Posted inଜାତୀୟ

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦ ଦିନ ତଳେ ମୋହନଙ୍କ କକାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶ୍ରାଦ୍ଧ ଓ ଭୋଜି ପାଇଁ ସମାଜର ଲୋକଙ୍କ ସହ ମୋହନ ଏକ ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ମୋହନ ଠିଆ ହେଉ ହେଉ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ ଗତ ବର୍ଷ କରୋନା କାଳରେ ୧୩ ବର୍ଷୀୟ ଜ୍ୟୋତି ନିଜ ପିତାଙ୍କୁ ସାଇକେଲରେ ବସାଇ ଗୁଡଗାଓଁରୁ ଦରଭଙ୍ଗା ଜିଲା ସିଂହଓ୍ବାଡ଼ା ବ୍ଲକର ସିରହୁଲି ଗାଁକୁ ଆଣିଥିଲେ। ଜ୍ୟୋତିଙ୍କ ଏହି ଯାତ୍ରା ୮ଦିନର ଥିଲା। ଏହି କାର୍ଯ୍ୟ ପାଇଁ ସେହି ସମୟରେ ଜ୍ୟୋତି ପ୍ରଶଂସିତ ହେବା ସହ ବେଶ୍‌ ଚର୍ଚ୍ଚା ମଧ୍ୟ ସାଉଁଟିଥିଲେ। ଏଥିପାଇଁ ତାଙ୍କୁ ସାଇକେଲ ଗର୍ଲ ବୋଲି ମଧ୍ୟ ଆଖ୍ୟା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩୧ରେ ‘ମନ କି ବାତ’ କାର୍ଯ୍ୟକ୍ରମରେ କଥା ହେବେ ମୋଦି: ଟୁଇଟ କରି ମାଗିଲେ ଜନତାଙ୍କ ମତ

ନୂଆଦିଲ୍ଲୀ,୧୮।୫: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୧ ତାରିଖରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ...

ପରଲୋକରେ ଗୀତିକାର ରାଜନାରାୟଣ ବିସାରିଆ

ନୂଆଦିଲ୍ଲୀ,୧୮।୨: ବରିଷ୍ଠ ହିନ୍ଦୀ କବି, ଗୀତିକାର, ନାଟ୍ୟକାର ତଥା ପ୍ରସାରଣକାରୀ ରାଜନାରାୟଣ ବିସାରିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।...

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ...

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ...

ମୋଦିଙ୍କ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଅନୁଗାମୀ

ନୂଆଦିଲ୍ଲୀ, ୧୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏମିତିକି ସୋସିଆଲ ମିଡିଆରେ ମଧ୍ୟ ମୋଦି ଅନୁଗାମୀଙ୍କ ସଂଖ୍ୟା ଢ଼େର୍‌ ଅଧିକ। ଟୁଇଟରରେ ମୋଦିଙ୍କ...

କେଜ୍ରିଓ୍ବାଲଙ୍କୁ ବଡ଼ ଠକ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ମୋହାଲି, ୧୮।୧୨- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ସିଏମ୍‌ ଅମରିନ୍ଦର ସିଂଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଦିଲ୍ଲୀ ବିଧାନସଭାରେ...

ୟୁପି ମେଡିକାଲରେ ଲଜ୍ଜା

ଗାଜିଆବାଦ, ୭ା୫ : ଉତ୍ତର ପ୍ରଦେଶ(ୟୁପି)ର ଗାଜିଆବାଦ ମେଡିକାଲରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମେଡିକାଲରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ ହସ୍ତମୈଥୁନ...

ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି ପାଇଁ ମନା କଲେ କୋର୍ଟ

ଚେନ୍ନାଇ,୧୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି କରିବାକୁ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି। ପୂର୍ବରୁ...

Advertisement
Archives

Model This Week