ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଗୁରୁବାର ଏହି ଚାଷୀ ପଞ୍ଜୀକରଣ ଅବଧି ସରିଯିବ। ତେବେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ପଞ୍ଜୀକରଣ କରିପାରି ନ ଥିବା ଯୋଗୁ ଏହି ଅବଧିକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି ହୋଇଛି। ଏହି ଦାବି ନେଇ ବରଗଡ଼ର ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଯୋଗାଣ ସଚିବ ବୀର ବିକ୍ରମ ଯାଦବଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲ, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ ଏବଂ ସମବାୟ ଉପ ନିବନ୍ଧକ କଲ୍ୟାଣ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବିପତ୍ରରେ ଉଲ୍ଲେଖ ରହିଛି, ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁସାରେ ପ୍ରତ୍ୟେକ ଋତୁରେ ଚାଷୀମାନଙ୍କୁ ଧାନ ବିକ୍ରି କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଞ୍ଜିକରଣ କରିବାକୁ ପଡିଥାଏ। ଚାଷୀ ପଞ୍ଜିକୃତ ନ ହେଲେ ତାର ଉପାର୍ଜିତ ଧାନ ବିକ୍ରି କରିପାରିବ ନାହିଁ। ତେବେ ସରକାରଙ୍କ କେନ୍ଦ୍ରୀକରଣ ବ୍ୟବସ୍ଥା ଯୋଗୁ ଚାଷୀମାନଙ୍କ ଅନେକ ଗୁଡିଏ ସମସ୍ୟା ପରିଲକ୍ଷିତ ହେଉଛି। ଋଣ ନେଣ ଦେଣ, ଫସଲ ବୀମା ଏବଂ ଚାଷକାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଉପୁଜି ଆସୁଛି। ଚଳିତବର୍ଷ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କା ଏବଂ କୌଣସି ଧାନ କଟନୀ ଛଟନୀ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଯଦି ଚାଷୀ ପଞ୍ଜିକୃତ ନ ହେବେ, ତାହାହେଲେ କେଉଁଠାରେ ଓ କିପରି ଭାବେ ଚାଷୀ ଧାନ ବିକ୍ରି କରିବ ଏବଂ ଉଚିତ ପ୍ରାପ୍ୟ ପାଇପାରିବେ ବୋଲି ଚାଷୀ ସଙ୍ଗଠନ ପ୍ରଶ୍ନ କରିଛି। ରାଜ୍ୟ ସରକାର ପ୍ରତେକ ବର୍ଷ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ଧାନ ପଞ୍ଜୀକରଣ ସମୟ ଧାର୍ଯ୍ୟ କରିଥାନ୍ତି। କିନ୍ତୁ ଅଗଷ୍ଟ ମାସରେ ଚାଷୀଙ୍କ ବହୁତ ଭିଡ କାମ ଲାଗି ରହିଥାଏ । ଚାଷ କାର୍ଯ୍ୟ ଜୋରସୋରରେ ଚାଲିଥାଏ ଏବଂ ଯଦି ବର୍ଷା ବିଳମ୍ବରେ ହୁଏ, ତାହାହେଲେ ସମସ୍ୟା ଆହୁରି ଜଟିଳ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ସମୟ ସୀମା ଧାର୍ଯ୍ୟ କରାଯିବା ପାଇଁ ଦାବି ହୋଇଛି।
ସେହିପରି ଚଳିତବର୍ଷ ରାଜ୍ୟରେ ୧୭ଲକ୍ଷ ଚାଷୀ ପଞ୍ଜୀକରଣ କରିବା ସ୍ଥଳେ ଏପର୍ଯ୍ୟନ୍ତ ମାତ୍ର ୧୨ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ମାନଙ୍କରେ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ହୋଇଅଛି। ଫଳରେ ଏଥର ମଧ୍ୟ ଧାନ ବିକ୍ରି ପଞ୍ଜୀକରଣ ଅବଧିକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହିତ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ସହଜ, ସରଳ ବ୍ୟବସ୍ଥା ନିଶ୍ଚିତ କରିବାକୁ ଦାବି ହୋଇଛି। ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ନିରଞ୍ଜନ ପଧାନ, ସଞ୍ଜୟ ଭୋଇ ଦାବିପତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?