ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ। ଦେବେଶ ମଧ୍ୟ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା। ଆଇନ ଡିଗ୍ରୀ ଅର୍ଜନ କରିବା ପରେ ଜଣେ ଯୁବ ସଙ୍ଗଠକଭାବେ ସେ କାର୍ଯ୍ୟକରି ରାଜନୀତିରେ ପାଦ ଥାପିଥିଲେ। ସେ ବିଜେଡିର ରାଜ୍ୟ ଯୁବ ସମ୍ପାଦକ ପଦବୀରେ ରହି ତାଙ୍କ କାର୍ଯ୍ୟଦକ୍ଷତା ପ୍ରମାଣିତ କରିଥିଲେ। ଏହା ପରେ ୨୦୧୪ ନିର୍ବାଚନରେ ସକ୍ରିୟ ରାଜନୀତିରେ ସାମିଲ ହୋଇ ବିଜେଡିରୁ ବରଗଡ଼ ବିଧାନସଭା ଆସନ ପ୍ରାର୍ଥୀ ହୋଇ ଲଗାତର ୨ଥର ବିଧାୟକ ନିର୍ବାଚିତ ହୋଇ ବରଗଡ଼ର ନିରନ୍ତର ବିକାଶକୁ ମୂଳଲକ୍ଷ୍ୟ କରି କାମ କରି ଆସୁଛନ୍ତି। ଏଥର ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବେଶଙ୍କ ସହିତ ଆମ ବରଗଡ଼ ଜିଲା ପ୍ରତିନିଧି ପ୍ରେମାନନ୍ଦ ଖମାରୀଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର…

ପ୍ରଶ୍ନ- ଆପଣ ରାଜନୀତିକୁ କେମିତି ଆସିଲେ ?
ସମାଜସେବା ଓ ରାଜନୀତି ପରିପୂରକ। ସମାଜସେବା କରିବା ପାଇଁ ରାଜନୀତି ଏକ ମାଧ୍ୟମ। ଆମ ପରିବାର ସମାଜସେବା ସହିତ ଜଡ଼ିତ। ପିଲାଟି ଦିନରୁ ଅଜା ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ, ବାପା ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ, କାକା ପ୍ରସନ୍ନ ଆଚାର୍ଯ୍ୟଙ୍କ ସେବାକାର୍ଯ୍ୟ ଦେଖି ଆସିଛି। କିନ୍ତୁ ଲୋକଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ତଥା ମୋର ବାପା ସ୍ବର୍ଗତ ଆଚାର୍ଯ୍ୟଙ୍କ ପ୍ରେରଣା ମୋତେ ରାଜନୀତିକୁ ଟାଣି ଆଣିଲା। କ୍ରମାଗତ ତୃତୀୟଥର ପାଇଁ ବରଗଡ଼ ଜନସାଧାରଣଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରିବା ସହିତ ବରଗଡ଼ ବିଧାନସଭା ପ୍ରାର୍ଥୀଭାବେ ମୋତେ ସୁଯୋଗ ଦେବା ମୋ ପାଇଁ ପରମ ସୌଭାଗ୍ୟ ।

ପ୍ରଶ୍ନ-ଆପଣ କେଉଁ ପ୍ରସଙ୍ଗ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ?
ପ୍ରସଙ୍ଗ ତ ଅନେକ ରହିଛି। ଅନେକ ବିକାଶମୂଳକ କାର୍ଯ୍ୟ ବି ଇତିମଧ୍ୟରେ ହୋଇସାରିଛି। କୃଷିକ୍ଷେତ୍ରରେ ବିଜୁ କୃଷକ ଯୋଜନା, କାଳିଆ ଯୋଜନା ମାଧ୍ୟମରେ ଚାଷୀ ଉପକୃତ ହେଉଛନ୍ତି। ବରଗଡ଼ ବରପାଲି ବ୍ଲକର ଅଣଜଳସେଚିତ ପଞ୍ଚାୟତଗୁଡ଼ିକୁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସାମିଲ କରାଯାଇଛି। ସମସ୍ତ ହାଇସ୍କୁଲ, କଲେଜ ୫-ଟି ରୂପାନ୍ତରଣ ହୋଇ ସାରିଛି। ବରଗଡ଼ର ମୁଖ୍ୟ ସମସ୍ୟା ଥିଲା କ୍ୟାନସର ହସ୍‌ପିଟାଲ, ଯାହାକି ଆମ ସରକାରଙ୍କ ଦ୍ୱାରା ଲୋକାର୍ପିତ ହୋଇ ସାରିଛି। ବରଗାଁ ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପରୁ ପ୍ରତିଘରକୁ ବିଶୁଦ୍ଧ ପାଣି ପହଞ୍ଚୁଛି । ଗମନାଗମନ କ୍ଷେତ୍ରରେ ୮ଟି ବିଜୁ ସେତୁ ଲୋକାର୍ପିତ ହୋଇସାରି ଥିବାବେଳେ ଆହୁରି ଅନେକ ସେତୁ ନିର୍ମାଣାଧୀନ ଅବସ୍ଥାରେ ରହିଛି। ସାଇ ମନ୍ଦିରରୁ ରୁହୁଣିଆ ପର୍ଯ୍ୟନ୍ତ ରିଂ ରୋଡ୍‌ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରତି ଗ୍ରାମକୁ ସହର ସହିତ ଯୋଡ଼ା ଯାଇଛି। ବରଗଡ଼ରେ ପ୍ରଥମଥର ପାଇଁ ଇନଡୋର ଷ୍ଟାଡ଼ିୟମ ଲୋକାର୍ପିତ ହୋଇସାରିଥିବାବେଳେ ଆମସଢ଼ାଠାରେ ଏକ ପୂର୍ଣ୍ଣାଙ୍ଗ, ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣର ଶୁଭାରମ୍ଭ ହୋଇଛି। ୫୦୦ ସିଟ୍‌ ବିଶିଷ୍ଟ ଅତ୍ୟାଧୁନିକ ଅଡ଼ିଟୋରିୟମ ନିର୍ମାଣ କାର୍ଯ୍ୟ ବରଗଡ଼ କୃଷକ ବଜାର ପରିସରରେ ଜାରି ରହିଛି। ବରଗଡ଼ ସହରରେ ଫ୍ଲାଇଓଭର ରାସ୍ତା ନିର୍ମାଣର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫଳରେ ବିକାଶ ହିଁ ବିଜେଡିର ମୁଖ୍ୟ ପ୍ରସଙ୍ଗ ରହିଛି ।

ପ୍ରଶ୍ନ- ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଆପଣ ଚାହୁଁଛନ୍ତି ?
ମତଦାତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜନୀତି କରିବାର ସମୟ ସରିଯାଇଛି। ଦୀର୍ଘ ୫ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚୁ ନ ଥିବା ଦଳ, ନେତା ନିର୍ବାଚନ ସମୟରେ ହଠାତ୍‌ ସେମାନଙ୍କ ପାଖକୁ ପହଞ୍ଚି ଅନେକ ଫମ୍ପା ପ୍ରତିଶ୍ରୁତି ଦେବା ସହିତ ସ୍ବପ୍ନ ଦେଖାଉଛନ୍ତି। ଧାନର ଏମ୍‌ଏସ୍‌ପିକୁ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରଠାରେ ଦାବି କରିଆସିଛି । ସେହିପରି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇଁ ସ୍ବାମୀନାଥନ କମିଶନଙ୍କ ସୁପାରିସକୁ ଲାଗୁ କରିବାକୁ ଦାବି ହୋଇଆସିଛି। କିନ୍ତୁ ବିଗତ ୧୦ବର୍ଷ ମଧ୍ୟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ତାହା କରି ପାରି ନ ଥିବାବେଳେ ଏବେ ନିର୍ବାଚନବେଳେ ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ ମିଛ ପ୍ରତିଶ୍ରୁତି ଦେଉଛି । ମିଛ ପ୍ରତିଶ୍ରୁତିକୁ ବିଶ୍ୱାସକୁ ନ ନେଇ ବିକାଶକୁ ଆଗେଇ ନେବା ଲାଗି ତାଙ୍କୁ ସମର୍ଥନ କରିବାକୁ ଆହ୍ବାନ କରୁଛି।

ପ୍ରଶ୍ନ-ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି ?
ଦୀର୍ଘ ୧୦ବର୍ଷ ଧରି ନିରନ୍ତରଭାବେ ଜନସାଧାରଣଙ୍କ ସହିତ ରହିଆସୁଛି। ପ୍ରତିକ୍ଷେତ୍ରରେ ଲୋକଙ୍କ ସୁବିଧା, ଅସୁବିଧା ବୁଝିବା ସହିତ ମୋର ବିଧାନସଭା ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଯଥାସମ୍ଭବ ଉଦ୍ୟମ କରି ଆସିଛି। ବରଗଡ଼ ବ୍ଲକର ୨୭ପଞ୍ଚାୟତ, ବରପାଲି ବ୍ଲକର ୭ପଞ୍ଚାୟତ ଏବଂ ବରଗଡ଼ ପୌର ପରିଷଦର ୧୯ୱାର୍ଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ଲୋକେ ରାଜ୍ୟ ସରକାରଙ୍କ ପ୍ରତିଟି ଜନହିତକାରୀ ଯୋଜନାରେ ସାମିଲ ହୋଇ ତା’ର ସୁଫଳ ପାଇ ପାରୁଛନ୍ତି। ଫଳରେ ଏଥର ମଧ୍ୟ ମୋତେ ଭୋଟର ନିଶ୍ଚିତଭାବେ ସମର୍ଥନ ଏବଂ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଦୃଢ଼ ଆଶା, ବିଶ୍ୱାସ ରହିଛି।

ପ୍ରଶ୍ନ- ଭୋଟରଙ୍କୁ କ’ଣ ନିବେଦନ ରହିବ ?
ପୂର୍ବଭଳି ବରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ସେବା ଜାରି ରଖିବି। ବରଗଡ଼ର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେବି। ବରଗଡ଼ରେ ଏକ ମେଡ଼ିକାଲ କଲେଜ, ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ମୂଳଲକ୍ଷ୍ୟ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଏବଂ ହସ୍‌ପିଟାଲରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା, ପ୍ରତିଟି ଘରକୁ ସ୍ବଚ୍ଛ ଏବଂ ଶୁଦ୍ଧ ପାନୀୟଜଳ ଯୋଗାଣ, ଗାଁ ଓ ସହର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବାକୁ ପ୍ରାଥମିକତା ଦେବି। ତେଣୁ ମିଥ୍ୟା ଓ ଫମ୍ପା ପ୍ରତିଶ୍ରୁତି ପଛରେ ନ ପଡ଼ି ସମସ୍ତ ମତଦାତା ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଯାଇ ବିକାଶକୁ ଗତିଶୀଳ ଲକ୍ଷ୍ୟ ରଖିଥିବା ବିଜେଡି ସପକ୍ଷରେ ମତଦାନ କରିବା ହିଁ ଭୋଟରଙ୍କୁ ମୋର ନିବେଦନ ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?