭ୍ୟାସବଳରେ ସକାରାତ୍ମକ କରିପାରିଲେ ଜୀବନ ସାର୍ଥକ ଓ ସଫଳ ହୁଏ : ଯଥା ଦୃଷ୍ଟିଃ ତଥା ସୃଷ୍ଟିଃ ॥

ଡ଼. ଶରତ ଚନ୍ଦ୍ର ପରିଡ଼ା
ଅବସରପ୍ରାପ୍ତ ଉପାଧ୍ୟକ୍ଷ, ପଟିଆ,
ଭୁବନେଶ୍ୱର, ମୋ: ୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?