ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଉକ୍ତ କଲେଜର ୧୮ଜଣ ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ତାଲିକାଭୁକ୍ତ ଅଛନ୍ତି। ମନୋବିଜ୍ଞାନ ସମ୍ମାନରେ କଲେଜର ଛାତ୍ରୀ ସଂସ୍କୃତି ହୋତା ୯.୪୨ ସିଜିପିଏ ସହିତ ବିଶ୍ୱବିଦ୍ୟାଳୟ ଟପ୍ପର ତଥା ଶୀର୍ଷ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ଉଦ୍ଭିଦ ବିଜ୍ଞାନର ଛାତ୍ରୀ ସ୍ମିତା ଗୌଡ଼ ୯.୩୫ ସିଜିପିଏ ଏବଂ ପଦାର୍ଥ ବିଜ୍ଞାନ ଛାତ୍ର ସ୍ବପ୍ନିଲ ସ୍ବରୂପ ପଣ୍ଡା ୯.୨୫ ସିଜିପିଏ ସହିତ ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନୁରୂପଭାବେ ପ୍ରାଣୀ ବିଜ୍ଞାନରେ ସାଇନା ଅଗ୍ରୱାଲ ଚତୁର୍ଥ, ଉଦ୍ଭିଦ ବିଜ୍ଞାନରେ ଶ୍ରାବଣୀ ପଣ୍ଡା ପଞ୍ଚମ, ରସାୟନ ବିଜ୍ଞାନରେ ଜୟଶ୍ରୀ ସରାଫ ପଞ୍ଚମ, ଶିକ୍ଷା ସମ୍ମାନରେ ବନିତା ପ୍ରଧାନ ପଞ୍ଚମ, ଗଣିତ ସମ୍ମାନରେ ଉମେଶ ନାୟକ ପଞ୍ଚମ, କମ୍ପ୍ୟୁଟର ବିଜ୍ଞାନରେ ପ୍ରୀତି କୁମାରୀ ସିଂ ପଞ୍ଚମ, ତନିଷା ରାୱଲ ଷଷ୍ଠ ର଼୍ୟାଙ୍କ ରଖିଛନ୍ତି। ସେହିପରି ବାଣିଜ୍ୟ ସମ୍ମାନରେ ବର୍ଷା ବଗାର ସପ୍ତମ, ପ୍ରାଣୀ ବିଜ୍ଞାନରେ ପୁନମ ପ୍ରିୟା ବାରିକ ସପ୍ତମ, କମ୍ପ୍ୟୁଟର ବିଜ୍ଞାନରେ ଅର୍ଜୁ ମେହେର ଅଷ୍ଟମ, ବାଣିଜ୍ୟ ସମ୍ମାନରେ ରାଜନନ୍ଦିନୀ ଦାଶ ଅଷ୍ଟମ, ପଦାର୍ଥ ବିଜ୍ଞାନରେ ପ୍ରିୟଙ୍କା ବେହେରା ଅଷ୍ଟମ, ଇଂଲିଶ ସମ୍ମାନରେ ଗାରିମା ରଥ ଅଷ୍ଟମ, ଅନ୍ବେଷା ପାଣିଗ୍ରାହୀ ଦଶମ, କମ୍ପ୍ୟୁଟର ବିଜ୍ଞାନ ସମ୍ମାନରେ ଆୟୁଷ କୁମାର ସାହୁ ଦଶମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି। ବିଜ୍ଞାନ ବିଭାଗରେ ବିଭିନ୍ନ ସମ୍ମାନରୁ ୧୨ଜଣ, କଳାର ବିଭିନ୍ନ ସମ୍ମାନରୁ ୪ଜଣ ଏବଂ ବାଣିଜ୍ୟ ସମ୍ମାନରୁ ୨ଜଣ ଅର୍ଥାତ୍‌ ସମୁଦାୟ ୧୮ଜଣ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ରହି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ବିକାଶ ଡିଗ୍ରୀ କଲେଜର ୧୭୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୫ଜଣ ୯ ସିଜିପିଏ, ୬୬ଜଣ ୮ସିଜିପିଏରୁ ଊର୍ଦ୍ଧ୍ୱ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୯୮ଜଣଙ୍କ ମଧ୍ୟରୁ ୯୫ଜଣ, କଳାରେ ୪୬ଜଣଙ୍କ ମଧ୍ୟରୁ ୩୭ ଏବଂ ବାଣିଜ୍ୟରେ ୩୨ଜଣଙ୍କ ମଧ୍ୟରୁ ୨୪ଜଣ ଫାଷ୍ଟକ୍ଲାସ୍‌ ୱିଥ୍‌ ଡିଷ୍ଟିଂସନରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ହାର ୯୫ପ୍ରତିଶତ ରହିଛି। ଏହି ସଫଳତା ପାଇଁ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓ ହର୍ଷ ଉଲ୍ଲାସ ବ୍ୟକ୍ତ କରିବା ସହିତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିକାଶ ଉଚ୍ଚ ଶିକ୍ଷା ବିଭାଗରେ ଉଚ୍ଚକୋଟୀର ଶିକ୍ଷା ପଦ୍ଧତି ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ବିଧିବଦ୍ଧ ମାର୍ଗଦର୍ଶନ ତଥା ଛାତ୍ରୀଛାତ୍ରଙ୍କ ଅଧ୍ୟବସାୟ ଯୋଗୁ ଅନୁଷ୍ଠାନକୁ ଏହି ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି। ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ, ଶାନ୍ତି ଶୃଙ୍ଖଳା ଓ ବ୍ୟକ୍ତିଗତ ମାର୍ଗ ହିଁ ଏହି ସଫଳତାର ମୂଳମନ୍ତ୍ର ବୋଲି ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଫଳାଫଳରେ ବିକାଶ କଲେଜର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଚିଫ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର ଇଂ. ଅଜୟ କୁମାର ମହାପାତ୍ର, ବରିଷ୍ଠ ଅଧିକାରୀ, ଡିନ୍‌ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?