ପାର୍ବଣରେ ରାଜଧାନୀ ରାସ୍ତାର ଶୋଚନୀୟ ସ୍ଥିତି

ଭୁବନେଶ୍ୱର, ୨୫।୯ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରର ରାସ୍ତାଘାଟ ଏବେ ଖାଲଖମାରେ ଭର୍ତ୍ତି ହୋଇପଡିଛି। ଗଳି ରାସ୍ତା ହେଉ ଅବା ମୁଖ୍ୟ ରାସ୍ତା, ସବୁଆଡେ ରାସ୍ତାକୁ ଖୋଳିତାଡ଼ି ଛାଡ଼ି ଦିଆଯାଉଛି। ବିଭିନ୍ନ ସ୍ଥାନରେ ରାସ୍ତା ଖଣ୍ଡିଆ ଖାବରା ହୋଇ ରହିଥିଲେ ମଧ୍ୟ ମରାମତି ହେଉ ନ ଥିବାରୁ ବର୍ଷା ପାଣି ଜମି ବଡ଼ ବଡ଼ ଗାତ ସୃଷ୍ଟି ହେଲାଣି। ପ୍ରତିଦିନ ସହରବାସୀ ହଇରାଣ ହୋଇ ଯିବା ଆସିବା କରୁଥିବାବେଳେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଶନିବାର ବିଳମ୍ବିତ ରାତିରେ କଟକ ରୋଡ୍‌ର ବମିଖାଲ ଓଭରବ୍ରିଜ୍‌ ତଳ ରାସ୍ତାରେ ଥିବା ଖାଲଖମାରେ ଜଣେ ଯୁବ ଡାକ୍ତରଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ରେ ପିଟି ହୋଇଯିବାରୁ ଅମିତ ବିଶୋଇଙ୍କ ମୃତ୍ୟୁ ହୋଇଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ସହରରେ ଏଭଳି ଖାଲଖମାପୂର୍ଣ୍ଣ ଅନେକ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ମାତ୍ର ଏତେ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ କେହି ଚେତୁ ନାହାନ୍ତି। ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଥିବାବେଳେ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଏବେ ପାର୍ବଣ ଋତୁ ଚାଲିଥିବାରୁ ଟ୍ରାଫିକ୍‌ ସମସ୍ୟା ଲାଗି ରହିବା ସହ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଲୋକଙ୍କୁ ହନ୍ତସନ୍ତ କରୁଛି। ଏହାର ସମାଧାନ ପାଇଁ ଅଗଷ୍ଟ ୮ରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଭାଗ ସହ ସମନ୍ବୟ ବୈଠକ ଡାକି କେଉଁ ଓ୍ବାର୍ଡର କେଉଁ କେଉଁ ସ୍ଥାନରେ କେତେ ଖାଲଖମା ରହିଛି ତାହାର ତାଲିକା ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେପ୍ଟେମ୍ବରରେ ଏହାର କାମ ଆରମ୍ଭ କରାଯିବ ବୋଲି କହିଥିଲେ। ମାତ୍ର ସେପ୍ଟେମ୍ବର ସରିବାକୁ ବସିଥିଲେ ବି ଏଯାଏ ମରାମତି କାମ ଆରମ୍ଭ ହେବା ଦୂରର କଥା ଟେଣ୍ଡର ମଧ୍ୟ ଠିକ୍‌ ଭାବେ ହୋଇପାରି ନାହିଁ। ପୁଣି ଅକ୍ଟୋବର ଆରମ୍ଭରୁ ବଡ ବର୍ଷା ଥିବା ପାଣିପାଗ ବିଭାଗ ଆକଳନ କରିଥିବାବେଳେ ରାସ୍ତା ମରାମତି କାମ କିଭଳି କରାଯିବ ସେ ନେଇ ଭାଳେଣି ପଡିଛି। ସହରରେ ୧ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ମା’ଙ୍କର ପୂଜା ହେଉଥିବାବେଳେ ଏଥିପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ ସହରର ଅନ୍ୟ ଅଞ୍ଚଳର ରାସ୍ତାଘାଟ ଭଳି ପୂଜା ମଣ୍ଡପଗୁଡିକ ନିକଟରେ ମଧ୍ୟ ଖାଲଖମା ଭର୍ତ୍ତି ହୋଇ ରହିଛି। ଏହାର ମରାମତି କେବେ ହେବ ସେ ନେଇ ପୂଜା ମଣ୍ଡପ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି। ବରମୁଣ୍ଡା, ହେଉ ଅବା ବମିଖାଲ, ଝାରପଡ଼ା, ନୟାପଲ୍ଲୀ, ବଡ଼ଗଡ଼, ଭିଏସ୍‌ଏସ୍‌ ନଗର ସବୁ ପୂଜା ମଣ୍ଡପ ନିକଟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଭଳି କ୍ଷେତ୍ରରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ମଣ୍ଡପକୁ ଆସି ମା’ଙ୍କ ଦର୍ଶନ କରିବେ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏନେଇ ବରମୁଣ୍ଡା ଦୂର୍ଗାପୂଜା କମିଟି ସଭାପତି ତଥା କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି, ବରମୁଣ୍ଡା ପୂଜା ମଣ୍ଡପ ନିକଟରେ ଖାଲଖମା ଭରି ରହିଛି। ମାତ୍ର ଏ ଯାଏ ବିଏମ୍‌ସି ପକ୍ଷରୁ ମରାମତି ଆରମ୍ଭ ହୋଇପାରି ନାହିଁ। କେବେ ବିଏମ୍‌ସି ଏଥିପାଇଁ ଟେଣ୍ଡର ଡାକିବ କେବେ କାମ ଆରମ୍ଭ ହେବ ତାହା ଅନିଶ୍ଚିତତା ଭିତରେ ରହିଛି। ପୁଣି ଆଗକୁ ବର୍ଷା ଥିବାବେଳେ ପୂଜା ପୂର୍ବରୁ କାମ ସରିବା ନେଇ ଆଶଙ୍କା ଦେଖାଦେଉଛି। ସେହିପରି ପୂର୍ବବର୍ଷଗୁଡିକରେ ମଣ୍ଡପ ଆଖପାଖ ରାସ୍ତା ମରାମତି ପାଇଁ ବିଏମ୍‌ସି ୫ଲକ୍ଷଟଙ୍କା ପ୍ରତି ଓ୍ବାର୍ଡକୁ ଦେଉଥିଲା। ମାତ୍ର ଏଥର ତାହା ବନ୍ଦ କରି ଦେଇଛି। ପୂଜା ମଣ୍ଡପ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ନ ଥିବାରୁ ନିକଟରେ ଥିବା ମାଟି ରାସ୍ତାରେ କାଦୁଅ ପଙ୍କ ଜମି ରହିବ। କେବେ ସହରର ସମସ୍ତ କଚ୍ଚା ରସ୍ତା ପକ୍କା ହେବ ଆଉ ମଣ୍ଡପ ନିକଟ ମାଟି ରାସ୍ତାର ରୂପ ବଦଳିବ ତାହା ମଧ୍ୟ ସ୍ବପ୍ନ ହୋଇ ରହିଛି। ଝାରପଡ଼ା ଦୂର୍ଗାପୂଜା କମିଟିର ଆବାହକ ତଥା କର୍ପୋରେଟର ଶ୍ରୀଧର ଜେନା କହିଛନ୍ତି, କର୍ପୋରେଶନରେ ଏନେଇ ଆଲୋଚନା ହୋଇଥିଲା। ଆର୍‌ଆଣ୍ଡ୍‌ବିକୁ ତା’ ଅଧୀନରେ ଥିବା ସମସ୍ତ ରାସ୍ତାର ମରାମତି ପୂଜା ପୂର୍ବରୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ଏଭଳି ଅବସ୍ଥା ପାଇଁ ଟାଟା ପାଓ୍ବାର ଏବଂ ସ୍ବେରେଜ୍‌ ବିଭାଗ ମୁଖ୍ୟତଃ ଦାୟୀ। ତେବେ ସହରର ବଡ଼ ରାସ୍ତାଗୁଡିକ ଦୁର୍ଗାପୂଜା ପରେ ନିର୍ମାଣ ହେବାକୁ ଥିବାବେଳେ ବର୍ଷା ଛାଡିବା ପରେ ତୁରନ୍ତ ଛୋଟମୋଟ କାମ କରାଯିବ। ଏନେଇ ବିଏମ୍‌ସି କମିଶନର କୁଲାଙ୍ଗେ କହିଛନ୍ତି, ଫାଇଲ୍‌ ଦେଖିବା ପରେ ଟେଣ୍ଡର ହୋଇଛି କି ନାହିଁ କହିବି। ଏବେ ସହରରେ ଥିବା ମାଟିରାସ୍ତା ଓ ପକ୍କା ରାସ୍ତାର ସର୍ଭେ ଚାଲିଛି। ଖୁବ୍‌ଶୀଘ୍ର ଟେଣ୍ଡର ହୋଇ କାମ ଆରମ୍ଭ ହେବ। ତେବେ ପୂଜା ପୂର୍ବରୁ କାମ ସରିବା ନେଇ ପ୍ରୟାସ କରାଯାଉଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?