ଢେଙ୍କିକୋଟ୍‌କୁ ଥାନା ମାନ୍ୟତା ଦାବି

ଢେଙ୍କିକୋଟ,୩ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନସ୍ଥ ଢେଙ୍କିକୋଟ ପୋଲିସ ବିଟ୍‌ ହାଉସକୁ ୪୦ ବର୍ଷ ପୁରିଲା। ମାଓବାଦୀ ଚଳପ୍ରଚଳକୁ ନଜରରେ ରଖି ଘଟଗାଁ ଥାନା ଅଧୀନରେ ବିଟ୍‌ ହାଉସ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ମାଓବାଦୀଙ୍କ ଚଳପ୍ରଚଳ କମିଥିଲେ ମଧ୍ୟ ଚୋରି, ଡକାୟତି ବୃଦ୍ଧି ପାଇଛି। ଜନ ସଂଖ୍ୟା ବୃଦ୍ଧି କାରଣରୁ ଆଇନଶୃଙ୍ଖଳା ବିଗୁଡୁଛି। ଏହାକୁ ଦୃଷ୍ଟିରେ ରଖି ବିଟ୍‌ ହାଉସକୁ ଥାନା ମାନ୍ୟତା ପ୍ରଦାନ କରିବାକୁ ଢେଙ୍କିକୋଟ୍‌ ବିକାଶ ମଞ୍ଚ ପକ୍ଷରୁ ସଭାପତି ଯୁଗୋଳ କିଶୋର ଦାସ ଦାବି କରିଆସୁଛନ୍ତି।
ଢେଙ୍କିକୋଟ୍‌ କେନ୍ଦୁଝର ଜିଲାର ମଧ୍ୟମସ୍ଥଳ ଏବଂ ଜାତୀୟ ରାଜପଥ ୨୦ ନଂ. ଓ ଜାତୀୟ ରାଜପଥ ୨୨୦ ନଂ.ର ମିଳନସ୍ଥଳ। ଏଠାରେ ବ୍ୟବସାୟିକ ବଜାର, ସ୍କୁଲ, କଲେଜ, ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପଶୁ ଡାକ୍ତରଖାନା, ପୋଷ୍ଟ ଅଫିସ, ଅନେକ ବ୍ୟାଙ୍କ, ଆଦି ରହିଛି। ବଜାର ଉପରେ ଘଟଗାଁ ବ୍ଲକ୍‌ର ୨୭ ପଞ୍ଚାୟତରୁ ୧୫, ପାଟଣା ବ୍ଲକ୍‌ର ୫ ପଞ୍ଚାୟତର ଜନ ସାଧାରଣ ନିର୍ଭର କରିଥାନ୍ତି। ପୋଲିସ ବିଟ୍‌ ହାଉସ ଅଧୀନରେ ୨୭ ଟି ଗ୍ରାମ ରହିଥିବା ବେଳେ ପ୍ରାୟ ଗ୍ରାମର ଦୂରତା ବିଟ୍‌ ହାଉସଠାରୁ ୨୫ ରୁ ୩୦ କି.ମି. ରହିଛି। ଜଣେ ମାତ୍ର ସବ୍‌ ଇନ୍ସପେକ୍ଟର, ୩ ଜଣ ମହିଳା ଏବଂ ୩ ଜଣ ପୁରୁଷ କନଷ୍ଟେବଳ ଥିବାରୁ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛନ୍ତି। ଅନ୍ୟପକ୍ଷେ ବିଟ୍‌ ହାଉସର ନିଜସ୍ବ ଘର ନ ଥିବାରୁ ଭଡ଼ାଘରେ ଚାଲୁଛି। ନିଜସ୍ବ ଘର ଓ ଥାନା ମାନ୍ୟତା ଦାବିରେ ବିକାଶ ମଞ୍ଚ ପକ୍ଷରୁ ବହୁବାର ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର ଦିଆଯାଇଛି। ଏପର୍ଯ୍ୟନ୍ତ ଥାନା ମାନ୍ୟତା ମିଳି ପାରି ନ ଥିବା ବେଳେ କିଛି ଦିନ ହେବ ଘରନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଛି। ଅଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଥାନା ପ୍ରତିଷ୍ଠା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri