ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା କରିଛି। ଏଣିକି ଗ୍ରାହକମାନେ ଖାତା ଥିବା ନିଜ ବ୍ୟାଙ୍କରୁ ମାସକୁ ମାଗଣାରେ ୫ ଥର ଟଙ୍କା ଉଠାଣ ପରେ ପରବର୍ତ୍ତୀ ଛେକ ପ୍ରତି ୨୩ ଟଙ୍କା ଦେବାକୁ ପଡ଼ିବ। ଏବେ ଏହା ୨୧ ଟଙ୍କା ରହିଛି। ସେହିପରି ଯଦି ଜଣେ ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଅର୍ଥ ଉଠାଣ କରୁଛନ୍ତି, ତେବେ ମେଟ୍ରୋ ଅଞ୍ଚଳରେ ୩ ଥର ଓ ଅଣ-ମେଟ୍ରୋ ଅଞ୍ଚଳରେ ୫ ଥର ବିନା ମୂଲ୍ୟରେ ଟଙ୍କା ଉଠାଇବା ପରେ ଆର୍‌ବିଆଇ ସ୍ଥିରୀକୃତ ଫି’ ଦେବାକୁ ପଡ଼ିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆର୍‌ବିଆଇ ପକ୍ଷରୁ କୁହାଯାଉଛି ଯେ ଏଟିଏମ୍‌ ପରିଚାଳନା ଲାଗି ଫି’ ବଢ଼ାଯାଇଛି। ଏମିତି ଦେଖିଲେ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଗ୍ରାହକଙ୍କ ଆକାଉଣ୍ଟରୁ ଅର୍ଥ କାଟି ନିଆଯାଉଛି। ଗୋଟିଏ ପଟେ ଡିଜିଟାଲ କାରବାରକୁ ଗୁରୁତ୍ୱ ଦିଆଯାଉଥିବା ବିଷୟ ଉଠାଯାଇ ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ବେଳେ ଅନ୍ୟପଟେ କେତେକ କୋଟିପତି ଶିଳ୍ପପତିଙ୍କ ଋଣ ଛାଡ଼ କରିଦିଆଯିବା ବିଡ଼ମ୍ବନାର ବିଷୟ। ଏପରିକି ସିନେମା ତାରକା ପ୍ରୀତି ଜିଣ୍ଟାଙ୍କ ଦ୍ୱାରା ନିଆଯାଇଥିବା ଲୋନ୍‌କୁ ମଧ୍ୟ ସରକାର ଛାଡ଼ କରିଦେଉଛନ୍ତି। କିନ୍ତୁ ଗରିବର ବ୍ୟାଙ୍କରେ ବାଲାନ୍ସ କମିଗଲେ ସେଥିପାଇଁ ତାକୁ ଜରିମାନା ଦେବାକୁ ପଡ଼ୁଛି।
ଏଟିଏମ୍‌ଗୁଡ଼ିକ ଉପରେ ଯେତେବେଳେ ବଡ଼ ଆକାରର ବୋଝ ଲଦି ଦିଆଯିବ, ସେତେବେଳେ ସାଧାରଣ ନାଗରିକ ତା’ର ବ୍ୟବହାର ହ୍ରାସ କରିଦେବ। ଖୁବ୍‌ ଶୀଘ୍ର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷଣା କରେଇ ଦିଆଯିବ ଯେ ବ୍ୟବହାର ନ ହୋଇ ପଡ଼ିରହୁଥିବା ହେତୁ ଏଟିଏମ୍‌ ପିଛା ଖର୍ଚ୍ଚ ବଞ୍ଚାଇବା ପାଇଁ ସେଗୁଡ଼ିକୁ ବନ୍ଦ କରିଦିଆଯିବ। ଅର୍ଥାତ୍‌ ବ୍ୟାଙ୍କ ତରଫରୁ ସବୁ ପ୍ରକାରର ଜନହିତକର ସୁବିଧା ବନ୍ଦ ହୋଇଯିବ। ଏହା ପରେ ଭାରତରେ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ବାଧ୍ୟହୋଇ ପେଟିଏମ୍‌, ଫୋନ୍‌ପେ ଭଳି ଘରୋଇ ସଂସ୍ଥାଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯିବେ। ଏବେ ଚାର୍ଜ କରୁ ନ ଥିବା ଏହି କମ୍ପାନୀଗୁଡ଼ିକ ସେତେବେଳେ ତମ୍ପସାପ ରୂପ ଦେଖାଇବେ, ଯାହାକୁ ସାଧାରଣ ନାଗରିକ ମୁଣ୍ଡପାତି ସହିବାକୁ ବାଧ୍ୟ ହେବେ। ଏହିପରି ସ୍ଥିତି ଭାରତର ବିମାନଯାତ୍ରା ଓ ଟେଲିକମ୍‌ କ୍ଷେତ୍ରରେ ଦେଖାଯିବାକୁ ଆରମ୍ଭ କଲାଣି।

ସରକାର ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କଠାରୁ ଟଙ୍କା ଆଦାୟର ଏକ ମାଧ୍ୟମ କରିଦେଲେଣି। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ଦୁଇଟି ବୃହତ୍‌ ନୋଟ୍‌କୁ ବିମୁଦ୍ରୀକରଣ କରିବା ବେଳେ ଲୋକେ କିଭଳି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ସମସ୍ତଙ୍କର ମନେଥିବ। ନିଜ ଟଙ୍କା ବଦଳାଇବା ଲାଗି ଲୋକମାନେ ଦିନ ଦିନ ଧାଡ଼ିରେ ଠିଆ ହୋଇ ରହିଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ସେହି ବିମୁଦ୍ରୀକରଣ ପଛରେ ଦେଶବାସୀଙ୍କ ମଙ୍ଗଳ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଫାଇଦା ଥିଲା ମୂଳ ଲକ୍ଷ୍ୟ। ସରକାର ପ୍ରଯୁକ୍ତି କୌଶଳ ବ୍ୟବହାର କରି ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା କହୁଛନ୍ତି। ସବୁ ଆର୍ଥିକ କାରବାରରେ ପାନ୍‌ କାର୍ଡ ସହ ଆଧାରକୁ ସଂଲଗ୍ନ କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ନେବାରେ ଲାଗିଛନ୍ତି। ସେହି ତଥ୍ୟ ମଧ୍ୟ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ବିକ୍ରି ହୋଇଯାଉଥିବା ଅସଂଖ୍ୟ ଖବର ପଦାକୁ ଆସୁଛି ଏବଂ ଆଧାର ସଂଯୋଗ ହୋଇଥିବା ଆକାଉଣ୍ଟଗୁଡ଼ିକରୁ ଅର୍ଥ ଚାଲିଯାଉଥିବା ଖବର ପ୍ରାୟ ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି। ସରକାର ଏକ ବଳିଷ୍ଠ ଡିଜିଟାଲ ବେସ୍‌ ସୃଷ୍ଟି କରିପାରି ନ ଥିବାରୁ ଅନ୍‌ଲାଇନ୍‌ ଠକେଇ ସଂଖ୍ୟା ବଢ଼ିଚାଲିଛି। ଉଦାହରଣ ସ୍ବରୂପ, ଆପଣଙ୍କ ପାଖରେ କିଛି ନଗଦ ଅର୍ଥ ଥିଲେ ତାହାକୁ କାରସାଦି କରି ଠକମାନେ ନେବା କଷ୍ଟକର। କିନ୍ତୁ ଅନ୍‌ଲାଇନ କାରବାରର ସବୁ ଦିଗ ପ୍ରତି ଜଣେ ଅଭ୍ୟସ୍ତ ନ ଥିଲେ ଠକାମିର ଶିକାର ହେବା ଥୟ। ଭାରତ ଭଳି ବିଶାଳ ଜନସଂଖ୍ୟାବହୁଳ ରାଷ୍ଟ୍ରରେ ଆର୍ଥିକ କାରବାରକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବା ପାଇଁ ଯୋଜନା ଚାଲିଛି। ଅଥଚ ଏହାର ଲୋକମାନଙ୍କୁ ଆଶା ଅନୁଯାୟୀ ଡିଜିଟାଲ ସାକ୍ଷର କରାଯାଇପାରୁ ନାହିଁ। ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥାଆନ୍ତି ତାଙ୍କ ଅର୍ଥ କିଭଳି ସୁରକ୍ଷିତ ରହିବ ଓ ସେ ଭଲ ଭାବେ କାରବାର କରିପାରିବେ। କିନ୍ତୁ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନ ଥିଲେ, ବେଶି ଥର ଅର୍ଥ ଉଠାଣ କଲେ, ଋଣ ଆଣି ଠିକ୍‌ ସମୟରେ ଅର୍ଥ ପଇଠ କରୁଥିଲେ ମଧ୍ୟ ପ୍ରିକ୍ଲୋଜର ଚାର୍ଜ ଭଳି ଅବାଞ୍ଛିତ ଅର୍ଥ ଦେଇ ଗ୍ରାହକ ନୟାନ୍ତ ହେଉଛନ୍ତି। ନୋ ୟୋର କଷ୍ଟମର (କଓ୍ବୋଇସି) ଏବେ ନୂଆ ଭେଳିକିରେ ପରିଣତ ହୋଇଛି। ସେଥିରେ କିଛି ତଥ୍ୟ ଅମେଳ ହେଲେ ବା ଆପଣଙ୍କ ଦସ୍ତଖତ ଯଦି ବଦଳିଯାଉଛି, ସେଥିପାଇଁ ଫି’ ଦେବାକୁ ପଡ଼ୁଛି। ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ପାଇଁ ଫି’ କଷିଦିଆଯାଉଥିବା ବେଳେ ଏସ୍‌ଏମ୍‌ଏସ୍‌ ବାବଦକୁ ଆକାଉଣ୍ଟରୁ ଅର୍ଥ କାଟି ନିଆଯାଉଛି। ଅନେକେ ଭାବିପାରନ୍ତି ଯେ ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ ଭଳି ତଥ୍ୟ ପାଇବା ପାଇଁ ମୋବାଇଲ ଯଥେଷ୍ଟ। କିନ୍ତୁ ସେଥିରେ ମଧ୍ୟ ଖଇଚା କରୁଛନ୍ତି। ଉଦାହରଣସ୍ବରୂପ, ଷ୍ଟେଟ୍‌ବ୍ୟାଙ୍କ୍‌ର ‘ୟୋନୋ ଆପ୍‌’ ବ୍ୟବହାର କରିବାକୁ ହେଲେ ଉନ୍ନତମାନର ସ୍ମାର୍ଟ ଫୋନ୍‌ ଏବଂ ୫ଜିର ଆବଶ୍ୟକତା ସୃଷ୍ଟି କରାଇ ଦିଆଗଲାଣି। ଏଥିରୁ ଧାରଣା କରିହେବ ଯେ ଏହା ଏକ ଚକ୍ରବୂ୍ୟହ, ଯେଉଁଥିରେ କରଦାତାମାନଙ୍କୁ ପକାଇ ଦିଆଯାଉଛି। କହିବାକୁ ଗଲେ ଗ୍ରାହକଙ୍କୁ ମାହାଳିଆ ବୋଲି ଧରି ନିଆଯାଉଛି। ଏସବୁ ଫନ୍ଦିଫିକର ପଛରେ ଅର୍ଥ ମନ୍ତ୍ରଣାଳୟର ସିଧାସଳଖ ହାତ ରହିଥିବା ସ୍ପଷ୍ଟ ବୁଝାପଡ଼ୁଛି।

ଦେଶରେ ଏବେ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଆଁ ଘଟିଥିବା ବେଳେ ନିଯୁକ୍ତି ସଙ୍କୋଚନ ଦେଖାଦେଇଛି। ଗୋଟିଏ ଦିନ ପରେ ଆମେରିକା ଟାରିଫ୍‌ ପ୍ରତିଶତ ବୃଦ୍ଧି କରିବ। ସେହି ଦିଗରେ ଭାରତର ପରବର୍ତ୍ତୀ ଆର୍ଥିକ ନୀତି କେଉଁଆଡ଼କୁ ଯିବ ସେଥିପ୍ରତି ସରକାର ଚିନ୍ତା କରିବା ଅପେକ୍ଷା ସାଧାରଣ ଲୋକଙ୍କଠାରୁ କିଭଳି ଓ କେଉଁଭଳି ଭାବେ ଅର୍ଥ ଉଠାଯାଇପାରିବ ସେ କଥା ଭାବୁଛନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ବ୍ୟାଙ୍କ ବ୍ୟବସ୍ଥା ଜରିଆରେ ଲୋକଙ୍କୁ ସୁବିଧା ଦେବା ଲାଗି ସରକାର ପ୍ରୟାସ କରିବା କଥା। କିନ୍ତୁ ଧନିକ ବର୍ଗଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଇ ସାଧାରଣ ଶ୍ରେଣୀ ଉପରେ ଚାପ ପକାଇଲେ ଦେଶର ଆର୍ଥିକ ସ୍ଥିତି ନିଶ୍ଚିତ ଅଧିକ ଦୁର୍ବଳ ହେବ। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବ୍ୟବସାୟିକ ସହଯୋଗୀ ଏଲନ୍‌ ମସ୍କଙ୍କୁ ନେଇ ସେ ଦେଶରେ କିଭଳି ସାଧାରଣରେ କ୍ରୋଧ ପ୍ରକାଶ ପାଇଛି, ତାହା ଏବେ ଆଲୋଚ୍ୟର ବିଷୟବସ୍ତୁ ପାଲଟିଛି। ନିର୍ବାଚନରେ ନ ଜିତି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି(ଡିଓଜିଇ)ର ମୁଖ୍ୟ ଭାବେ ମସ୍କଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ସେ ଯାଚ୍ଛାତା ନିଷ୍ପତ୍ତି ନେଉଥିବାରୁ ସେଠାରେ ଅସ୍ବାଭାବିକ ସ୍ଥିତି ଉପୁଜିଛି। ସରକାରୀ ବ୍ୟବସ୍ଥା ସହ ବ୍ୟବସାୟିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହି ଯେତେବେଳେ ଅର୍ଥନୈତିକ ବ୍ୟବସ୍ଥା ଗତି କରେ ସେତେବେଳେ ତାହାକୁ ‘କ୍ରୋନି କ୍ୟାପିଟାଲିଜମ୍‌’ କୁହାଯାଏ। ଏହି ବ୍ୟବସ୍ଥାରେ ନିଆଯାଉଥିବା ନିଷ୍ପତ୍ତିଗୁଡ଼ିକ ଗୋଟେ ଦେଶ ପାଇଁ ଶୁଭଙ୍କର ହୋଇ ନ ଥାଏ। ଏହି ପ୍ରଚ୍ଛଦପଟରେ ଭାରତ ସରକାର ଜନସାଧାରଣଙ୍କ ସ୍ବାର୍ଥକୁ ଅଗ୍ରପ୍ରାଧାନ୍ୟ ଦେବା ପରିବର୍ତ୍ତେ ଭିନ୍ନ ଲକ୍ଷ୍ୟ ରଖି କାର୍ଯ୍ୟ କଲେ ତାହା ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ଜନସାଧାରଣଙ୍କୁ ଆର୍ଥିକ ଭାବେ ଶୋଷଣ କଲେ ତାହା ଶାସନ ବ୍ୟବସ୍ଥା ଉପରେ ପ୍ରତିଫଳିତ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?