ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀଙ୍କୁ ଭେଟିଲେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା

ଚିତ୍ରକୋଣ୍ଡା,୧୪ା୧୨(ଡି.ଏନ୍‌.ଏ.): ସ୍ବତନ୍ତ୍ର ବିକାଶ ପରିଷଦ ରାଜ୍ୟ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ପ୍ରଦୀପ ମାଝି ବୁଧବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ଆଜି ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନିକଟସ୍ଥ ଅଙ୍ଗନଓ୍ବାଡି କାର୍ଯ୍ୟାଳୟଠାରେ ଧାରଣାରେ ବସିଥିବା ଅଙ୍ଗନଓ୍ବାଡି କର୍ମୀଙ୍କୁ ଭେଟିଥିଲେ। ଏହି ସମୟରେ ଅଙ୍ଗନଓ୍ବାଡ଼ି କର୍ମୀ ନିଜ ଦାବି ପ୍ରଦୀପଙ୍କୁ ଜଣାଇଥିଲେ। ତେବେ ୪/୫ଟି ଦାବିକୁ ସରକାର ତୁରନ୍ତ ମାନି ନେବାକୁ କହିଥିଲେ। ଦୀର୍ଘ ଦିନ ହେବ ନିଜର ନ୍ୟାଯ୍ୟ ଦାବି ପାଇଁ ଖରା, କାକରରେ ପିଲା ଛୁଆଙ୍କୁ ଛାଡ଼ି ରାସ୍ତା କଡରେ ପଡ଼ି ରହିଛନ୍ତି କିନ୍ତୁ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନ ହେବା ଯାଏ ଏହି ରାସ୍ତା କଡ଼ରେ ପଡ଼ି ରହିଥିବୁ ବୋଲି କହିଥିଲେ। ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ସ୍ଲୋଗାନ ଦେବା ସହ  ଭୋଟ୍‌ ବେଳେ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଥିଲେ। ସମସ୍ତ ଦାବି ବିଷୟରେ ସରକାର ଅବଗତ ଅଛନ୍ତି ଓ ଏହା ଉପରେ ସରକାର ତର୍ଜମା କରୁଛନ୍ତି। ତୁରନ୍ତ ଏହା ଉପରେ ସଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri