ଦେବପ୍ରିୟ, ରାକେଶ ଚାନ୍ଦବାଲି ନିର୍ବାଚନ ସଂଯୋଜକ ନିଯୁକ୍ତ

ହାଟଡିହୀ,୨୭ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବିଜେଡିର ଦୁଇ ସକ୍ରିୟ ଯୁବ ନେତାଙ୍କୁ ଚାନ୍ଦବାଲି ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍‌ ରିଲିଜ ଜରିଆରେ ମୋଟ୍‌ ୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ପ୍ରକାଶ କରିଛନ୍ତି।

ସେମାନଙ୍କ ମଧ୍ୟରୁ ୨ ଜଣ ଆନନ୍ଦପୁର ଉପଖଣ୍ଡର ଅଟନ୍ତି। ବିଜେଡି ଯୁବ ନେତା ତଥା କେନ୍ଦୁଝର ସେଣ୍ଟ୍ରାଲ କୋଅପରେଟିଭ୍‌ ବ୍ୟାଙ୍କ ଡାଇରେକ୍ଟର ଦେବପ୍ରିୟ ପାତ୍ରଙ୍କୁ ଚାନ୍ଦବାଲି ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଦେବପ୍ରିୟ ଜଣେ ସକ୍ରିୟ ଯୁବ ନେତା ଭାବେ ବେଶ ଜଣାଶୁଣା। ପୂର୍ବରୁ ସେ ବିଭିନ୍ନ ଜିଲାରେ ଦଳ ତରଫରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ସୂଚାରୁ ରୂପେ କାର୍ଯ୍ୟ କରି ଆସୁଛନ୍ତି। ସେହିପରି ରାକେଶ ରାମଙ୍କୁ ମଧ୍ୟ ଚାନ୍ଦବାଲି ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ରାକେଶ କେନ୍ଦୁଝର ଜିଲା ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଏବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି।…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବସ୍ତା, ୮।୭( ହରିଶଙ୍କର ପାଢ଼ୀ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼ ଦୁର୍ଘଟଣା…

୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ଏବେ ରିଫିଲ କଲେ ପକେଟ୍‌ରୁ କଟିବ ଏତିକି ଟଙ୍କା ଏକ୍ସଟ୍ରା

ନୂଆଦିଲ୍ଲୀ, ୮।୭: ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ ଏଲପିଜି ସିଲିଣ୍ଡର ଏବେ ଗ୍ରାହକଙ୍କ ପକେଟ ଉପରେ ଭାରି ପଡ଼ିବ। ତୈଳ କମ୍ପାନୀଗୁଡ଼ିକର ନୂଆ ନିୟମ ଅନୁଯାୟୀ, ଏହି…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri