Posted inଜାତୀୟ

ଟିଏମ୍‌ସି ମୁଖପାତ୍ର ଗିରଫ

ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି ନେତା ତଥା ରାଜ୍ୟ ସଭା ଏମ୍‌ପି ଡେରେକ ଓ’ବ୍ରାଇନ ଦେଇଛନ୍ତି। ସେ କହିଛନ୍ତି, ସାକେଟ ଗୋଖଲେ ସୋମବାର ରାତି ୯ ଟାରେ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ। ସେ ଜୟପୁରରେ ଅବତରଣ କରିବା ମାତ୍ରେ ଗୁଜରାଟ ପୋଲିସ ତାଙ୍କୁ ଜୟପୁର ବିମାନବନ୍ଦରରୁ ଉଠାଇ ନେଇଥିଲା। ମଙ୍ଗଳବାର ଅପରାହ୍ନ ୨ଟାରେ ସାକେଟ ଗୋଖଲେ ତାଙ୍କ ମା’ଙ୍କୁ ଫେଶନ କରି ପୋଲିସ ତାଙ୍କୁ ଅହମ୍ମଦାବାଦକୁ ନେଉଥିବାର କହିଥିଲେ। ପୋଲିସ ତାଙ୍କୁ ଦୁଇ ମିନିଟର ଫୋନ କଲ କରିବାକୁ ଦେଇଥିଲା। ତା’ପରେ ଫୋନ ଜବତ କରାଯାଇଛି।
ମୋରବି ବ୍ରିଜ ଭୁଶୁଡ଼ିବା ଉପରେ ସାକେଟଙ୍କ ଟୁଇଟ୍‌କୁ ନେଇ ଅହମ୍ମଦାବାଦ ସାଇବର ସେଲ ସହ ମିଳିତ ଭାବେ ଏକ ମାମଲା ରୁଜୁ ହୋଇଥିଲା। ଗୋଖଲେ ଆରଟିଆଇ ମାଧ୍ୟମରେ ଦାବି କରିଥିଲେ, ମୋରବି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ, ଇଭେଣ୍ଟ ପରିଚାଳନା ଏବଂ ଫଟୋଗ୍ରାଫି ପାଇଁ ୫.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩୫ ଜଣଙ୍କ ପରିବାରକୁ ମାତ୍ର ଚାରି ଲକ୍ଷ କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଏହା ମୋଟ ପାଞ୍ଚ କୋଟି ଅଟେ। ପ୍ରଧାନମନ୍ତ୍ରୀସ୍‌ଙ୍କ ଇଭେଣ୍ଟ ପରିଚାଳନା ଖର୍ଚ୍ଚ ୧୩୫ ଜଣଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣଠାରୁ ଅଧିକ ଅଟେ।
ଡେରେକ କହିଛନ୍ତି, ଏସବୁ ତୃଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କୁ ଚୁପ୍‌ ରହିବାକୁ ଦେବ ନାହିଁ। ଭାରତୀୟ ଜନତା ପାର୍ଟି ରାଜନୈତିକ ପ୍ରତିଶୋଧକୁ ଅନ୍ୟ ସ୍ତରକୁ ନେଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?