ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ବନ୍ଦ ପାଳନକୁ ଅଞ୍ଚଳରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିଲା। ବରଗଡ଼ ଜିଲା ଘେଁସ ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୭୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟକେନ୍ଦ୍ରଟିର କୌଣସି ପ୍ରକାର ଉନ୍ନତି ହୋଇ ପାରିନାହିଁ । ଯଦ୍ଦ୍ବାରା ଅଞ୍ଚଳର ଜନସାଧାରଣ ପ୍ରାଥମିକ ସ୍ବାସ୍ଥ୍ୟସେବା ମଧ୍ଯ ଠିକ୍ ଭାବରେ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଚିକିତ୍ସା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଅନ୍ୟପଟେ ଘେଁସ ତଥା ଆଖପାଖ ଅଞ୍ଚଳରେ ଚୋରି, ଡକାୟତି, ହତ୍ଯାକାଣ୍ଡ, ମାରଣାନ୍ତକ ଆକ୍ରମଣ, ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ଦିନକୁଦିନ ଦିନକୁଦିନ ବୃଦ୍ଧି ପାଉଥିବାରୁ ଏଠାରେ ଲୋକ ନିରାପଦ ଓ ସୁରକ୍ଷିତ ମନେ କରୁନାହାନ୍ତି । ଫଳରେ ଘେଁସ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପ୍ରଦାନ ଓ ଏଠାରେ ଏକ ନୂତନ ଥାନା ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଠାରୁ ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ, ସାଂସଦ ଓ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ହୋଇପାରି ନଥିବାବେଳେ ନୂତନ ଥାନା ମଧ୍ଯ ହୋଇ ପାରିନାହିଁ । ଏଣୁ ଘେଁସ ଠାରେ ଏକ ଥାନା ପ୍ରତିଷ୍ଠା କରାଯିବା ସହିତ ଏଠି ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଉନ୍ନୀତ କରାଯିବା ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଘେଁସ ଠାରେ ଶୁକ୍ରବାର ଦିନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଳଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଦୋକାନ ବଜାର ବନ୍ଦ କରାଯାଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଞ୍ଚଳର ଏକ ପ୍ରତିନିଧି ଦଳ ପହଞ୍ଚି ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରିଥିଲେ । ପଦ୍ମଶ୍ରୀ ହଲଧର ନାଗ, ଘେଁସ କ୍ରିୟାନୁଷ୍ଠାନ କମିଟିର ମୁରଲିଧର ଭୋଇ, ସୁବାସ ସାହୁ, ଜଗବନ୍ଧୁ ସାହୁ, ଡୋଲାମଣି ପଟେଲ, ଘେଁସ ସରପଞ୍ଚ ଗୋକୁଳଚନ୍ଦ୍ର ଦାସ, କୁଚିପାଲି ସରପଞ୍ଚ ଏସ ପଣ୍ଡା, ବେହେରାପାଲି ସରପଞ୍ଚ ସତ୍ୟଭାମା ସାହା, କଲଙ୍ଗାପାଲି ସରପଞ୍ଚ ଆନନ୍ଦ ଜାଲ, ଝର ସରପଞ୍ଚ ଅଶୋକ କୁମାର ବାରିକ, ପେଟୁପାଲି ସରପଞ୍ଚ ପ୍ରଜ୍ଞାବାଳା ସାହୁ, ପେଟୁପାଲି ସମିତିସଭ୍ଯ କୁଞ୍ଜବିହାରୀ ପ୍ରଧାନ, ବିର୍ଜାମ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ସାହୁ, ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ପ୍ରେମରାଜ ସାହୁ, ଅରକ୍ଷିତ ମହାକୁର, ପ୍ରଭାତ ସାହୁ, ସୁଶାନ୍ତ ଦିଶ୍ରୀ, ପୂର୍ଣ୍ଣଚନ୍ଦ୍ର ସାହା, ଧିରେନ୍ଦ୍ର ପଣ୍ଡା, ରଞ୍ଜନ ଦେବତା, ପ୍ରକାଶଚନ୍ଦ୍ର ତ୍ରିପାଠୀ,କମଲ ପଟେଲ, ଚୈତନ୍ଯ ବାଗ, ସଞ୍ଜୀବ ଲୁହା, ସୁନୀଲ ଭୋଇ, ବିକ୍ରମ ପଟେଲ, ନରେନ୍ଦ୍ର ସାହୁ, ଗିରିଧାରୀ ସାହୁ, ପ୍ରଭାତ ବରିହା, ପ୍ରଦୀପ ମେହେର ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ମାଡି ଆସିଲାଣି ବର୍ଷା

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିବାର ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତିଛି। ମାତ୍ର ଏପର୍ଯ୍ୟନ୍ତ ଧାନବିକ୍ରି ସମସ୍ୟା ଲାଗି ରହିଛି। ବିକ୍ରି ପାଇଁ...

ବ୍ରିଜ୍‌ ଭୁଶୁଡ଼ି ୨ ମୃତ, ଅନେକେ ନିଖୋଜ

ପୁଣେ,୧୫ା୬: ମହରାଷ୍ଟ୍ରର ପୁଣେରେ ପ୍ରବଳ ବର୍ଷା ଯୋଗୁ ରବିବାର ଏକ ବ୍ରିଜ୍‌ ଭୁଶୁଡ଼ିଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ...

ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ରହିବ ହୋଟେଲ, ଢାବା

ବରୀ,୧୫।୬: ଯାଜପୁର ଜିଲାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯାଜପୁର ଜିଲା ବରୀ ଅଞ୍ଚଳରେ...

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା...

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପୂର୍ବତନ ବିଧାୟକଙ୍କ କାର୍‌ ସହ ପିଟିହେଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକେ ଆସୁଥିବା କାର୍‌

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri