Posted inଜାତୀୟ

ବର୍ଷା ପରେ ଦିଲ୍ଲୀରେ ୪ ଗୁଣା ବଢିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଭାଙ୍ଗିଲା ୫ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୪ ।୧୦: ଗତ ସପ୍ତାହରେ ଲଗାତାର ୪ ଦିନର ବର୍ଷା ପରେ ରାଜଧାନୀ ଦିଲ୍ଲୀରେ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି । ଏମସିଡିର ରିପୋର୍ଟ ଅନୁଯାୟୀ, ୨୧-୨୮ ସେପ୍ଟେମ୍ବର ମଧ୍ୟରେ ୪୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ଆସଥିବା ୧୨୯ ରୋଗୀଙ୍କ ତୁଳନାରେ ଏହା ୪ ଗୁଣା ଅଧିକ । ଚଳିତ ବର୍ଷ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୩୭ ହୋଇଛି ଯାହା ଗତ ୫ବର୍ଷ ମଧ୍ୟରେ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଗୁଣା ଅଧିକ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଲଗାତାର ବର୍ଷା ହେବା ଫଳରେ ଡେଙ୍ଗୁ କରାଉଥିବା ଏଡିଜ ମଶାଙ୍କୁ ପ୍ରଜନନ ପାଇଁ ସଫା ପାଣି ମିଳିଯିବା ଫଳରେ ଏମାନଙ୍କ ପ୍ରସାର ଦ୍ରୁତ ଗତିରେ ହେଲା । ପାଣିପାଗ ବିଭାଗ କହିଛି ଦୁଇ ଦିନ ପରେ ପୁଣି ବର୍ଷା ହେବର ସମ୍ଭାବନା ରହିଛି । ତେଣୁ ଏହାପରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏବେ ଡେଙ୍ଗୁରେ ପୀଡ଼ିତ ଯେତିକି ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତା’ଠାରୁ ଢେର ଅଧିକ ଡେଙ୍ଗୁରେ ପୀଡ଼ିତ ହୋଇଛନ୍ତି । ଏମସିଡି ଦିଲ୍ଲୀର ପ୍ରାୟ୨୫୦ ସ୍ଥାନକୁ ମଶାଙ୍କ ପ୍ରଜନନ ସ୍ଥାନ ଭାବେ ହଟସ୍ପଟ ଘୋଷଣା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାରଠୁ ନିଖୋଜ ଥିଲେ ବ୍ୟବସାୟୀ, ଏହି ସ୍ଥାନରୁ ମିଳିଲା ପତ୍ତା

ବଲାଙ୍ଗୀର, ୧୪।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ପେଲେସଲାଇନ ପଡାର ଜଣେ ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରୁ ଘରୁ ବାହାରି ଯିବା ପରେ…

ଭାଜପା ଜିଲା ସମ୍ପାଦକଙ୍କ ମାତୃ ବିୟୋଗ: ପରିବାର ସଦସ୍ୟଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲା ସମ୍ପାଦକ ବସନ୍ତ କୁମାର ବେହେରାଙ୍କ ମା’…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ଇରାନକୁ ଶକ୍ତ ଆଘାତ: ମୋଜତାବା ଖାମେନେଇଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କଲେ ଟ୍ରମ୍ପ, କହିଲେ -‘୯୦ ପ୍ରତିଶତ ଶେଷ…’

ଓ୍ବାଶିଂଟନ,୧୪।୭: ଆମେରିକା ଅନେକ ଇରାନୀ ଲକ୍ଷ୍ୟସ୍ଥଳ ଉପରେ ଘାତକ ଆକ୍ରମଣ କରି ଅନେକ କ୍ଷତି ପହଞ୍ଚାଇଛି। ଏହାର କଡ଼ା ଜବାବରେ, ଇରାନ ବିଭିନ୍ନ ଉପସାଗରୀୟ ରାଷ୍ଟ୍ର ଉପରେ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କଲେ ଡାକ୍ତର ଶଙ୍କର ରାମଚନ୍ଦାନି: ଦୁର୍ଗମ ଗାଁରେ…

ପଦ୍ମପୁର,୧୪ା୭(ପ୍ରଦୀପ୍ତ ଦାଶ ):ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’…

ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ବିଭାଗରେ ନୂତନ ବୈଷୟିକ ପଦବୀ ନିଯୁକ୍ତି

ଭୁବନେଶ୍ୱର,୧୪।୭(ବନ୍ଦନା ସେଠୀ): ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ । ଔଷଧ ସେବନ ଓ…

ପ୍ରେମରେ ଅନ୍ଧ ହେଲେ ୯ ସନ୍ତାନର ମା’, କାଠ ଫାଳିଆରେ ଛେଚି ସ୍ବାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୪।୭: ଗୁଜୁରାଟର ବନାସକାଣ୍ଠା ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ପ୍ରାରମ୍ଭରେ, ଘଟଣାଟି ପ୍ରାକୃତିକ କିମ୍ବା ସାଧାରଣ ମୃତ୍ୟୁ ମାମଲା ପରି ମନେ ହେଉଥିଲା…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri