ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ତେଜିଲା

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଜିତ ଶତପଥୀଙ୍କର ସଭାପତିତ୍ୱରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟିର ଏହି ବୈଠକରେ କୋଶଲାଞ୍ଚଲର ବିଭିନ୍ନ କୋଶଲବାଦୀ ସଂଗଠନର ପ୍ରତିନିଧିମାନେ ସାମିଲ ଥିଲେ। ବୈଠକରେ କୋଶଲ ସଂଗ୍ରାମୀ ବାଳଗୋପାଳ ମିଶ୍ର ଯୋଗ ଦେଇ ସରକାରର ଆଞ୍ଚଳିକ ବିଷମତା ବିରୋଧରେ ଏକାଠି ଲଢ଼େଇ ପାଇଁ ଆହାନ ଦେଇଥିଲେ।

ବୈଠକରେ ଯୋଗଦେଇଥିବା ବିଭିନ୍ନ ସଙ୍ଗଠନର ପ୍ରତିନିଧିଙ୍କ ସମ୍ମତିକ୍ରମେ ବାଳଗୋପାଳ ମିଶ୍ର, ପ୍ରମୋଦ ମିଶ୍ର, ଅଜିତ ଶତପଥୀ, ନରେନ୍ଦ୍ର ହୋତାଙ୍କୁ ନେଇ ୪ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରି ୭ପ୍ରସ୍ତାବ ପାରିତ ହୋଇଥିଲା।

ପ୍ରତେକ ସଂଗଠନର ଜଣେ ଲେଖାଏକୁ ନେଇ କୋଶଲ ସେନାପତି ଦାୟିତ୍ୱ ଦେବା ସହିତ ବିଧିବଦ୍ଧ ଭାବେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ, ପାଣ୍ଠି ସଂଗ୍ରହ ସାଙ୍ଗେ ଗାଁକୁ ଚାଲ ଅଭିଯାନ, ଅଲଗା କୋଶଲ ରାଜ୍ୟ ଦାବିରେ ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ, ସ୍ଥାନୀୟ କିମ୍ବା ଆଞ୍ଚଳିକ କାର୍ଯ୍ୟକ୍ରମ ପାଇଁ ନିଜ ସଂଗଠନର ନାମ ସହିତ ମିଳିତ କ୍ରିୟାନୁଷ୍ଠାନ କମିଟିର ନାମ ନେଇ କାର୍ଯ୍ୟକ୍ରମ, କୋଶଲ ସେନାପତି ଓ ଉପଦେଷ୍ଟା କମିଟିର ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ ପାଇଁ ନିୟମିତ ବ୍ୟବଧାନରେ ସଭା, ସମିତି କରିବା, କୋଶଲ ବିଷୟରେ ମତାମତ କିମ୍ବା ପ୍ରେସବାର୍ତ୍ତା କେବଳ ଉଭୟ କମିଟିର ସହମତିରେ ପ୍ରବକ୍ତା ଦେବା, ଆସନ୍ତା ଡିସେମ୍ବର ମାସରେ ସଙ୍ଗଠନର ବୃହତ୍‌ କାର୍ଯ୍ୟକ୍ରମ ଭାବେ କୋଶଲ ମହାବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ବୈଠକକୁ ଜଗନ ମେହେର ପରିଚାଳନା କରିଥିବା ବେଳେ ବୀରବଲ ମହାକୁର ସଂଯୋଜନା କରିଥିଲେ। ସୁନ୍ଦରଗଡ଼ରୁ ଦିଲ୍ଲୀପ ପଣ୍ଡା, ସମ୍ବଲପୁରରୁ ବୀରେନ୍ଦ୍ର ପାଣିଗ୍ରାହୀ, ବଲାଙ୍ଗିରରୁ ଜନସନ ନାଗ, ସୋନପୁରରୁ ସରୋଜ ପଧାନ, ଝାରସୁଗୁଡ଼ା ଗଣେଶ ମଟାରି, ବରଗଡ଼ରୁ ସୁଦାମ ଚରଣ ପାତ୍ର, ଅଶୋକ ଛତର, ଅବିନାଶ ବିଶି ଏବଂ ମହିଳାମାନଙ୍କ ମଧ୍ୟରେ ସୁନିତା ବାଗ, ବାସନ୍ତୀ ମେହେର୍‌, ରୀତା ବେହେରାଙ୍କ ସମେତ ଶତାଧିକ କୋଶଳ କର୍ମୀ ଯୋଗ ଦେଇଥିଲେ। ସୁଶିଲ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri