ଜନଜାତିଙ୍କ କାମରେ ଆସୁନି ହାଟ: କାମ କରି ଠିକାଦାର ମାଲାମାଲ

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ):ଏକ ଦଶନ୍ଧିରୁ ଅଧିକା ଦିନ ବିତିଲା, ହେଲେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟଟି ଆଜି ପର୍ଯ୍ୟନ୍ତ କାହା କାର୍ଯ୍ୟରେ ଲାଗିପାରି ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ। ଉକ୍ତ ବ୍ଲକର ଦାରିଙ୍ଗବାଡି ପରେ ସିମନବାଡି ବଜାର ଉପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବାବେଳେ ଜନଜାତି ଅଧ୍ୟ୍ୟୁଷିତ ଅଞ୍ଚଳ ଭାବେ ରହିଥିବା ଏହି ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ବ୍ୟବସାୟୀ ମଧ୍ୟ ରହି ବ୍ୟବସାୟ କରୁଛନ୍ତି। ସେମାନେ ରାସ୍ତା କଡ଼ରେ ଉଠାଦୋକାନ କରି ପନିପରିବା ବ୍ୟବସାୟଠାରୁ ଆରମ୍ଭ କରି ଅଦା, ହଳଦୀ, କାନ୍ଦୁଲ ଆଦି ବ୍ୟବସାୟ କରୁଛନ୍ତି। କିନ୍ତୁ ତାଙ୍କୁ ଏହି ହାଟ ଘର ଯୋଗାଇ ଦିଆଯାଉନାହିଁ। ସେହିପରି ବଜାରକୁ ଆସୁଥିବା ଲୋକମାନେ ଯଦି ଏହି ହାଟ ଖୋଲାଯାଇଥାନ୍ତା ତେବେ ଅଞ୍ଚଳରେ ଅମଳ ହେଉଥିବା ପାରମ୍ପରିକ ପନିପରିବା ଓ ଅନ୍ୟ ସାମଗ୍ରୀ କିଣିପାରିଥାନ୍ତେ। ଏହି ଜନଜାତି ହାଟ ଖୋଲିଥିଲେ ଉଠା ଦୋକାନୀମାନଙ୍କୁ ଏହି ହାଟ ଭିତରେ ଦୋକାନ ଖୋଲିବାକୁ ସୁଯୋଗ ମିଳିପାରିଥାନ୍ତା ଓ ଜାତୀୟ ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ହୋଇପାରିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଉକ୍ତ ହାଟ ପ୍ରଥମେ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ )ପକ୍ଷରୁ ନିର୍ମାଣ କରାଯାଇଥିଲା ପରବର୍ତ୍ତୀ ଦମୟରେ ଆଇଟିଡିଏ ପଞ୍ଚାୟତକୁ ହସ୍ତାନ୍ତର କରିବା ପରେ ପଞ୍ଚାୟତ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାର ରୂପାନ୍ତର କାର୍ଯ୍ୟ ସହ ହାଟ ଭିତରେ ଜଣେ ଦୋକାନ ଖୋଲିବା ପାଇଁ ଆବଶ୍ୟକ ବ୍ୟବସ୍ଥା କଲା ଏଥିରେ ସରକାରଙ୍କ ଅର୍ଥ ଖର୍ଚ୍ଚ ହେଲା। ଠିକାଦାର ମାଲାମାଲ ହେଲେ କିନ୍ତୁ ଜନଜାତିଙ୍କ କୌଣସି କାର୍ଯ୍ୟରେ ଆସିଲା ନାହିଁ। ଏହାକୁ ନେଇ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବାରମ୍ବାର ଅଞ୍ଚଳବାସୀ ଏହି ହାଟକୁ କାର୍ଯ୍ୟରେ ଲଗାଇବାକୁ ଦାବି କରିଆସୁଥିଲେ ସୁଦ୍ଧା ତାହା କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହେଉଛି।

ଏନେଇ ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି,ଲୋକଙ୍କ ଦାବିକୁ ସେ ସ୍ବୀକାର କରିବା ସହ ହାଟ ଖୋଲାଗଲେ ଲୋକମାନେ ଶସ୍ତାସ୍‌ରେ ସାମଗ୍ରୀ କିଣିପାରିବେ। ତେଣୁ ପଞ୍ଚାୟତ ଫଣ୍ଡ ରୁ ଖର୍ଚ୍ଚ କରାଯାଇ ୧୧ଟି ଦୋକାନ ଗୃହ ଖୋଲାଯିବ ବୋଲି ସେ କହିଛନ୍ତି। ଉକ୍ତ ହାଟରେ ଆହୁରି ରୂପାନ୍ତର କରାଯିବାକୁ ବାକି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?