ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପୁରସ୍କାର ସେଠୀଙ୍କୁ ପ୍ରଦାନ କରିଥିଲେ। ୨୦୧୭ ମସିହାରେ ବୁଗୁଡ଼ା ଥାନାରୁ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ଆଜକୁ ଦୁଇବର୍ଷ ହେବ ଭଞ୍ଜନଗର ଥାନାରେ କାର୍ଯ୍ୟରତ ଅଛନ୍ତି। ଏହି ସମୟରେ ସେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଡିପିଓ ଡ ଦୀପକ ମିଶ୍ର, ଏ ଏସ ପି ରଞ୍ଜନ କୁମାର ଦେ ଏବଂ ଗଞ୍ଜାମ ଏସପି ଙ୍କ ସହଯୋଗ ଏବଂ ପ୍ରେରଣା ପାଇ ଭଞ୍ଜନଗର ଥାନା ଅଞ୍ଚଳର ଅନେକ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ କାବୁ କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ତେଣୁ ତାଙ୍କର ଏହି ସଫଳତା ପାଇଁ ଗତକାଲି ଉକ୍ତ ପୁରସ୍କାର ମିଳିଛି। ଶ୍ରୀ ସେଠୀଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
Dharitri – Odisha’s No.1 Odia Daily

