ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଟୁଇଟ୍‌ ମାଧ୍ୟମରେ ନିବେଦନ କରିଛନ୍ତି। ତାଙ୍କର ପ୍ରକୃତ ଘର ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଗିଲାଜୁଡି ଗ୍ରାମରେ। ୩୫ବର୍ଷ ପୂର୍ବେ ସେ ପରିତ୍ୟକ୍ତା ହେବା ପରେ ଜଳେଶ୍ୱର ଅଞ୍ଚଳରେ ଭଡା ନେଇ ରହୁଥିଲେ। ସହରର ବ୍ଲକ ବଜାରସ୍ଥିତ ସୀମା ପ୍ରିଣ୍ଟିଂ ପ୍ରେସରେ କାମ କରି ଚଳୁଥିଲେ। ପରେ ନିଜେ ବାସୁ ପ୍ରିଣ୍ଟସ୍‌ ନାମକ ଏକ ସଂସ୍ଥା ଖୋଲି ବିଭିନ୍ନ ପ୍ରକାର କାର୍ଡ଼ ଓ ରସିଦ ଆଦି ସ୍କ୍ରିନ ପ୍ରିଣ୍ଟିଂ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୭ତାରିଖରେ ସେ ରହୁଥିବା ଏକ ଦୁଇମହଲା ଭଡ଼ା ଘରୁ ଓହ୍ଲାଉଥିବା ବେଳେ ଲୁହା ସିଡ଼ିରୁ ଗୋଡ଼ ଖସିଯାଇ ପଡ଼ିଯାଇଥିଲେ। ସେ ଗୁରୁତର ହେବା ସହିତ ଗୋଡ଼ ଓ ଅଣ୍ଟାହାଡ଼ ଭାଙ୍ଗିଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ମନା କରିବା ପରେ ସ୍ଥାନୀୟ ଲୋକେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ ବୋଲି ଡାକ୍ତର କହିବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ବହୁ ଚେଷ୍ଟା ପରେ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଥିଲା। କିନ୍ତୁ ଦୁଇଦିନ ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରି ଦିଆଯାଇ ପୁଣି ଭଡ଼ାଘରେ ଆଣି ଛାଡ଼ିଦିଆଯାଇଥିଲା। ନିଜର ହାତ ଗୋଡ଼ ଚାଲୁ ନ ଥିବା ବେଳେ ତାଙ୍କର ପରିବାର ଲୋକେ ସେବା କରିବା ତ ଦୂରର କଥା ତାଙ୍କୁ ଦେଖିବା ପାଇଁ ମଧ୍ୟ ପାଖକୁ କେହି ଆସୁନାହାନ୍ତି। ତେଣୁ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଦିନରେ ଭଞ୍ଜନଗର ଯାତ୍ରା: ଅସମ୍ଭାଳ ଭିଡ, ଖୋର୍ଦ୍ଧା ପାଇକ ପୁଅଙ୍କ ଦୁଃସାହସିକ କଳା ପ୍ରଦର୍ଶନ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଗୁରୁବାର ୧୮ ଦିନରେ ପହଞ୍ଚିଛି। ଆଜି କବି ସମ୍ରାଟ ରଙ୍ଗମଞ୍ଚରେ ଖୋର୍ଦ୍ଧାର ପାଇକ ପୁଅ ମାନେ ଚିତାକର୍ଷକ…

ଅଫିସ୍‌ରେ ତାଲା, ଅଧିକାରୀଙ୍କ ପତ୍ତା ନାହିଁ: ଓଡ୍ରି ପଞ୍ଚାୟତରେ ପ୍ରଶାସନିକ ସ୍ଥାଣୁତା, ହନ୍ତସନ୍ତ ହିତାଧିକାରୀ

ଥୁଆମୂଳ ରାମପୁର,୧୩।୫(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିବା ବେଳେ, କଳାହାଣ୍ଡି ଜିଲା…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ଚୟନ, ନୂତନ ସଭାପତି ଭାବେ ନିର୍ବାଚିତ ହେଲେ…

ଦିଗପହଣ୍ଡି, ୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ଚାଇନାରେ ପହଞ୍ଚୁ ପହଞ୍ଚୁ ଟ୍ରମ୍ପଙ୍କ ଘୋର ଅପମାନ! ସ୍ବାଗତ କରିବାକୁ ଆସିଲେନି…

ବେଜିଂ,୧୩।୫: ଚାଇନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପମାନ। ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri