ଢେଙ୍କିକୋଟ୍‌କୁ ଥାନା ମାନ୍ୟତା ଦାବି

ଢେଙ୍କିକୋଟ,୩ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନସ୍ଥ ଢେଙ୍କିକୋଟ ପୋଲିସ ବିଟ୍‌ ହାଉସକୁ ୪୦ ବର୍ଷ ପୁରିଲା। ମାଓବାଦୀ ଚଳପ୍ରଚଳକୁ ନଜରରେ ରଖି ଘଟଗାଁ ଥାନା ଅଧୀନରେ ବିଟ୍‌ ହାଉସ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ମାଓବାଦୀଙ୍କ ଚଳପ୍ରଚଳ କମିଥିଲେ ମଧ୍ୟ ଚୋରି, ଡକାୟତି ବୃଦ୍ଧି ପାଇଛି। ଜନ ସଂଖ୍ୟା ବୃଦ୍ଧି କାରଣରୁ ଆଇନଶୃଙ୍ଖଳା ବିଗୁଡୁଛି। ଏହାକୁ ଦୃଷ୍ଟିରେ ରଖି ବିଟ୍‌ ହାଉସକୁ ଥାନା ମାନ୍ୟତା ପ୍ରଦାନ କରିବାକୁ ଢେଙ୍କିକୋଟ୍‌ ବିକାଶ ମଞ୍ଚ ପକ୍ଷରୁ ସଭାପତି ଯୁଗୋଳ କିଶୋର ଦାସ ଦାବି କରିଆସୁଛନ୍ତି।
ଢେଙ୍କିକୋଟ୍‌ କେନ୍ଦୁଝର ଜିଲାର ମଧ୍ୟମସ୍ଥଳ ଏବଂ ଜାତୀୟ ରାଜପଥ ୨୦ ନଂ. ଓ ଜାତୀୟ ରାଜପଥ ୨୨୦ ନଂ.ର ମିଳନସ୍ଥଳ। ଏଠାରେ ବ୍ୟବସାୟିକ ବଜାର, ସ୍କୁଲ, କଲେଜ, ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପଶୁ ଡାକ୍ତରଖାନା, ପୋଷ୍ଟ ଅଫିସ, ଅନେକ ବ୍ୟାଙ୍କ, ଆଦି ରହିଛି। ବଜାର ଉପରେ ଘଟଗାଁ ବ୍ଲକ୍‌ର ୨୭ ପଞ୍ଚାୟତରୁ ୧୫, ପାଟଣା ବ୍ଲକ୍‌ର ୫ ପଞ୍ଚାୟତର ଜନ ସାଧାରଣ ନିର୍ଭର କରିଥାନ୍ତି। ପୋଲିସ ବିଟ୍‌ ହାଉସ ଅଧୀନରେ ୨୭ ଟି ଗ୍ରାମ ରହିଥିବା ବେଳେ ପ୍ରାୟ ଗ୍ରାମର ଦୂରତା ବିଟ୍‌ ହାଉସଠାରୁ ୨୫ ରୁ ୩୦ କି.ମି. ରହିଛି। ଜଣେ ମାତ୍ର ସବ୍‌ ଇନ୍ସପେକ୍ଟର, ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ କନଷ୍ଟେବଳ ଥିବାରୁ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛନ୍ତି। ଅନ୍ୟପକ୍ଷେ ବିଟ୍‌ ହାଉସର ନିଜସ୍ବ ଘର ନ ଥିବାରୁ ଭଡ଼ାଘରେ ଚାଲୁଛି। ନିଜସ୍ବ ଘର ଓ ଥାନା ମାନ୍ୟତା ଦାବିରେ ବିକାଶ ମଞ୍ଚ ପକ୍ଷରୁ ବହୁବାର ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର ଦିଆଯାଇଛି। ଏପର୍ଯ୍ୟନ୍ତ ଥାନା ମାନ୍ୟତା ମିଳି ପାରି ନ ଥିବା ବେଳେ କିଛି ଦିନ ହେବ ଘରନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଛି। ଅଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଥାନା ପ୍ରତିଷ୍ଠା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri