ଚାହିଦା ଅଧିକ, ମିଳୁନି ମୂଲ୍ୟ

କେନ୍ଦୁଝର, ୪।୧୨(ସ୍ବ.ପ୍ର.)- କନ୍ଦମୂଳ। ଯେମିତି ମିଠା ସେମିତି ସୁସ୍ବାଦୁ। କେନ୍ଦୁଝର ଜିଲାରେ ଅମଳ ହେଉଥିବା କନ୍ଦମୂଳର ସ୍ବତନ୍ତ୍ର ଚାହିଦା ରହିଛି। ଏହା ସ୍ଥାନୀୟ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ସହର ବଜାରରେ ମଧ୍ୟ ଏହା ଭଲ ବିକ୍ରି ହୋଇଥାଏ। ଶୀତଋତୁରେ ଜିଲାରେ ପର୍ଯ୍ୟାପ୍ତ କନ୍ଦମୂଳ ଅମଳ ହେଉଥିବା ବେଳେ ଚାଷୀ ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି। ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି।
କେନ୍ଦୁଝର ଜିଲାର ମାଟି କନ୍ଦମୂଳ ପାଇଁ ବେଶ୍‌ ଉପଯୋଗୀ। ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଚାଷୀ ଏହି ଚାଷ କରିଥାନ୍ତି। କନ୍ଦମୂଳକୁ ପୋଡି, ସିଝାଇବା ସହ ବିଭିନ୍ନ ପ୍ରକାରର ପିଠା କରାଯାଏ। ତରକାରିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ପ୍ରାକୃତିକ ପରିବେଶରେ ଚାଷ ହେଉଥିବା ପାହାଡିଆ ଅଞ୍ଚଳର କନ୍ଦମୂଳର ଚାହିଦା ଅଧିକ ରହିଛି। ଏହା ସ୍ବାସ୍ଥ୍ୟପକ୍ଷେ ହିତକର ଓ ଅଧିକ ସୁସ୍ବାଦୁ ହୋଇଥାଏ ବୋଲି ପାଟେଶ୍ୱର ମହାବିଦ୍ୟାଳୟ, ଶୁଆକାଠିର ଅଧ୍ୟକ୍ଷ ରମାକାନ୍ତ ସ୍ବାଇଁ କହିଛନ୍ତି। ଏବେ ଏହା କିଲୋ ୨୦ ଟଙ୍କାରେ ବିକ୍ରି ହେଉଛି। ଏହାର ଚାହିଦା ସହରାଞ୍ଚଳରେ ରହିଥିଲେ ହେଁ ଉପଯୁକ୍ତ ସୁବିଧା ନ ଥିବାରୁ ଚାଷୀମାନେ ବାହାରକୁ ପଠାଇ ପାରୁନାହାନ୍ତି। ଫଳରେ ଦଲାଲମାନଙ୍କ ଦ୍ୱାରା ଠକେଇର ଶିକାର ହେଉଛନ୍ତି। କେନ୍ଦୁଝର ଜିଲାର ସଦର, ଚମ୍ପୁଆ, ପାଟଣା, ବାଂଶପାଳ, ତେଲକୋଇ ବ୍ଲକ ଅଞ୍ଚଳରେ ଏହି ଚାଷ ଅଧିକ ହୋଇଥାଏ। ବର୍ଷକୁ ପାଖାପାଖି ୫୦ ଟନ କନ୍ଦମୂଳ ଅମଳ ହୋଇଥାଏ ବୋଲି ବେସରକାରୀ ଭାବରେ କୁହାଯାଉଛି। ବିଶେଷ କରି ବେପାରୀମାନେ ଏହାକୁ କିଣି ବାହାରକୁ ପଠାଇଥାନ୍ତି। ଶୀତଦିନେ କନ୍ଦମୂଳ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବାରୁ ଏହାକୁ ପ୍ରଶାସନ ଠିକ୍‌ ଭାବରେ ସଂରକ୍ଷଣ ଓ ବିକ୍ରି ବ୍ୟବସ୍ଥା କରିପାରିଲେ ଏବଂ ସରକାରୀ ପ୍ରୋତ୍ସାହନ ମିଳିଲେ ଏହା ଦ୍ୱାରା ଜିଲାର ହଜାର ହଜାର ଚାଷୀଙ୍କ ରୋଜଗାରକୁ ଅଧିକ ସମୃଦ୍ଧ କରି ପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ନିରାକାର ନାଏକ ନାମକ ଜଣେ ଚାଷୀ କହିଛନ୍ତି ଯେ, କନ୍ଦମୂଳ ଚାଷ କରିବାକୁ ସମସ୍ତେ ଆଗ୍ରହୀ କିନ୍ତୁ ବିକ୍ରି କରିପାରୁ ନ ଥିବାରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏ ସମ୍ପର୍କରେ ଉଦ୍ୟାନ ଉପନିର୍ଦ୍ଦେଶକ ଓମ୍‌ପ୍ରକାଶ ରଥଙ୍କୁ ପଚାରିବାରୁ ବିଭିନ୍ନ ବ୍ଲକରେ ଚାଷୀଙ୍କୁ ଚାରା ଦେଇଛୁ। କୁଅଁର ଫାର୍ମରେ ଚାରା ନର୍ସରି କରାଯାଇଛି। ଏବେ ସେମାନେ ନିଜେ ବିକ୍ରି କରୁଛନ୍ତି। ଆଗାମୀ ଦିନରେ ଅଧିକ ଚାଷ ହେଲେ ବିକ୍ରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri