ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଅଦ୍ୟାବଧି ମହାନଦୀର ବନ୍ୟାଜଳରେ ବ୍ଲକ ଅନ୍ତର୍ଗତ ୬ ପଞ୍ଚାୟତର ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି ବୁଡି ରହିଛି ବୋଲି ଚାଷୀମାନେ କହିଛନ୍ତି। ପୂର୍ବରୁ ବନ୍ୟାରେ ବୁଡି ତଳି ନଷ୍ଟ ହୋଇଥିଲା। ଚାଷୀମାନେ ବାହାର ଅଞ୍ଚଳରୁ ତଳିକିଣି ରୁଆପୋତା କରିଛନ୍ତି। ଅଦ୍ୟାବଧି ଅଞ୍ଚଳର ଚାଷୀଙ୍କ ବଡ଼ ଦୁଃଖ ଖୋଲା ମେଲା କ୍ରିକରେ ବନ୍ୟା ଜଳ ଯନ୍ତ୍ରଣା ଦାଉ ସାଧୁଛି ବୋଲି ପଲ୍ଲୀ, କେନ୍ତିଆ, କୋଚିଳା, ବଜରପୁର, ବରକନ୍ଧା, ତେନ୍ତୁଳିକନ୍ଧା, ଆଡୋଇ, ପାରେଶ୍ୱରପୁର, ପେଟଛେଲା, ବନ୍ଧପଡା, ଛେଡାକଣୀ, ମଳାଢ଼ି ମୌଜାର ଚାଷୀ କହିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀନେତା ଅଙ୍କୁର ପଲେଇ, ବୁଦ୍ଧିଜୀବୀ ନରୋତ୍ତମ ପାର୍ଥସାରଥି , ନାରାୟଣ ସ୍ବାଇଁ, ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ହରି ଗୋଛାୟତ, ଅମର ରାଉତଙ୍କ ସମେତ ଆଖଡ଼ାଶାଳୀ କ୍ରିକ କ୍ରିୟାନୁଷ୍ଠାନ କମିଟି ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।
ମହାନଦୀର ଜଳ ନିୟନ୍ତ୍ରଣ ପାଇଁ ଗୁପ୍ତଗିରି ନାଳ ଆଖଡ଼ାଶାଳୀଠାରେ ୧୯୯୫ରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ଏକ କ୍ରିକ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା। ହେଲେ ବୈଷୟିକ ଜ୍ଞାନକୌଶଳ ଅଭାବ ଓ ବ୍ଲାକକଟନ ମୃତ୍ତିକା ଯୋଗୁ ୨୦୦୨ରେ ଏହା ଭୁଶୁଡି ଥିଲା। ସେବେଠାରୁ ଖରାଦିନେ ମହାନଦୀ ଲୁଣି ଜଳ ଗୁପ୍ତଗିରି ନାଳରେ ପ୍ରବେଶ କରି ହଜାର ହଜାର ଏକର ଜମିର ଚାଷ ନଷ୍ଟ ହେଉଛି। ସମସ୍ୟାକୁ ଆଖି ଆଗରେ ରଖି ୨୦୧୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭କୋଟି ଟଙ୍କା ବ୍ୟୟ ଅଟକଳରେ ୨ଶହ ମିଟର ଦୂରରେ ଅନ୍ୟ ଏକ ସ୍ଥାନରେ ନୂଆକ୍ରିକ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି କ୍ରିକ୍‌ ୨୦୧୮-୧୯ ଠାରୁ ନିର୍ମାଣ ଶେଷ ହୋଇଥିଲା। ତେବେ କ୍ରିକ ସମ୍ମୁଖ ଭାଗରେ ଘରୋଇ ଜମିଥିବାରୁ ଏହି ଜମି ମାଲିକମାନେ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ପରେ ଅଦାଲତ ନିଷେଧାଦେଶ ଯୋଗୁ ଜମି ଅଧିଗ୍ରହଣରେ ବାଧକ ସାଜିଥିଲା। ଏହା ପରଠାରୁ ଉକ୍ତ ନିର୍ମାଣାଧୀନ କ୍ରିକ କଳଙ୍କି ଲାଗି ନଷ୍ଟ ହେବାରେ ଲାଗିଛି। ଏ ନେଇ ନଦୀ ତଟବନ୍ଧ (ଜଳ ସମ୍ପଦ ବିଭାଗ) ଆଳି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ ସାହୁଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଚଳିତବର୍ଷ ଶେଷ ସୁଦ୍ଧା ଜମି ଅଧିଗ୍ରହଣ ସରିବ। ପରେ କ୍ରିକ ସମ୍ମୁଖ ଖନନ କରାଯାଇ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି । ଆଖଡ଼ାଶାଳୀ ନୂଆ କ୍ରିକ କାର୍ଯ୍ୟକ୍ଷମ ହେବା ନେଇ ଜିଲାପାଳ ରଘୁରାମ ଆୟାରଙ୍କୁ ପଚାରିବାରେ ଏହି ସମସ୍ୟା ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଛି। ଖୁବ୍‌ଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?