ରାଜନଗରର ପ୍ରାଚୀନ ଦଧିବାମନ ଜିଉ ଓ ମଲ୍ଲୀପଶିରେ ଭକ୍ତିମୟ ପରିବେଶ: ଭକ୍ତ ଟାଣିଲେ ରଥ

ପାଟଣା,୨୧।୬( ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜିଉ, ମଲ୍ଲୀପଶି, ଟାଙ୍ଗରପଡା ଓ ସରାସକୋଲାସ୍ଥିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମଙ୍ଗଳବାର ନୀତିକାନ୍ତିରେ ସମ୍ପନ୍ନ ହୋଇଛି। ଦଧିବାମନ ଜିଉଙ୍କ ରଥରେ ପରୀକ୍ଷା ଦୁର୍ଯ୍ୟୋଧନ ମିଶ୍ର ଛେରା ପହଁରା କରିଥିଲେ। ଦେତ୍ତୋର ବିଭାଗ ପକ୍ଷରୁ ଅତିରିକ୍ତ ତହସିଲଦାର ଶରଣ କୁମାର ଜେନାଙ୍କ ସହ ପଣ୍ଡିତ ପ୍ରଦୀପ କୁମାର ମିଶ୍ର ରଥଯାତ୍ରା ପରିଚାଳନା କରିଥିଲେ। ୨୨ ଜଣ ବିଭିନ୍ନ ନିଯୋଗର ସେବାୟତଙ୍କ ସହଯୋଗରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ସେକ୍ସନ ଫୋର୍ସ ସହ, ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁ, ଚମ୍ପୁଆ ଏସ ଡିପିଓ ରାମରାଇ ମୁର୍ମୁ , ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାଏକ, ଥାନା କାର୍ମଚାରୀ ମୁତୟନ ହୋଇଛନ୍ତି। ରଥଯାତ୍ରା ର ଧାରା ବିବରଣୀକୁ ଶିକ୍ଷାବିତ୍‌ ଅକ୍ଷୟ ନାରାୟଣ ମିଶ୍ର ଓ କୈବଲ୍ୟ ସାହୁ ପ୍ରଦାନ କରିଥିଲେ। ସେହିପରି ମଲ୍ଲୀପଶିିରେ ପାର୍ଥ ସାରଥୀ ବେଜଙ୍କ ତତ୍ୱବାଧାନରେ ରାଜା ରବିନାରାୟଣ ସିଂ ଛେରା ପହଁରା କରିଥିଲେ। ମଲ୍ଲୀପଶିରେ ଶ୍ରୀ ଜୀଉଙ୍କ ଦେବ ନୀତି ସମ୍ପନ୍ନ ହେବା ପରେ ୩ ରଥ ଟଣା ଯାଇଥିଲା। ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଥିଲେ। ରାତିି ହୋଇଯିବାରୁ ତିନି ଠାକୁରଙ୍କ ରଥ ଅଧା ବାଟରେ ଅଟିକିଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଘଟଗାଁ ଏସ ଡିପିଓ , ପାଟଣା ଥାନାଧିକାରୀ ମନୋରଂଜନ ପ୍ରଧାନ ଗୋଟିଏ ସେକ୍ସନ ଫୋର୍ସ ସହ ଆଇନ ଶୃଙ୍ଗଳା ରକ୍ଷା କରିଥିଲେ। ରାଜନଗରରେ ୧୫ହଜାରରୁ ଉଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିବାବେଳେ ମଲ୍ଲୀପଶିରେ ୧୨ ହଜାରରୁ ଉଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିଲା। ସେହିଭଳି ସରାସକୋଲା ଓ ଟାଙ୍ଗରପଡାରେ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri