ପୋଷ୍ଟରରେ ଶକ୍ତି ପ୍ରଦର୍ଶନ

କଟକ ଅଫିସ,୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୋମବାର କଟକ ଗସ୍ତକୁ ନେଇ ଭାଜପା କର୍ମୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ତାଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପ୍ରାଣପଣେ ଲାଗିପଡ଼ିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଟକ ଆସୁଥିବାରୁ ବିଜେଡି ନେତୃବୃନ୍ଦ ଓ କର୍ମକର୍ତ୍ତା ମଧ୍ୟ କିଛି କମ୍‌ରେ ନାହାନ୍ତି। ଉଭୟ ଦଳ ପକ୍ଷରୁ ଶାହା ଓ ନବୀନଙ୍କ ଫଟୋ ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଥିବା ପୋଷ୍ଟର ସହରସାରା ଛାଇଯାଇଛି, ଯାହା ଦଳୀୟ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ୫ ହଜାର ଲୋକଙ୍କ ସମାଗମ ଲକ୍ଷ୍ୟ ରଖାଯାଇଥିବାବେଳେ ଭାଜପା ପକ୍ଷରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରାଯିବ ବୋଲି ଜଣାଯାଇଛି। ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ନିମନ୍ତେ ଏହି ନେତୃବୃନ୍ଦଙ୍କ କଟକ ଆଗମନ ଉଭୟ ଦଳକୁ ଖୋରାକ ଯୋଗାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଚାଲିଥିଲେ ବି ଓଡ଼ିଶାରେ ଦଳର ସ୍ଥିତି ଭଲ ନାହିଁ, ଯଦିଓ କେନ୍ଦ୍ରରେ ଏବେ ଗୁରୁତ୍ୱପୂର୍ଣ୍ଣ ରେଳ ଓ ଶିକ୍ଷା ମନ୍ତ୍ରୀ ପଦରେ ଓଡ଼ିଶାର ନେତୃତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି। ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରି ରାଷ୍ଟ୍ରର ସର୍ବୋଚ୍ଚ ଆସନରେ ଆସୀନ କରାଯାଇପାରିଛି। ଭାଜପାର ଏଭଳି ଗୋଟି ଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇ ରାଜ୍ୟବାସୀଙ୍କ ଆଗରେ ମହାନତା ପ୍ରତିପାଦିତ କରିଛନ୍ତି। ତେବେ ଭାଜପାର କଳକୌଶଳ ଓଡ଼ିଶାରେ ସେଭଳି କିଛି କାମ କଲା ଭଳି ଲାଗୁନାହିଁ ବୋଲି ଆଲୋଚନା ହେଉଛି। ସେ ଯାହାହେଉ, ଭାଜପା ଓ ବିଜେଡି ନିଜ ନିଜ ରଣନୀତି ସଜାଡ଼ିବାରେ ଲାଗିଛନ୍ତି। କିଛି ବର୍ଷ ହେବ କଟକର ଲୋକ ସଭା, ରାଜ୍ୟ ସଭା ଓ ବିଧାନସଭା ଆସନ ବିଜେଡି ଅକ୍ତିଆରରେ ଥିବା ବେଳେ ଚଳିତ ଥର ବାରବାଟୀ-କଟକ ଆସନ ଖସି କଂଗ୍ରେସ ହାତକୁ ଚାଲିଯିବା ବିଜେଡିକୁ ବ୍ୟଥିତ କରିଛି। ତେଣୁ ବିଜେଡିର ଜିଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିଜ ନିର୍ବାଚନମଣ୍ଡଳୀ ଓ ସାଂଗଠନିକ ଦିଗକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଥିବା ପରିଲକ୍ଷିତ ହେଉଛି। ଉଭୟ ଦଳର ନେତୃବୃନ୍ଦଙ୍କ ଗସ୍ତ ବେଳେ ଦଳୀୟ ଭାବେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି, ଯାହା ଓଡ଼ିଶାବାସୀଙ୍କୁ ନୂତନ ବାର୍ତ୍ତା ପ୍ରଦାନ କରିବ ବୋଲି ଆଲୋଚନା ହେଉଛି।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି କହିଛନ୍ତି, ଶାହାଙ୍କୁ କଟକରେ ସ୍ବାଗତ, ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଦଳ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶାହା କଟକରେ ପହଞ୍ଚତ୍ବା ପରେ ନିଶାମଣି ହଲ ନିକଟରେ ପ୍ରଥମେ ତାଙ୍କୁ ସ୍ବାଗତ କରାଯିବ। ପରେ ପାଲାମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର, ସେମିନାରି ଛକ, ଦରଘାବଜାର, ତିନିକୋଣିଆ ବଗିଚା, ବକ୍ସିବଜାର, ଚଣ୍ଡୀଛକ ଆଦି ସ୍ଥାନରେ ଭାଜପା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସେଥିପାଇଁ ସହରସାରା ଦଳୀୟ ପତାକା ସାଙ୍ଗକୁ ହୋର୍ଡିଂ ଲଗାଯାଇଛି। ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଆସୁଥିବାରୁ ସମସ୍ତ ନେତା ଓ କର୍ମୀମାନେ ବହୁ ଭାବେ ଉତ୍ସାହିତ ଅଛନ୍ତି। ସେହିପରି ବିଜେଡି ନଗର ସଭାପତି ମଧୁସୂଦନ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉପରପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ସେଠାରେ ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ତାଙ୍କୁ ସ୍ବାଗତ କରାଯିବ। ଏଥିପାଇଁ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀରୁ ପାଖାପାଖି ୫ ହଜାର ଲୋକଙ୍କୁ ସମବେତ କରାଇବାର ଯୋଜନା ରହିଛି। ହେଲେ ଶୋଭାଯାତ୍ରାର କୌଣସି କାର୍ଯ୍ୟକ୍ରମ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ନଗର ଜିଲା ସଭାପତି ଗିରିବାଳା ବେହେରା କହିଛନ୍ତି, ଏହି କାର୍ଯ୍ୟକ୍ରମ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଉତ୍ସବ ହୋଇଥିବାରୁ ଓ ଏଥିରେ କେନ୍ଦ୍ରମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ କୌଣସି ରାଜନୈତିକ ରୂପ ଦେବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?