ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ,୯ା୭(କଳ୍ପତରୁ ନାୟକ): ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ ନିମନ୍ତେ ବ୍ୟବହାର ହୋଇଥାଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖରେ ଥିବା ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଏହି ଜମି ଉପରେ କେତେଜଣ ବ୍ୟକ୍ତି ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି। ଏମାନେ ସରକାରଙ୍କ ବିନା ଅନୁମତିରେ ମୂଲ୍ୟବାନ୍‌ ଜମିକୁ ନିଜ ଆୟତ୍ତରେ ରଖି ଭଡ଼ାଦେବା ସହ ବିକ୍ରିକରି ଦେଉଛନ୍ତି। ତେଣୁ ଅନେକ ସମୟରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ କରିବାରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ଖାଲି ସରକାରୀ ନିଷିଦ୍ଧାଞ୍ଚଳ ଫଳକ ଲଗାଇ ସରକାରୀ ବାବୁମାନେ ଚୁପ୍‌ ହୋଇ ବସିଛନ୍ତି। ଫଳରେ ସରକାରୀ ଜମି କମି କମି ଚାଲିଥିବା ବେଳେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହାନି ହୋଇଛି। ତେଣୁ ଜିଲା ପ୍ରଶାସନ ଏହି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ଜମିକୁ ମୁକ୍ତ କରିବାକୁ ପଟ୍ଟାମୁଣ୍ଡାଇବାସୀ, ବୃଦ୍ଧିଜୀବୀ, ସାମାଜିକ କର୍ମୀମାନେ ଦାବି କରିଛନ୍ତି।

ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ ଓ ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମୂଲ୍ୟବାନ୍‌ ଶୁଷ୍କ ଗୋବରୀ ନଦୀପଠା ଜମିକୁ କେତେଜଣ ଲୋକ ଚଞ୍ଚକତା କରି ହାତେଇ ନେଇଛନ୍ତି। ଏହାର ଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବିକରି ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣୁନାହିଁ। ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କରିବାକୁ ଭଲ ଜାଗା ମିଳୁନାହିଁ। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା ବଜାର ଦୁଇପାଶର୍‌ବ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ପଟ୍ଟାମୁଣ୍ଡାଇ ବଜାରରେ ଥିବା ନୟନଯୋରି, ଅନାବାଦୀରେ ମଧ୍ୟ ଘରବାରି ହୋଇ ଚାଲିଛି। ଏ ନେଇ ପ୍ରତିବାଦ କଲେ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ଖାଲି ସରକାରୀ ନିଷିଦ୍ଧାଞ୍ଚଳ ଫଳକ ଲଗାଇ ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ’ ଲେଖି ବାବୁମାନେ ଚୁପ୍‌ ହୋଇ ବସିଛନ୍ତି। ସେହି ନିଷିଦ୍ଧାଞ୍ଚଳ ଫଳକକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓପାଡ଼ି ଜମିକୁ ଜବରଦଖଲ କରି ବିକ୍ରି କରୁଛନ୍ତି। ଗୋବରୀ ନଦୀକୁ ମଧ୍ୟ କେତେଜଣ ପ୍ରଭାବଶାଳୀ ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗଦଖଲ କରିବା ସହ ବିକ୍ରି କରୁଛନ୍ତି। ପୋତା ନଦୀ କିସମ ଜଳାଶୟ ଥିବା ବେଳେ ଏହା କିପରି ପୋତାଯାଇ ୪ରୁ ୫ ମହଲା କୋଠାଘର ନିର୍ମାଣ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର ଓ ଏହା ଆଖପାଖରେ ଥିବା ଜମି ରେଟ୍‌ ଆକାଶ ଛୁଅଁା ହୋଇଥିବା ବେଳେ ଲୋକେ ବର୍ଷ ବର୍ଷ ଧରି ରୋଜଗାର କରି ବି ଖଣ୍ଡିଏ ଜାଗା କିଣିବା ସ୍ବପ୍ନ ହୋଇପଡୁଛି। ଯଦି କଷ୍ଟେମଷ୍ଟେ ଜାଗା ଖଣ୍ଡିଏ କିଣୁଛନ୍ତି, ସେଥିପାଇଁ ବ୍ୟାଙ୍କରୁ ଋଣ କରିବାକୁ ପଡୁଛି। ଆଶ୍ଚର୍ଯ୍ୟର କଥା ପଟ୍ଟାମୁଣ୍ଡାଇ ସହର ଆଖପାଖ ଅଞ୍ଚଳରେ ଥିବା ନଦୀ, ପ୍ରାକୃତିକ ନାଳ, କେନାଲ, ନୟନଯୋରି ଓ ଜଳାଶୟଗୁଡ଼ିକ ଜବରଦଖଲ ହେବାରେ ଲାଗିଛି। ପ୍ରାୟ ଏକର ଏକର ସରକାରୀ ଜମିକୁ କେତେଜଣ ବ୍ୟକ୍ତି କବ୍‌ଜାକୁ ନେଇ କୋଠାଘର ନିର୍ମାଣ କରିଚାଲିଛନ୍ତି। ଏଥିପାଇଁ ଭବିଷ୍ୟତରେ ସହର ଜଳମଗ୍ନ ହେବା ସହ ଆଖପାଖ ଅଞ୍ଚଳର ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅଳଭାଠାରୁ ମଦନପୁର ଓ ଅଳଭା-ଗଣ୍ଡାଖିଆ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକର ଚତୁଃପାଶର୍‌ବରେ ଦୋକାନଘର ଗଢ଼ିଉଠୁଛି। ଅପରପାଶର୍‌ବରୁ ଆସୁଥିବା ଗାଡ଼ି ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ଅଧିକାରୀମାନେ ଅବଗତ ଥାଇ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ଏହା ଉପରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri