କାର୍ଯ୍ୟରେ ଅବହେଳା: ଦୁଇ ପ୍ରଧାନଶିକ୍ଷକଙ୍କ ବଦଳି

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଧାରରେ ବଦଳି କରାଯାଇଛି। ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜଙ୍ଗିରା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପାତ୍ରଙ୍କୁ ଝୁମ୍ପୁରା ବ୍ଲକସ୍ଥିତ ତେଲିଅର୍ଶଳା ଆଶ୍ରମ ସ୍କୁଲକୁ ବଦଳି କରାଯାଇଥିବା ବେଳେ ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ମହାନ୍ତଙ୍କୁ ଜଙ୍ଗିରାର ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ମନୋରଞ୍ଜନ ପାତ୍ର ନିୟମିତ ବିଦ୍ୟାଳୟକୁ ଯାଉ ନ ଥିବା ଏବଂ ଅନ୍ତେବାସୀ ଛାତ୍ରୀଛାତ୍ରଙ୍କୁ ମେନ୍ୟୁ ଅନୁଯାୟୀ ଖାଦ୍ୟ ନ ଦେବା ଘଟଣାରେ କେନ୍ଦୁଝର ପିଏ ଆଇଟିଡିଏ ତପନ କୁମାର ନାଏକ ହଠାତ୍‌ ପରିଦର୍ଶନ ବେଳେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କ ଦରମା ବନ୍ଦ କରାଯାଇଥିଲା। ସେହିଭଳି ତେଲିଅର୍ଶଳା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ମହାନ୍ତଙ୍କ ବିରୋଧରେ ବିଦ୍ୟାଳୟ ହତା ମଧ୍ୟରୁ ମୂଲ୍ୟବାନ ଗଛ ବିନା ଅନୁମତିରେ ବାହାର ଲୋକଙ୍କୁ ଡକାଇ କଟାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବନ ବିଭାଗ ମଧ୍ୟ କାଠ ଜବତ କରି ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ନଆଯାଇ କେବଳ ଲୋକ ଦେଖାଣିଆ ଭାବେ ବଦଳି କରାଯାଇଛି । ଦୁଇ ଜଣ ଯାକ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚ ବିଦ୍ୟାଳୟକୁ ବଦଳି କରିବାର ବିକଳ୍ପ ଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଦଣ୍ଡ ବିଧାନ ନ କରି ପୁରସ୍କାର ସ୍ବରୂପ ସେମାନଙ୍କୁ ଆଶ୍ରମ ବିଦ୍ୟାଳୟକୁ ପୁନଃଶ୍ଚ ବଦଳି କରିବା ପ୍ରଶାସନର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଶ୍ରମ ବିଦ୍ୟାଳୟର ବହୁ ପ୍ରଧାନଶିକ୍ଷକ ଗୋଟିଏ ବିଦ୍ୟାଳୟରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଉନାହିଁ। ଫଳରେ ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା ବଢ଼ିବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri